T20 World Cup: ଧର୍ମଶାଳାରେ ହୋଇପାରେ ଟି -୨୦ କ୍ରିକେଟ୍ ବିଶ୍ୱକପର ପ୍ରଥମ ମ୍ୟାଚ୍; BCCI ଦେଲା ସଙ୍କେତ
Dharamshal Cricket Stadium: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପର (T-20 World Cup-2021) ଆରମ୍ଭ ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମରୁ ହୋଇପାରେ । ଏଥିପାଇଁ ପ୍ରୟାସ ଚାଲିଛି ।

ଧର୍ମଶାଳାରେ ହୋଇପାରେ ଟି -୨୦ କ୍ରିକେଟ୍ ବିଶ୍ୱକପର ପ୍ରଥମ ମ୍ୟାଚ୍
- News18 Odia
- Last Updated: April 6, 2021, 12:45 PM IST
ଧର୍ମଶାଳା: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପର (T-20 World Cup-2021) ଆରମ୍ଭ ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମରୁ ହୋଇପାରେ । ଏଥିପାଇଁ ପ୍ରୟାସ ଚାଲିଛି । ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ (Arun Dhumal) ଏହା କହିଛନ୍ତି । ଅକ୍ଟୋବର-ନଭେମ୍ବରରେ ଟି -୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତା ହେବ ବୋଲି ଅରୁଣ ଧୁମାଲ କହିଛନ୍ତି । ସମସ୍ତ ମ୍ୟାଚ୍ କେବଳ ଭାରତରେ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ ଆମେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଧର୍ମଶାଳା ଷ୍ଟାଡିୟମରେ (Dharamshala Cricket Stadium) ବିଶ୍ୱକପ୍ର ଉଦଘାଟନୀ ମ୍ୟାଚ୍ କରିବାକୁ ଚେଷ୍ଟା କରୁଛୁ । ଏହି ମ୍ୟାଚ ଗୁଡିକ ୮ ଟି ସ୍ଥାନରେ କରାଯିବ ଓ ଧର୍ମଶାଳାକୁ ମଧ୍ୟ ସାମିଲ କରାଯାଇଛି । ତେବେ ଏହି ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଆସି ନାହିଁ ।

ପ୍ରଥମ ଅନ୍ତର୍ଜାତୀୟ ODI ମ୍ୟାଚ୍ ୨୭ ଜାନୁୟାରୀ ୨୦୧୩ ରେ ଧରମଶାଲା ଷ୍ଟାଡିୟମରେ ଖେଳାଯାଇଥିଲା ।
୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ୍ ବାତିଲ ହୋଇଛି
୨୦୧୩ ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା
ପ୍ରଥମ ଅନ୍ତର୍ଜାତୀୟ ODI ମ୍ୟାଚ୍ ୨୭ ଜାନୁୟାରୀ ୨୦୧୩ ରେ ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଇଥିଲା । ଏହା ପରେ ୨୦ ଅକ୍ଟୋବର ୨୦୧୫ ରେ ଭାରତ-ଦକ୍ଷିଣ ଆଫ୍ରିକା ଓ ୧୮ ମାର୍ଚ୍ଚ ୨୦୧୬ ରେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ୍ ଖେଳାଯାଇଥିଲା । ଧର୍ମଶାଳା କ୍ରିକେଟ୍ ଷ୍ଟାଡିୟମ୍ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଷ୍ଟାଡିୟମ୍ ।