ରୁଷିଆର AK-47 ରାଇଫଲ୍ ଛାଡ଼ି ତାଲିବାନ୍ ଏବେ ଆମେରିକା-ନିର୍ମିତ ବନ୍ଧୁକ ବ୍ୟବହାର କରୁଛି

Taliban now using USA-made guns in place of Russian AK-47 rifles | ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରୁ କୋଟି କୋଟି ଡଲାରର ଅନୁଦାନ ପାଇଥିବା ଆଫଗାନିସ୍ତାନର ସେନା ବାହିନୀକୁ ଦବେଇ ରଖି ତାଲିବାନ୍ ନିଜ ସଂଗ୍ରାମୀମାନଙ୍କ ହାତରେ ଆମେରିକା-ନିର୍ମିତ ଅସ୍ତ୍ରଶସ୍ତ୍ରର ଫଟୋ ପ୍ରକାଶ କରି ନିଜ ପାଇଁ ପ୍ରଚାର ଚଳାଇଛି ।

ଏକ ଏମ୍.୧୬ ଆସଲ୍ଟ ରାଇଫଲ୍ ଧରି ଜଣେ ତାଲିବାନ୍ ସଂଗ୍ରାମୀ ଅଗଷ୍ଟ ୧୬ରେ କାବୁଲରେ ଠିଆହୋଇଛନ୍ତି । (ରୟଟର୍ସ ଫଟୋ)

ଏକ ଏମ୍.୧୬ ଆସଲ୍ଟ ରାଇଫଲ୍ ଧରି ଜଣେ ତାଲିବାନ୍ ସଂଗ୍ରାମୀ ଅଗଷ୍ଟ ୧୬ରେ କାବୁଲରେ ଠିଆହୋଇଛନ୍ତି । (ରୟଟର୍ସ ଫଟୋ)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନମାନଙ୍କ ପାଇଁ ଦୀର୍ଘ ବର୍ଷ ଧରି ରୁଷିଆ-ନିର୍ମିତ କାଲାଶନିକୋଭ ରାଇଫଲ୍‌ (AK-47) ଓ ତା’ ପରି ଆକ୍ରମଣକାରୀ ରାଇଫଲଗୁଡ଼ିକ ପସନ୍ଦର ଅସ୍ତ୍ର ହୋଇଆସିଛନ୍ତି ।କିନ୍ତୁ ଆଫଗାନିସ୍ତାନରେ ସରକାରର ପତନ ହେବା ପରେ ସେଠାରେ କବଜା କରିଥିବା ତାଲିବାନ ସଂଗ୍ରାମୀମାନେ ଏବେ ଆମେରିକା-ନିର୍ମିତ ବନ୍ଧୁକ ବ୍ୟବହାର କରୁଥିବା ଦେଖାଯାଇଛି ।

ତାଲିବାନ ଦ୍ୱାରା ଟ୍ୱିଟର୍‌ ତଥା ଅନ୍ୟାନ୍ୟ ସୋସିଆଲ୍‌ ମିଡ଼ିଆରେ ପ୍ରକାଶିତ ହୋଇଥିବା ଭିଡିଓ ଓ ଫଟୋରେ ଦେଖାଯାଇଛି ଯେ ତାଲିବାନ୍‌ ସଂଗ୍ରାମୀମାନେ ଆଫଗାନିସ୍ତାନ ସେନା ଛାଡ଼ିଯାଇଥିବା M4 କାର୍ବାଇନ୍ ଓ M16 ରାଇଫଲ୍‌ ଧରି ବୁଲୁଛନ୍ତି । ଅନ୍ୟ ଫଟୋଗୁଡ଼ିକରେ ତାଲିବାନ୍‌ ସଂଗ୍ରାମୀମାନେ ଆଫଗାନ୍‌ ସେନା ଦ୍ୱାରା ପରିତ୍ୟକ୍ତ ସରକାରୀ ଯାନଗୁଡ଼ିକୁ କାବୁ କରୁଥିବା ବି ଦେଖାଯାଇଛି ।

ଏହା ବି ପଢ଼ନ୍ତୁ | ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍ଶୀଘ୍ର ଜେରା ହେବ

ଆମେରିକା-ନିର୍ମିତ ବନ୍ଧୁକଗୁଡିକ AK-47 ତୁଳନାରେ ଅଧିକ ସଠିକ୍ ଓ ସେଗୁଡ଼ିକର ରେଞ୍ଜ୍‌ (ନିଶାନା ସୀମା) ଅଧିକ, କିନ୍ତୁ ଯୁଦ୍ଧ କ୍ଷେତ୍ରରେ ସେଗୁଡ଼ିକ AK-47 ପରି ଭଲ କ୍ଷମତା ପ୍ରଦାନ କରିପାରନ୍ତି ନାହିଁ ବୋଲି କହିଛନ୍ତି ବନ୍ଧୁକ ବିଷାରଦମାନେ । ଯୁକ୍ତରାଷ୍ଟ୍ରର ମେରାଇନ୍ କର୍ପସର ଅବସରପ୍ରାପ୍ତ କର୍ଣ୍ଣେଲ ଗ୍ରାଣ୍ଟ ନ୍ୟୁଝାମ୍‌ ରୟଟର୍ସକୁ କହିଛନ୍ତି ଯେ ପ୍ରତିଦ୍ୱନ୍ଦୀ ଯୋଦ୍ଧାମାନଙ୍କୁ ଭୟଭୀତ କରିବାକୁ ଚାହିଁଲେ ଆମେରିକୀୟ ବନ୍ଧୁକ ପରି କିଛି ହାର୍ଡୱେର୍ ଉପଯୋଗୀ ହୋଇପାରେ, ମାତ୍ର ତାଲିବାନ୍‌ ପୂର୍ବରୁ ଯେଉଁ ରାଇଫଲ୍‌ ବ୍ୟବହାର କରୁଥିଲା ତାହା ସହିତ ସେମାନେ ଭଲ ପ୍ରଦର୍ଶନ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ OSSC ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌: ମିଳିଲା୨୫ ଲକ୍ଷ ନଗଦ; ପୁଳା ପୁଳା ସୁନା

ତଥାପି ଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକା ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କାର ଅନୁଦାନ ପାଇଥିବା ଆଫଗାନିସ୍ତାନର ଜାତୀୟ ସେନା ବାହିନୀକୁ ଦବେଇ ରଖିଥିବା ତାଲିବାନ୍‌ ନିଜ ସଂଗ୍ରାମୀମାନଙ୍କ ହାତରେ ଆମେରିକା-ନିର୍ମିତ ଅସ୍ତ୍ରଶସ୍ତ୍ର ଧରିଥିବା ଫଟୋ ପ୍ରକାଶିତ କରି ନିଜ ପାଇଁ ଏକ ଭଲ ପ୍ରଚାର କରିଚାଲିଛି ।

ଏହା ବି ପଢ଼ନ୍ତୁ | Plus 2 Results: ବିଜ୍ଞାନ ବାଣିଜ୍ୟ ପରୀକ୍ଷା ଫଳ ଆସିଲା; ବିଜ୍ଞାନରେ ୯୫%, ବାଣିଜ୍ୟରେ ୯୪% ପାସ୍ ହାର

ଆଫଗାନିସ୍ତାନରେ ଥିବା ଅନେକ AK-47 ରାଇଫଲ୍‌ ବାସ୍ତବରେ ନକଲି, କିନ୍ତୁ ସେଠାରେ ଦଶ ବର୍ଷ ରହି ୧୯୮୯ରେ ଶେଷ ହୋଇଥିବା ସୋଭିଏତ୍ କବଜାରୁ ଅନେକ ଅସଲି ଏ.କେ. ୪୭ ରାଇଫଲ୍‌ ଏବେ ବି ଅଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବା ପରେ ଏଖ ଜର୍ମାନ ଡିଜାଇନ୍ ଉପରେ ଆଧାର କରି ନିର୍ମିତ ହୋଇଥିବା ଏ.କେ. ୪୭ ଆସଲ୍ଟ୍‌ ରାଇଫଲ୍ ସମଗ୍ର ବିଶ୍ୱରେ ସରକାର ଓ ବିଦ୍ରୋହୀ ସଂଗ୍ରାମୀ ଗୋଷ୍ଠୀମାନଙ୍କର ସାଧାରଣ ଅସ୍ତ୍ରରେ ପରିଣତ ହୋଇଛି ।

ଏହା ବି ପଢ଼ନ୍ତୁ | ଜଳି ମରିଥିବା ପ୍ରେମିକା ମିଛ କହିଲା ନା ଅଭିଯୁକ୍ତ ପ୍ରେମିକ ମିଛ କହୁଛି? ଗଞ୍ଜାମରେ ବଢ଼ିଲା ରହସ୍ୟ

ଆମେରିକାର ଅସ୍ତ୍ରଶସ୍ତ୍ର ବହୁ ବର୍ଷ ଧରି ତାଲିବାନ ସେବାରେ ରହିପାରେ କାରଣ ଏହା ବହୁ ସଂଖ୍ୟାରେ ସେଠାକୁ ପଠାଯାଇଥିଲା । ଏହି ରାଇଫଲଗୁଡ଼ିକ ଯେଉଁ ୫.୫୬ ମିମି ରାଉଣ୍ଡ୍‌ ଫାୟାର୍‌ କରନ୍ତି ତାହା ଯୁକ୍ତରାଷ୍ଟ୍ରରେ ସାଧାରଣ ବନ୍ଧୁକ ମାଲିକଙ୍କ ପାଇଁ ଉପଲବ୍ଧ ।



‘‘ଆମେରିକାର ବଜାର ପାଇଁ ଟୁଲା, ଓଲ୍ଫ ଓ ରେଡ ଆର୍ମି ବ୍ରାଣ୍ଡ ନାମ ଥିବା ଲକ୍ଷ ଲକ୍ଷ ବନ୍ଧୁକ ଓ ଗୁଳି ରୁଷିଆ ପ୍ରତି ବର୍ଷ ତିଆରି କରୁଛି । ତାଲିବାନର ସହଯୋଗୀମାନଙ୍କୁ ଏହି ବନ୍ଧୁକଗୁଡ଼ିକର ଅଂଶ (ସ୍ପେୟାର୍‌ ପାର୍ଟ୍ସ) ଯୋଗାଇବାରେ କୌଣସି ଅସୁବିଧା ହେଉ ନ ଥିବ,’’ ନିଜ ନାମ ଗୁପ୍ତ ରଖି ଆମେରିକାର ଅନ୍ୟ ଜଣେ ଅବସରପ୍ରାପ୍ତ ମେରାଇନ ଅଧିକାରୀ ରୟଟର୍ସକୁ କହିଛନ୍ତି ।
Published by:Anand Shankar Thankur Das
First published: