ଉତ୍ତରପ୍ରଦେଶ ବିଜେପି ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ସ୍ୱତନ୍ତ୍ର ଦେବ ସିଂ

ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ ୟୁପି ବିଜେପିର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ବିଜେପି ଅଧ୍ଯକ୍ଷ ଜେପି ନଡ଼୍ଡାଙ୍କ ନିକଟକୁ ପଠାଇଛନ୍ତି।

ସ୍ୱତନ୍ତ୍ର ଦେବ ସିଂ (ପ୍ରତୀକାତ୍ମକ ଛବି)

ସ୍ୱତନ୍ତ୍ର ଦେବ ସିଂ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂ ୟୁପି ବିଜେପିର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାକୁ ବିଜେପି ଅଧ୍ଯକ୍ଷ ଜେପି ନଡ଼୍ଡାଙ୍କ ନିକଟକୁ ପଠାଇଛନ୍ତି। ତାଙ୍କର କାର୍ଯ୍ୟକାଳ ଜୁଲାଇ ୧୬ ରେ ଶେଷ ହୋଇଥିଲା। ଏବେ ୟୁପିରେ ବିଜେପିର ନୂଆ ସଭାପତି କିଏ ହେବେ ସେନେଇ ଆଲୋଚନା ହେଉଛି? ଆସନ୍ତା ତିନି ଦିନ ମଧ୍ୟରେ ଏହାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ସ୍ୱତନ୍ତ୍ର ଦେବ ସିଂ ବର୍ତ୍ତମାନ ଯୋଗୀ ସରକାରରେ ଜଲ ଶକ୍ତି ମନ୍ତ୍ରୀ ଅଟନ୍ତି।  ଏହା ବ୍ୟତୀତ ନିକଟରେ ସେ ବିଧାନ ପରିଷଦର ନେତା ଭାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ସେ ବିଧାନ ପରିଷଦରେ ପୂର୍ବତନ ଡେପୁଟି ସିଏମ୍ ଦୀନେଶ ଶର୍ମାଙ୍କ ସ୍ଥାନ ନେଇଛନ୍ତି।

ସ୍ୱତନ୍ତ୍ର ଦେବ ସିଂ ତିନି ବର୍ଷ ଧରି ବିଜେପିର ରାଜ୍ୟ ସଭାପତି ଥିଲେ। ସେ ୧୯ ଜୁଲାଇ ୨୦୧୯ରେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ।

ସୂଚନାନୁସାରେ, ଜୁଲାଇ ୩୦ ସୁଦ୍ଧା ୟୁପି ବିଜେପି ଏକ ନୂତନ ରାଜ୍ୟ ସଭାପତି ପାଇବ। ନୂତନ ରାଜ୍ୟ ସଭାପତି ଓବିସି, ବ୍ରାହ୍ମଣର କେହି ଜଣେ ହୋଇପାରନ୍ତି।  କିମ୍ବା ପଶ୍ଚିମ ଉତ୍ତରପ୍ରଦେଶର ଯେକୌଣସି ଚେହେରାକୁ ମଧ୍ୟ ଏହି ପଦ ଦିଆଯାଇପାରେ।
Published by:Soumya Das
First published: