ଚୀନର ଚେତାବନୀ ମଝିରେ ତାଇୱାନକୁ ବଡ଼ା ଝଟକା; ଜଣେ ଅଧିକାରୀଙ୍କର ମିଳିଲା ମୃତଦେହ

Taiwan-China Conflict: ତାଇୱାନର ମୁଖ୍ୟ କ୍ଷେପଣାସ୍ତ୍ର ଉତ୍ପାଦନ ଅଧିକାରୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ତାଇୱାନ ପୋଲିସର ସୂଚନାନୁସାରେ, ଏକ ହୋଟେଲରେ ଅଧିକାରୀଙ୍କ ମୃତଦେହ ମିଳିଥିଲା।

ଚୀନର ଚେତାବନୀ ମଝିରେ ତାଇୱାନକୁ ବଡ଼ା ଝଟାକ

ଚୀନର ଚେତାବନୀ ମଝିରେ ତାଇୱାନକୁ ବଡ଼ା ଝଟାକ

  • Share this:
News18 Odia Digital

Taiwan-China Conflict: ଚୀନର ଚେତାବନୀ ମଧ୍ୟରେ ଏକ ହୋଟେଲରେ ତାଇୱାନର କ୍ଷେପଣାସ୍ତ୍ର ଉତ୍ପାଦନ କରୁଥିବା ଜଣେ ଅଧିକାରୀଙ୍କ ମୃତଦେହ ମିଳିଛି। ଅଧିକାରୀଙ୍କ ମୃତଦେହ ଦକ୍ଷିଣ ତାଇୱାନର ଏକ ହୋଟେଲରେ ମିଳିଥିଲା। ତାଇୱାନ ପୋଲିସ ଏହି ସୂଚନା ଦେଇଛି। ଅଧିକାରୀଙ୍କ ମୃତ୍ୟୁ ବିଷୟରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ପ୍ରକାଶ କରାଯାଇ ନାହିଁ।

ପ୍ରକାଶ ଥାଉକି ଚୀନର ଧମକ ଓ ଏହାର ସାମରିକ ଅଭ୍ୟାସ ହେତୁ ତାଇୱାନ ବର୍ତ୍ତମାନ ଉତ୍ତେଜନା ଓ ଦ୍ୱନ୍ଦ୍ୱରେ ଘେରି ରହିଛି। ଏହା ସମୁଦ୍ରରେ ନିଜର ସେନା, କ୍ଷେପଣାସ୍ତ୍ର ପ୍ରଣାଳୀ ଓ ପାଟ୍ରୋଲିଂ ଜାହାଜକୁ ସକ୍ରିୟ କରିଛି। ଚୀନର ଦାୟିତ୍ବହୀନ କାର୍ଯ୍ୟକୁ ବନ୍ଦ କରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ବାନ କରିଛି।
Published by:Lipina Das
First published: