ତଳିବାନଙ୍କ ଲଢେଇ ପାଇଁ ସଲିମା ସୈନ୍ୟବାହିନୀ ପ୍ରସ୍ତୁତ କରିଥିଲେ। (ପ୍ରତୀକାତ୍ମକ ଛବି)
News18 Odia Digital
କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ନିଜର ସରକାର ଗଠନ କରିବାରେ ବ୍ୟସ୍ତ ଅଛି। ତାଲିବାନମାନେ ଖୋଜି ଖୋଜି ଯୋଦ୍ଧାମାନଙ୍କୁ ଗିରଫ କରୁଛନ୍ତି। ୱାର୍ଲଡର୍ସ ଇସମାଇଲ ଖାନ ପ୍ରଥମେ ତାଲିବାନ ଦ୍ୱାରା କାବୁ ହୋଇଥିଲେ। ବର୍ତ୍ତମାନ ତାଲିବାନମାନେ ଆଫଗାନିସ୍ତାନର ପ୍ରଥମ ମହିଳା ରାଜ୍ୟପାଳ ସଲିମା ମଜାରୀଙ୍କୁ କାବୁ କରିଛନ୍ତି। ମଜାରୀ ବାଲଖ ପ୍ରଦେଶର ଚାର୍କିଣ୍ଟ ଜିଲ୍ଲାର ରାଜ୍ୟପାଳ ଅଟନ୍ତି। ତାଲିବାନଙ୍କ ସହିତ ଲଢ଼ିବା ପାଇଁ ସେ ନିଜର ଏକ ସୈନ୍ୟ ଦଳ ଗଠନ କରିଥିଲେ ଓ ସେମାନଙ୍କ ବିରୋଧରେ ଅସ୍ତ୍ର ଉଠାଇଥିଲେ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଲିମା ତାଲିବାନମାନଙ୍କ ସାମ୍ନା କରିଥିଲେ।
ୱାରଲର୍ଡମାନଙ୍କୁ ସେଇମାନଙ୍କୁ କୁହାଯାଏ ଯେ ଯେଉଁମାନେ ଆଫଗାନିସ୍ତାନରେ ଆମେରିକାର ସାହାଯ୍ୟରେ ନିଜକୁ ପ୍ରସ୍ତୁତ କରନ୍ତି ଓ ତାଲିବାନ ସହିତ ଖୋଲାଖୋଲି ଲଢେଇ କରୁଥିଲେ।
ତାଲିବାନକୁ ନ ଡରି ସାମ୍ନା କରିଥିଲେ
ଯେତେବେଳେ ଆଫଗାନିସ୍ତାନରେ ତାଲିବାନମାନେ ସମସ୍ତଙ୍କୁ ହତ୍ୟା କରିଥିଲେ ଓ ସେମାନଙ୍କ ଡରରେ ଅଧିକାରୀମାନେ ଦେଶ ଛାଡ଼ି ପଳାୟନ କରିଥିଲେ ସେତେବେଳେ ସଲିମା ମଜାରୀ ତାଙ୍କ ଲୋକଙ୍କ ସୁରକ୍ଷା ପାଇଁ ନିଜର ସୈନ୍ୟବାହିନୀ ପ୍ରସ୍ତୁତ କରୁଥିଲେ। ସେ ଲୋକଙ୍କୁ ଆସିବାକୁ ନିବେଦନ କରୁଥିଲେ। ନିଜ ଲୋକଙ୍କୁ ବଞ୍ଚାଇବା ପାଇଁ ସଲିମା ତାଲିବାନ ସହିତ ଷ୍ଟୋକ କରିଥିଲେ। ସେ ଧରାଯିବା ପର୍ଯ୍ୟନ୍ତ ବନ୍ଧୁକ ଉଠାଇ ନିଜ ଲୋକଙ୍କୁ ସୁରକ୍ଷା ଦେଇଥିଲେ।
ତାଙ୍କ ସୈନ୍ୟବାହିନୀର ଲୋକମାନେ ସେମାନଙ୍କର ଜମି ଓ ଗୋରୁ ବିକ୍ରି କରି ଅସ୍ତ୍ରଶସ୍ତ୍ର କିଣି ଯୋଗ ଦେଉଥିଲେ। ସଲିମା ମଜାରୀ ନିଜେ ପିକଅପର ଆଗ ସିଟରେ ବସିଥିଲେ ଓ ଲୋକମାନଙ୍କୁ ସେନାରେ ଯୋଗଦେବାକୁ କହି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ।
ଶରଣାର୍ଥୀ ଭାବରେ ଇରାନରେ ଜନ୍ମଗ୍ରହଣ କରିଥିଲେ।
ଆଫଗାନିସ୍ତାନର ସଲିମା ସୋଭିଏତ ଯୁଦ୍ଧରୁ ପଳାଇବା ପରେ ଇରାନକୁ ଆସିଥିଲେ। ଏଠାରେ ସେ ୧୯୮୦ରେ ଶରଣାର୍ଥୀ ଭାବରେ ଜନ୍ମଗ୍ରହଣ କରିଥିଲେ। ତେହେରାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ସେ ଆଫଗାନିସ୍ତାନକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ରେ ସେ ଜାଣିବାକୁ ପାଇଲେ ଯେ ଚାର୍କିଣ୍ଟ ଜିଲ୍ଲାର ରାଜ୍ୟପାଳ ପଦ ପାଇଁ ଏକ ପଦବୀ ଖାଲି ଅଛି। ଏହା ତାଙ୍କର ମାତୃଭୂମି ଥିଲା। ତେଣୁ ସେ ଏହି ପଦ ପାଇଁ ଆବେଦନ କରିଥିଲେ। ଏହା ପରେ ସେ ରାଜ୍ୟପାଳ ଭାବରେ ନିର୍ବାଚିତ ହୋଇଥିଲେ। ଜିଲ୍ଲାକୁ ସୁରକ୍ଷିତ ରଖିବା ପାଇଁ ସେ ସୁରକ୍ଷା ଆୟୋଗ ଗଠନ କରିଥିଲେ, ଯାହା ସ୍ଥାନୀୟ ସେନାବାହିନୀର ନିଯୁକ୍ତି ଉପରେ ନଜର ରଖିଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।