News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀର କଞ୍ଜାୱାଲା ଘଟଣା (Delhi Kanjhawal Case) କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ଅତ୍ୟନ୍ତ ସକ୍ରିୟ ଥିବା ସ୍ୱାତୀ ମାଲିୱାଲ (Swati Maliwal)ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ମାଲିୱାଲ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା (Delhi Mahila Aygo chairman) ଭାବେ କାର୍ଯ୍ୟରତ। ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ଜଣେ କାର ଡ୍ରାଇଭର ସ୍ୱାତୀ ମାଲିୱାଲଙ୍କୁ କାରଠାରୁ ପ୍ରାୟ ୧୦-୧୫ ମିଟର ଟାଣି ନେଇଥିଲେ। ଏହି ଘଟଣା ଦିଲ୍ଲୀର AIIMS ନିକଟରେ ଘଟିଛି। ଅଭିଯୁକ୍ତ ହରିଶ ଚନ୍ଦ୍ର (୪୭) ବୋଲି ଜଣାପଡିଛି। ଡ୍ରାଇଭରକୁ ଗିରଫ କରାଯାଇଥିବା ପୋଲିସ କହିଛି।
Kanjhawala Case: କଞ୍ଜୱାଲା ମାମଲାରେ ୫ ନୁହେଁ ୭ ଜଣ ଅଭିଯୁକ୍ତ
ଦିଲ୍ଲୀ ପୋଲିସ( Delhi Police)ର ସୂଚନା ଅନୁସାରେ, ସ୍ୱାତୀ ମାଲିୱାଲ ତାଙ୍କ ଟିମ୍ ସହିତ ସକାଳ ୩.୧୧ଟା ସମୟରେ AIIMS ର ୨ ନଂ ଗେଟରେ ଉପସ୍ଥିତ ଥିଲେ। ଜଣେ କାର ଡ୍ରାଇଭର ସ୍ୱାତୀ ମାଲିୱାଲଙ୍କୁ ତାଙ୍କ କାରରେ ବସିବାକୁ କହିଥିଲେ। ଏହା ଉପରେ ସ୍ୱାତୀ ମାଲିୱାଲ ତାଙ୍କୁ ଗାଳି ଦେବା ଆରମ୍ଭ କଲେ। ହଠାତ୍ ଡ୍ରାଇଭର ଜଣଙ୍କ ତାଙ୍କ କାରର ଗ୍ଲାସ୍ ବନ୍ଦ କରିଦେଲେ ଓ ସ୍ୱାତୀଙ୍କ ହାତ ତାଙ୍କ କାରର ଗ୍ଲାସରେ ଅଟକି ଗଲା।
Kanjhawala Case: ନିଧି ଓ ଅଞ୍ଜଳୀଙ୍କ ସହ ସେହି ଯୁବକ କିଏ? ସାମ୍ନାକୁ ଆସିଲା ୨ଟି ନୂଆ ସିସିଟିଭି ଫୁଟେଜ
ଏହି ଘଟଣା ସମ୍ପର୍କରେ ସ୍ୱାତୀ ମାଲିୱାଲ ଟ୍ୱିଟ କରି ଲେଖିଛନ୍ତି, 'ଗତକାଲି ବିଳମ୍ବିତ ରାତିରେ ମୁଁ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ପରିସ୍ଥିତି ଯାଞ୍ଚ କରୁଥିଲି। ଜଣେ ଡ୍ରାଇଭର ମୋତେ ଦୁର୍ବ୍ୟବହାର କଲେ ଓ ମୁଁ ଯେତେବେଳେ ତାଙ୍କୁ ଧରିଲି, ସେ କାରର ମିରର ବନ୍ଦ କରି ମୋ ହାତ ଟାଣି ନେଇଥିଲେ। ଇଶ୍ବର ଜୀବନ ରକ୍ଷା କଲେ। ଯଦି ମହିଳା ଆୟୋଗର ଅଧ୍ୟକ୍ଷ ଦିଲ୍ଲୀରେ ସୁରକ୍ଷିତ ନୁହଁନ୍ତି, ତେବେ ପରିସ୍ଥିତିକୁ କଳ୍ପନା କରନ୍ତୁ।
କାରର ଗ୍ଲାସରେ ତାଙ୍କ ହାତ ଅଟକି ରହିଥିବାରୁ ସ୍ୱାତୀ ମାଲିୱାଲ ପ୍ରାୟ 10-15 ମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲା। ଘଟଣା ସମୟରେ ସେ ନିଶାରେ ଅବସ୍ଥାରେ ଥିଲେ। ଅଭିଯୁକ୍ତ ହରିଶ ଚନ୍ଦ୍ରଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଅଭିଯୁକ୍ତ ଓ ସ୍ୱାତୀ ମାଲିୱାଲଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।