News18 Odia Digital
ନୂଆ ଦିଲ୍ଲୀ: ସମ୍ବାଦ ଏଜେନ୍ସି ‘ରଏଟର୍ସ’ (Reuters) ପାଇଁ କାମ କରୁଥିବା ଭାରତୀୟ ଫଟୋ-ସାମ୍ବାଦିକ ଦାନିଶ ସିଦ୍ଦିକି (Danish Siddiqui) ଆଫଗାନିସ୍ତାନର କାନ୍ଦାହାରର ଟାଲିବାନ୍ ସହ ଚାଲିଥିବା ସଙ୍ଘର୍ଷରେ ପ୍ରାଣ ହରାଇଛନ୍ତି । ମୁମ୍ବାଇରେ ରହୁଥିବା ଦାନିଶ ସିଦ୍ଦିକି ପାକିସ୍ତାନ-ଆଫଗାନିସ୍ତାନ (Pakistan-Afghanistan border) ସୀମାରେ ଥିବା ସ୍ପିନ୍ ବୋଲଦାକ୍ ସ୍ଥାନକୁ ଟାଲିବାନ ନିଜ ଅକ୍ତିଆରକୁ ନେବା ଘଟଣାକୁ କଭର୍ କରିବାକୁ ସେଠାକୁ ଯାଇଥିଲେ ।
ଅନ୍ତରାଷ୍ଟ୍ରୀୟ ସାମ୍ବାଦିକତା ପୁରସ୍କାର ପଲିଟ୍ସର୍ ପ୍ରାଇଜ୍ (Pulitzer Prize) ପାଇଥିବା ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକି ଆଫଗାନିସ୍ତାନର (Afghanistan) ସୁରକ୍ଷା ବାହିନୀ ସହିତ ରହି ଟାଲିବାନ୍ (Taliban) ଚଳାଇଥିବା ରକ୍ତାକ୍ତ ସଙ୍ଘର୍ଷର ଫଟୋ ଉତ୍ତୋଳନ କରୁଥିଲେ ବୋଲି ଭାରତରେ ଅବସ୍ଥାପିତ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରିଦ ମାମୁଣ୍ଡଜେ ଶୁକ୍ରବାର ଦିନ ଏକ ଟ୍ୱିଟ କରି କହିଛନ୍ତି । ସେ କାବୁଲ୍ ଯିବାର ଦୁଇ ସପ୍ତାହ ପୂର୍ବରୁ ମୁଁ ତାଙ୍କୁ ଭେଟିଥିଲି । ତାଙ୍କ ପରିବାର ଓ ରଏଟର୍ସକୁ ମୁଁ ସମବେଦନା ଜଣାଉଛି,’’ କହିଛନ୍ତି ମାମୁଣ୍ଡଜେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁର ‘ଭାଇରାଲ୍ ମିଛ’ ଉପରେ ବର୍ଷିଲେଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଘଟୁଥିବା ଘଟଣାଗୁଡ଼ିକର ସୁନ୍ଦର ଓ ଭାବୋଦ୍ଦୀପକ ଫଟୋ ଉଠାଇ ସେ ରଏଟର୍ସ୍ ସମ୍ବାଦ ସଂସ୍ଥାର ଜଣେ ନାମୀ ଫଟୋ-ସାମ୍ବାଦିକ ପାଲଟିଯାଇଥିଲେ । ଉନ୍ନତ ଫଟୋ ସାମ୍ବାଦିକତା ପାଇଁ ପଲିଟ୍ସର୍ ପୁରସ୍କାର ପାଇଥିବା ରୟଟର୍ସ ଟିମର ସେ ସଦସ୍ୟ ଥିଲେ । ଭାରତରେ କରୋନା ଭାଇରସ୍ (Coronavirus) ମହାମାରୀ ଆଣିଥିବା ଭୟାବହ ସ୍ଥିତିର ଅନେକ ଜୀବନ୍ତ ଫଟୋ ଉଠାଇ ସେ ବିଶ୍ୱ ସାରା ପ୍ରସିଦ୍ଧି ଲାଭ କରିଥିଲେ ।

ଆଫଗାନିସ୍ତାନରେ ଦାନିଶ ସିଦ୍ଦିକି
୪୦-ବର୍ଷୀୟ ସିଦ୍ଦିକି ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ । ସେ ୨୦୦୭ରେ ଜାମିଆର AJK ମାସ୍ କମ୍ୟୁନିକେସନ୍ ରିସର୍ଚ୍ଚ ସେଣ୍ଟରରୁ ଗଣ ମାଧ୍ୟମ କୋର୍ସରେ ଡିଗ୍ରୀ ହାସଲ କରିଥିଲେ । ସେ ଜଣେ ଟେଲିଭିଜନ୍ ନ୍ୟୁଜ୍ ସମ୍ବାଦଦାତା ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ, ମାତ୍ର ପରେ ଫଟୋ-ସାମ୍ବାଦିକତାରେ ପଶିଥିଲେ ଓ ୨୦୧୦ରେ ଜଣେ ଇଣ୍ଟର୍ଣ୍ଣ ଭାବରେ ରଏଟର୍ସରେ (Reuters) ଯୋଗ ଦେଇଥିଲେ ।
ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀଜୁଲାଇ ୧୩ ତାରିଖରେ ନିଜ ଶେଷ ଟ୍ୱିଟରେ ଆଫଗାନିସ୍ତାନରେ ସେ ଯାଉଥିବା ଏକ ଗାଡ଼ି ଉପରକୁ ଟାଲିବାନର ରକେଟ୍ ମାଡ଼ର ଏକ ଭିଡିଓ ପୋଷ୍ଟ କରିଥିଲେ । “ଯେଉଁ ହମ୍ଭି ଗାଡ଼ିରେ ମୁଁ ସ୍ୱତନ୍ତ୍ର ବାହିନୀ ସହିତ ଯାତ୍ରା କରୁଥିଲି, ତା’ ଉପରେ ଅତି କମରେ ତିନିଟି RPG ରାଉଣ୍ଡ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା | ମୁଁ ଭାଗ୍ୟବାନ୍ ଥିଲି ଯେ ସେହି ରକେଟ୍ ଆକ୍ରମଣର ଭିଜୁଆଲ୍ କ୍ୟାପଚର କରିଥିଲି,’’ ଲେଖିଥିଲେ ସିଦ୍ଦିକି ।
ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ ଥିବା ସ୍ପିନ୍ ବୋଲଦାକ୍ ସୀମା ସହରକୁ ଅକ୍ତିଆର କରିବା ପାଇଁ ଟାଲିବାନର ପ୍ରୟାସ ବେଳେ ଶୁକ୍ରବାର ଦିନ ପାକିସ୍ତାନୀ ସେନା ଓ ଟାଲିବାନ୍ ମୁହାଁମୁହିଁ ହୋଇଥିଲେ । ରାତି ସାରା ପ୍ରବଳ ସଙ୍ଘର୍ଷ ପରେ ଆହତ ହୋଇଥିବା ଅନେକ ଟାଲିବାନ ଯୋଦ୍ଧା ପାକିସ୍ତାନରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବୋଲି ଘଟଣା ସ୍ଥଳରେ ଥିବା AFP ସମ୍ବାଦଦାତାମାନେ ସୂଚନା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ରଥ ଯାତ୍ରା ଏ ଥର ବି ଇତିହାସ ଗଢ଼ିଲା; ବିନା ଭକ୍ତରେ ୩ ରଥ ଗଡ଼ିଲେ; ପରମ୍ପରା ଅତୁଟ ରହିଲାନିଜ ପରିଚୟ ଟାଲିବାନର ଜଣେ ଯୋଦ୍ଧା ଭାବେ ଦେଇଥିବା ମଲ୍ଲିକ ମହମ୍ମଦ ହସନ କହିଥିଲେ ଯେ ସୀମାଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ପାକିସ୍ତାନର ଚାମନ ନିକଟରେ ଗୋଟିଏ ମୃତ୍ୟୁ ହୋଇଛି ଓ ଅନେକ ଟାଲିବାନ୍ ଯୋଦ୍ଧା ଆହତ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିଆସିବା ପରେ ନବୀନ ନିଜ ମନ୍ତ୍ରୀମଣ୍ଡଳ ବିସ୍ତାର କରିବେଟାଲିବାନ୍ ଆକ୍ରମଣରେ ଦାନିଶ ସିଦ୍ଦିକିଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଫଟୋଗୁଡ଼ିକର ମହାନତା ବିଷୟରେ ବିଶ୍ୱ ସାରା ଲୋକେ କଥା ହେବା ଆରମ୍ଭ କରିଥିଲେ । ବିଶ୍ୱର ବିଭିନ୍ନ ଦେଶର କୂଟନୈତିକ ସଙ୍ଗଠନ ଓ ଭାରତୀୟ ସାମ୍ବାଦିକ ଓ ରାଜନେତାମାନେ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
୧୯୧୭ରେ ରଏୟର୍ସ ପାଇଁ ଦାନିଶ୍ ସିଦ୍ଦିକି ଉଠାଇଥିବା ଜଣେ ରୋହିଙ୍ଗ୍ୟା ମୁସଲମାନ୍ ମହିଳାଙ୍କ ଫଟୋ ତାଙ୍କୁ ଖୁବ୍ ପ୍ରସିଦ୍ଧି ଆଣିଦେଇଥିଲା । ସେପ୍ଟେମ୍ବର ୧୧, ୨୦୧୭ର ସେହି ଫଟୋରେ ସେହି ଫଟୋରେ ଏକ ନୌକାରେ ବାଂଲାଦେଶ-ମିଆଁମାର୍ ସୀମାରେ ଥିବା ବଙ୍ଗୋପ ସାଗର ପାର୍ କରି ବାଂଲାଦେଶର ଶାହ୍ ପୋରୀର୍ ଦ୍ୱୀପରେ ପହଞ୍ଚିଥିବା ଏହି କ୍ଲାନ୍ତ ମହିଳା ସମୁଦ୍ର କୂଳକୁ ହାତରେ ଛୁଉଁଥିବା ଦେଖାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।