T-20 International: ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏଲିସା ଭାଙ୍ଗିଦେଲେ ଧୋନିଙ୍କ 'ଅନମୋଲ ରେକର୍ଡ଼'

T-20 International: ଗତ ବର୍ଷ ଅକ୍ଟୋବରରେ ଏଲିସା ଟି-୨୦ ମ୍ୟାଚରେ ୧୪୮ ରନ୍ ଇନିଂସ ଖେଳି ଜଣେ ମହିଳା କ୍ରିକେଟର ଭାବେ ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିଥିଲେ ।

T-20 International: ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏଲିସା ଭାଙ୍ଗିଦେଲେ ଧୋନିଙ୍କ 'ଅନମୋଲ ରେକର୍ଡ଼'
ଏଲିସା ହେଲି ଭାଙ୍ଗିଦେଲେ ଧୋନିଙ୍କ ରେକର୍ଡ଼
  • News18 Odia
  • Last Updated: September 27, 2020, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହେନ୍ଦ୍ର ସିଂ ଧୋନି (MS Dhoni) ଟି -୨୦ ଓ ODI କ୍ରିକେଟରେ ବାଦଶାହ ଅଟନ୍ତି । ODI ରୁ ଟି୨୦ ଆନ୍ତର୍ଜାତୀୟ ପର୍ଯ୍ୟନ୍ତ ଧୋନି ସବୁଆଡେ ଧୁମ ମଚାଇଛନ୍ତି । ଧୋନିଙ୍କର ଏହି ଉଭୟ ଫର୍ମାଟରେ ଅନେକଗୁଡ଼ିଏ ରେକର୍ଡ ଅଛି । କିନ୍ତୁ ଏବେ ଲାଗୁଛି ଯେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନିଙ୍କ ରେକର୍ଡ ସବୁ ଭାଙ୍ଗିବାକୁ ଯାଉଛି । ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ଧୋନିଙ୍କ ସର୍ବାଧିକ ଆଉଟ କରିବାର ରେକର୍ଡ ଭାଙ୍ଗି ଯାଇଛି । ବିଶେଷ କଥା ହେଉଛି ଏହି ରେକର୍ଡ କୌଣସି ପୁରୁଷ ୱିକେଟ୍ କିପର ଭାଙ୍ଗି ନାହାଁନ୍ତି ବରଂ ଜଣେ ମହିଳା କ୍ରିକେଟର ଏହି କୀର୍ତ୍ତିମାନ କରିଛନ୍ତି । ସେ ହେଉଛନ୍ତି ଅଷ୍ଟ୍ରେଲିଆର ପ୍ରସିଦ୍ଧ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ପତ୍ନୀ ଏଲିସା ହେଲି ।

ଭାଙ୍ଗିଥିବା ରେକର୍ଡ
ଅନ୍ତର୍ଜାତୀୟ ଟି -୨୦ ରେ ଧୋନି ମୋଟ ୯୧ ଟି ଆଉଟ କରିଛନ୍ତି । କିନ୍ତୁ ଏଲିସା ହେଲି ଧୋନିଙ୍କ ଏହି ରେକର୍ଡ ବ୍ରିସବେନ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାଙ୍ଗି ଦେଇଛନ୍ତି । ଏହି ମ୍ୟାଚରେ ସେ ଦୁଇଟି ଆଉଟ କରିଥିଲେ, ପ୍ରଥମେ ଷ୍ଟମ୍ପିଂ ଓ ଦ୍ୱିତୀୟଟି କ୍ୟାଚ୍ । ବର୍ତ୍ତମାନ ଏଲିସା ଅନ୍ତର୍ଜାତୀୟ ଟି -୨୦ରେ ସମୁଦାୟ ୯୨ଟି ଆଉଟ କରିବାକୁ ସକ୍ଷମ ହୋଇଛନ୍ତି । ସେ ୧୧୪ଟି ମ୍ୟାଚର ୯୯ ଇନିଂସରେ ୫୦ଟି ଷ୍ଟମ୍ପିଂ ଓ ୪୨ଟି କ୍ୟାଚ୍ ଆଉଟ କରିଛନ୍ତି । ଯେତେବେଳେ କି ଧୋନି ୯୮ଟି ମ୍ୟାଚର ୯୭ଟି ଇନିଂସରେ ୯୧ଟି ଆଉଟ କରିଛନ୍ତି । ଯେଉଁଥିରେ ସେ ୩୪ଟି ଷ୍ଟମ୍ପିଂ ଓ ୫୭ଟି କ୍ୟାଚ୍ ନେଇଛନ୍ତି ।

ବିସ୍ଫୋରକ କ୍ରିକେଟର ଭାବେ ପରିଚିତ ଏଲିସା
ଏଲିସା ହେଲି ହେଉଛନ୍ତି କିମ୍ବଦନ୍ତୀ ଅଷ୍ଟ୍ରେଲୀୟ ୱିକେଟ୍ କିପର ଇଆନ୍ ହିଲିଙ୍କ ଭାଣିଜୀ ଓ ମିଚେଲ ଷ୍ଟାର୍କଙ୍କ ପତ୍ନୀ । କିନ୍ତୁ ସେ ନିଜର ବିସ୍ଫୋରକ ଖେଳ ସହିତ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଗତ ବର୍ଷ ଅକ୍ଟୋବରରେ ଏଲିସା ଟି -୨୦ ରେ ୧୪୮ଟି ଇନିଂସ ଖେଳି ମହିଳା କ୍ରିକେଟର ସବୁଠାରୁ ବଡ଼ ରେକର୍ଡ ଭାଙ୍ଗିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ ରେ ସେ ୨୦୯୯ ରନ୍ ସ୍କୋର କରିଛନ୍ତି । ୧୨ଟି ଅର୍ଦ୍ଧଶତକ ମଧ୍ୟ ତାଙ୍କ ନିଜ ବ୍ୟାଟିଂ ମାଧ୍ୟମରେ କରିଛନ୍ତି । ଏହା ବ୍ୟତୀତ ହେଲି ମଧ୍ୟ ODI ରେ ୩ଟି ​​ଶତକ ହାସଲ କରିଛନ୍ତି । ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ଏଲିସା ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ମାତ୍ର ୩୯ଟି ବଲରୁ ୭୫ ରନ୍ ସଂଗ୍ରହ କରିଥିଲେ । ଏଲିସା ହିଁ ଟି-୨୦ ଟାଇଟଲ ଜିତିବାର ଭାରତର ଆଶାକୁ ମଉଳାଈ ଦେଇଥିଲେ ।
Published by: Jagdish Barik
First published: September 27, 2020, 5:06 PM IST
corona virus btn
corona virus btn
Loading