ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»T20 World Cup: ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍; ଭିସା ଦେବାକୁ ମଞ୍ଜୁରୀ ମିଳିଲା

T20 World Cup: ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍; ଭିସା ଦେବାକୁ ମଞ୍ଜୁରୀ ମିଳିଲା

ଭାରତରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ (T20 World Cup) ପାକିସ୍ତାନ କ୍ରିକେଟ୍ ଟିମ୍ (Pakistan cricket team) ସାମିଲ ହେବା ପାଇଁ ରାସ୍ତା ସଫା ହୋଇଛି । ପାକିସ୍ତାନୀ ଖେଳାଳି ଓ ଏହାର ଗଣମାଧ୍ୟମକୁ ଭିସା ଦେବାକୁ ଭାରତ ସରକାର ରାଜି ହୋଇଛନ୍ତି ।

T20 World Cup: ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍; ଭିସା ଦେବାକୁ ମଞ୍ଜୁରୀ ମିଳିଲା
ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍
  • News18 Odia
  • Last Updated: April 17, 2021, 10:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ (T20 World Cup) ପାକିସ୍ତାନ କ୍ରିକେଟ୍ ଦଳ (Pakistan cricket team) ଭାଗନେବା ପାଇଁ ରାସ୍ତା ସଫା ହୋଇଛି । ପାକିସ୍ତାନୀ ଖେଳାଳି ଓ ଏହାର ଗଣମାଧ୍ୟମକୁ ଭିସା ଦେବାକୁ ଭାରତ ସରକାର ରାଜି ହୋଇଛନ୍ତି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ଅନୁଷ୍ଠିତ ଏକ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ଆପେକ୍ସ କାଉନସିଲକୁ (Apex Council) ସୂଚନା ଦେଇଛି । ବୋର୍ଡ ଅନୁଯାୟୀ, ପାକିସ୍ତାନୀ ଖେଳାଳିଙ୍କ ଭିସା ପାଇଁ ସେମାନେ ସରକାରଙ୍କଠାରୁ ସବୁଜ ସଙ୍କେତ ପାଇଛନ୍ତି । ତେବେ ପ୍ରଶଂସକଙ୍କ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଖୁବ୍ ଶୀଘ୍ର ସମ୍ପୃକ୍ତ ମନ୍ତ୍ରଣାଳୟ ଏହା ଉପରେ ନିଷ୍ପତ୍ତି ନେବ ।

ଏହି ବୈଠକରେ ଜଡିତ ଜଣେ ବିସିସିଆଇ ଅଧିକାରୀ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଟି -୨୦ ବିଶ୍ୱକପ ଏକ ଆଇସିସି ଇଭେଣ୍ଟ । ଏହାକୁ ଦୃଷ୍ଟିରେ ରଖି ସରକାର ପାକିସ୍ତାନୀ ଖେଳାଳି ଓ ଏହାର ଗଣମାଧ୍ୟମ ପାଇଁ ଭିସା ଅନୁମୋଦନ କରିଛନ୍ତି । ଆସନ୍ତା ମାସରେ ଏହି ବିଷୟରେ ଅଧିକ ଆଲୋଚନା କରାଯିବ । ଏହାପୂର୍ବରୁ ପିସିବି ଅଧ୍ୟକ୍ଷ ଏହସାନ ମଣି ଏକ ଅଲ୍ଟିମାଟମ୍ ଦେଇଥିଲେ ଯେ ମାର୍ଚ୍ଚ ୩୧ ସୁଦ୍ଧା ପାକିସ୍ତାନୀ ଦଳ ପାଇଁ ଭିସା ଅନୁମୋଦନ ସମ୍ପର୍କରେ ବିସିସିଆଇ ନିଜର ଆଭିମୁଖ୍ୟ ସଫା କରିବା ଉଚିତ । ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ୧ ଏପ୍ରିଲରେ ଆଇସିସର ଏକ ବୋର୍ଡ ବୈଠକରେ ଏହା ନିଶ୍ଚିତ କରିଛି ଯେ ଏକ ମାସ ମଧ୍ୟରେ ଏହି ବିବାଦର ସମାଧାନ ହେବ ।

ଟି -୨୦ ବିଶ୍ୱକପ ପାଇଁ ୯ ଟି ସ୍ଥାନ ସ୍ଥିର ହୋଇଛି
ଏହି ସମୟରେ କରୋନା ଭାଇରସରୁ ପରିସ୍ଥିତି ଉପୁଜିଥିବା ବେଳେ ଏହି ଟୁର୍ନାମେଣ୍ଟ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ବିସିସିଆଇ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ୯ ଟି ସ୍ଥାନ ପ୍ରସ୍ତୁତ ରଖିବାକୁ ବୋର୍ଡ କହିଛି । ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ନିଆଯିବ । ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ଫାଇନାଲ ପାଇଁ ଅହମ୍ମଦାବାଦ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ଧର୍ମଶାଳା, କୋଲକାତା ଓ ଲକ୍ଷ୍ନୌ ଅଛି । ବୋର୍ଡ ଅଧିକାରୀ କହିଛନ୍ତି ଯେ ସ୍ଥାନ ସର୍ଟଲିଷ୍ଟ କରାଯାଇଛି । ନିଷ୍ପତ୍ତି ଟୁର୍ନାମେଣ୍ଟ ପାଖେଇ ଆସିବାପରେ ନିଆଯିବ । ବର୍ତ୍ତମାନଠାରୁ ଅକ୍ଟୋବର-ନଭେମ୍ବରରେ କରୋନାର ସ୍ଥିତି କ’ଣ ରହିବ ଏହା ଏବେ ଭାବିବା ମୂର୍ଖାମୀ ହେବ ।

ଏହା ବ୍ୟତୀତ ସର୍ବୋଚ୍ଚ ପରିଷଦ ମଧ୍ୟ ନିଷ୍ପତ୍ତି ନେଇଛି ଯେ ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୧ ଶେଷରେ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହା ପରେ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ଗସ୍ତ କରିବ ଯାହା ମହିଳା ODI ବିଶ୍ୱକପ ପୂର୍ବରୁ ଅନୁଷ୍ଠିତ ହେବ ।
Published by: Jagdish Barik
First published: April 17, 2021, 10:05 AM IST