ବିଶିଷ୍ଟ ବ୍ୟକ୍ତିତ୍ବମାନେ ରାଷ୍ଟ୍ରପତିଙ୍କୁ ଭେଟି ଚିଠି ପ୍ରଦାନ କରୁଛନ୍ତି
News18 Odia Digital
ନୂଆ ଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ହେଉଥିବା ହିଂସାତ୍ମକ ପ୍ରଦର୍ଶନକୁ ନେଇ ଅସନ୍ତୁଷ୍ଟ ଥିବା ୧୫୪ଜଣ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି । ଏହି ବିଶିଷ୍ଟ ବ୍ୟକ୍ତିତ୍ବମାନଙ୍କ ମଧ୍ୟରେ ଅନେକ ପୂର୍ବତନ ବିଚାରପତି, ଆଇଏଏସ୍, ସିଭିଲ ସେବା ସହିତ ଜଡ଼ିତ ଅଧିକାଂଶ ବ୍ୟକ୍ତିତ୍ବ ଏବଂ ରକ୍ଷା ବିଭାଗରୁ ଅବସର ନେଇଥିବା ଅଧିକାରୀମାନେ ସାମିଲ ଅଛନ୍ତି ।
ଏହି ବ୍ୟକ୍ତିତ୍ବମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଲୋକତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକୁ ଏହି ଉପଦ୍ରବୀମାନଙ୍କଠାରୁ ରକ୍ଷା କରିବା ଲାଗି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ୧୫୪ଜଣ ବ୍ୟକ୍ତିତ୍ବଙ୍କ ମଧ୍ୟରେ ପୂର୍ବତନ ଜଜ୍ ତଥା କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ) ପୂର୍ବତନ ଚେୟାରମ୍ୟାନ ପ୍ରମୋଦ କୋହଲୀ ସାମିଲ ଅଛନ୍ତି । କୋହଲୀ ଅଭିଯୋଗ କରିଛନ୍ତି ଯେ, ‘‘ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବା ଲାଗି ଦେଶର କେତେକ ରାଜେନୈତିକ ବ୍ୟକ୍ତି ବିଶେଷ ସେମାନଙ୍କୁ ଉସକାଉଛନ୍ତି । ନାଗରିକତା ସଂଶୋଧନ ଆଇନ ଏବଂ ରାଷ୍ଟ୍ରୀୟ ନାଗରିକତା ପଞ୍ଜୀକରଣ ବିରୋଧରେ ପ୍ରଦର୍ଶନ କରାଯିବା ଫଳରେ ଏହି ରାଜେନୈତିକ ତତ୍ବମାନେ ସାମ୍ନାକୁ ନ ଆସି ପଛରେ ରହି ଏହିଭଳି ହିଂସାକୁ ଉସକାଉଛନ୍ତି । ତେଣୁ ଏଭଳି ପ୍ରାୟୋଜିତ ହିଂସା ସୃଷ୍ଯିକରୁଥିବା ତତ୍ବଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି‘‘ ।
ଯେବେଠୁ କେନ୍ଦ୍ରର ବିଜେପି ସରକାର ଏହି ଦୁଇଟି ଆଇନକୁ ସାରା ଦେଶରେ ଲାଗୁ କରିବାନେଇ ସୂଚନା ଦେଇଛନ୍ତି । ସେବେଠୁ ଏହି ଦୁଇଟି ବିଷୟରେ ଦେଶର ବିରୋଧ ଏବଂ ହିଂସା ଦେଖାଦେଇଛି । ଏପରିକି କେତେକ ବୁଦ୍ଧିଜୀବୀ ଏହାକୁ ସମର୍ଥନ କରୁଥିବାବେଳେ କେତେକ ଏହାକୁ ଖୋଲା ଖୋଲି ସମର୍ଥନ କରୁଛନ୍ତି । ଏନେଇ ସୁପ୍ରିମ କୋର୍ଟରେ ଯାଚିକା ଦାୟର କରାଯାଇଥିବାବେଳେ ସୁପ୍ରିମ କୋର୍ଟ ତୁରନ୍ତ କିଛି ନିଷ୍ପତ୍ତି ନେଇନାହାନ୍ତି । କେନ୍ଦ୍ରସରକାରଙ୍କୁ ପକ୍ଷ ରଖିବାକୁ ୪ ସପ୍ତାହ ସମୟ ଦେଇଛନ୍ତି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।