ପାକିସ୍ତାନ ବିରୋଧରେ ଖବର ପ୍ରଦର୍ଶନ କରିବାରୁ ଆଫଗାନ ସାମ୍ବାଦିକଙ୍କୁ ଦଣ୍ଡିତ କଲା ତାଲିବାନ

ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ସାମ୍ବାଦିକମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲାଣି । ତାଲିବାନ ଆତଙ୍କବାଦୀମାନେ କେବଳ ଅନେକ ସାମ୍ବାଦିକଙ୍କୁ ଗିରଫ କରିନାହାଁନ୍ତି, ବରଂ ସେମାନଙ୍କୁ ନିର୍ଯାତନା ଦେବା ସହ ଜେଲରେ ମଧ୍ୟ ମାଡ଼ ମାରୁଛନ୍ତି।

ଆଫଗାନ ସାମ୍ବାଦିକଙ୍କୁ ଦଣ୍ଡିତ କଲା ତାଲିବାନ

ଆଫଗାନ ସାମ୍ବାଦିକଙ୍କୁ ଦଣ୍ଡିତ କଲା ତାଲିବାନ

  • News18 Odia
  • Last Updated :
  • Share this:
News18 Odia Digital

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ପାଇଁ ପାକିସ୍ତାନ କେତେ ସାହାଯ୍ୟ କରିଛି ତାହା ବିଶ୍ୱ ଜାଣିଛି । ହେଲେ ତାଲିବାନକୁ ସତ୍ୟ ଦେଖାଇବା ଆଦୌ ପସନ୍ଦ ଆସୁନାହିଁ । ଏଥି ପାଇଁ କାବୁଲରେ ପାକିସ୍ତାନ ବିରୋଧରେ ହୋଇଥିବା ବିରୋଧକୁ ରୋକିବା ପାଇଁ ଗୁଳି ଚଳାଇଥିବା ବେଳେ ଏହି ବିରୋଧ ପ୍ରଦର୍ଶନ କରୁଥିବା ଆଫଗାନିସ୍ତାନ ସାମ୍ବାଦିକମାନଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି ।

ତାଲିବାନ କାବୁଲରେ ସାମ୍ବାଦିକଙ୍କ ଉପରେ ନିର୍ଯାତନା ଦେବା ଆରମ୍ଭ କରିଦେଇଛି । ତାଲିବାନ ଆତଙ୍କବାଦୀମାନେ କେବଳ ଅନେକ ସାମ୍ବାଦିକଙ୍କୁ ଗିରଫ କରିନାହାଁନ୍ତି, ବରଂ ସେମାନଙ୍କୁ ନିର୍ଯାତନା ଦେବା ସହ ଜେଲରେ ମଧ୍ୟ ମାଡ଼ ମାରୁଛନ୍ତି ।

ଆଫଗାନିସ୍ତାନକୁ କଭର କରୁଥିବା ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକ ଭାଇରାଲ ହେଉଥିବା ଏକ ଫଟୋ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଗତ କାଲି କାବୁଲରେ ଦୁଇଜଣ ସାମ୍ବାଦିକଙ୍କୁ ନିର୍ଯାତନା ଦିଆଯିବା ସହ ସେମାନଙ୍କୁ ମାଡ଼ ମରାଯିବା କଥା ଏହି ପୋଷ୍ଟରେ ସମସ୍ତଙ୍କୁ ଜଣାଇଛନ୍ତି ଶରୀଫ ହସନ ।

ଏଥି ସହିତ ଲସ ଆଞ୍ଜେଲ୍ସର ସାମ୍ବାଦିକ ମରକସ ୟାମ ଟ୍ୱିଟ କରି ଦାବି କରିଛନ୍ତି ଯେ ତାଲିବାନ ଅତ୍ୟାଚାରର ଶିକାର ହୋଇଥିବା ଏହି ଦୁଇ ଆଫଗାନିସ୍ତାନ ସାମ୍ବାଦିକ ହେଉଛନ୍ତି ଇଟିଲାଟ୍ରୋଜର ସାମ୍ବାଦିକ, ଯାହାର ନାମ ନେମତ ନକଦୀ ଓ ତାକି ଦାରିୟାବି । ମହିଳା ପ୍ରଦର୍ଶନକୁ କଭର କରୁଥିବାବେଳେ ତାଲିବାନ ଶାସନ ଦ୍ୱାରା ସେମାନଙ୍କୁ ଅଟକ ରଖାଯାଇଥିଲା । ସେ ନିଜ ଟ୍ୱିଟରେ ହ୍ୟାସଟ୍ୟାଗ ମଧ୍ୟ ବ୍ୟବହାର କରିଛନ୍ତି ଯେ ‘ସାମ୍ବାଦିକତା ଅପରାଧ ନୁହେଁ।’

ତାଲିବାନ ଆତଙ୍କବାଦୀମାନେ ମଙ୍ଗଳବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ରାଲି ବିସ୍ତାର କରିବା ପାଇଁ ଗୁଳି ଚଳାଇଥିଲା ଓ ଏହି ପ୍ରଦର୍ଶନକୁ କଭର କରୁଥିବା ଅନେକ ଆଫଗାନିସ୍ତାନ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋରେ, ଉଭୟ ସାମ୍ବାଦିକଙ୍କ ପଛରେ ଗଭୀର କ୍ଷତ ଚିହ୍ନ ଦୃଶ୍ୟମାନ ହେଉଛି ଯାହା ଅତ୍ୟନ୍ତ ଭୟଭୀତ କରୁଦେଉଛି ।

ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଆଫଗାନିସ୍ତାନର ଟୋଲୋ ନ୍ୟୁଜ୍ ଚ୍ୟାନେଲ ରିପୋର୍ଟ କରିଛି ଯେ ଏହାର କ୍ୟାମେରାମ୍ୟାନ୍ ୱାହିଦ୍ ଅହମ୍ମଦ ମଧ୍ୟ ଅଛନ୍ତି । ସୁରକ୍ଷା ଦୃଷ୍ଟିରୁ ପରିଚୟକୁ ଗୁପ୍ତ ରଖି ଜଣେ ସାମ୍ବାଦିକ କହିଛନ୍ତି, ‘‘ସେମାନେ (ତାଲିବାନ) ମୋତେ ନାକକୁ ଭୂମିରେ ଘଷିବାକୁ ବାଧ୍ୟ କରିଥିଲେ ଏବଂ ବିରୋଧ ପ୍ରଦର୍ଶନ କରିଥିବାରୁ କ୍ଷମା ମାଗିବାକୁ କହିଥିଲେ । ଆଫଗାନିସ୍ତାନରେ ସାମ୍ବାଦିକତା କରିବା କଷ୍ଟସାଧ୍ୟ ହୋଇପଡ଼ିଛି।’’
Published by:Lipina Das
First published: