ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»West Bengal Polls: ସ୍ବପନ ଦାସଗୁପ୍ତା ରାଜ୍ୟସଭାରୁ ଇସ୍ତଫା ଦେଲେ, ହେଲେ ଥମୁନି ବିବାଦ

West Bengal Polls: ସ୍ବପନ ଦାସଗୁପ୍ତା ରାଜ୍ୟସଭାରୁ ଇସ୍ତଫା ଦେଲେ, ହେଲେ ଥମୁନି ବିବାଦ

ସ୍ବପନ ଦାସଗୁପ୍ତା ରାଜ୍ୟସଭାର ଜଣେ ମନୋନୀତ ସଦସ୍ୟ ହୋଇଥିବା ସତ୍ତ୍ୱେ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଏହାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମିତ୍ର ପ୍ରଶ୍ନ ଉଠାଇଥିଲେ । ଏହା କେମିତି ସମ୍ଭବ ହେଲା ବୋଲି ସେ ପଚାରିଥିଲେ ।

West Bengal Polls: ସ୍ବପନ ଦାସଗୁପ୍ତା ରାଜ୍ୟସଭାରୁ ଇସ୍ତଫା ଦେଲେ, ହେଲେ ଥମୁନି ବିବାଦ
ପଶ୍ଚିମ ବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ (ଡାହାଣ) ସହ ସ୍ୱପନ ଦାସଗୁପ୍ତା (ବାମ)
  • News18 Odia
  • Last Updated: March 16, 2021, 11:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ବିଜେପି ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Elections 2021) ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ (Swapan Dasgupta) ପ୍ରାର୍ଥୀ କରିବା ପରେ ବିଜେପିକୁ ଘେରିଥିଲା ତୃଣମୂଳ କଂଗ୍ରେସ (TMC) । ଏହା କରିବା ଦ୍ୱାରା ସମ୍ବିଧାନର ଦଶମ ଅନୁଚ୍ଛେଦର ଉଲ୍ଲଙ୍ଘନ ହୋଇଥିବା ଟି.ଏମ୍‌.ସି. ଅଭିଯୋଗ କରିବା ପରେ ସ୍ବପନ ଦାସଗୁପ୍ତା ରାଜ୍ୟସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି, ହେଲେ ଏହି ବିବାଦ ଏବେ ବି ଥମିନି ।

ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଜୟରାମ ରମେଶ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଏକ ପତ୍ର ଲେଖିଥିଲେ  । ପଶ୍ଚିମ ବଙ୍ଗର ତାରକେଶ୍ବର ବିଧାନସଭା ଆସନରୁ ପ୍ରାର୍ଥୀ ହେଉଛନ୍ତି ସ୍ବପନ ଦାସଗୁପ୍ତା  । ମାତ୍ର ଏହା କେମିତି ସମ୍ଭବ ହେଲା ତା’ ଉପରେ ପ୍ରଶ୍ନ ଉଠିଥିଲା । ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହୋଇ ରାଜ୍ୟସଭାକୁ ଯାଇଥିବା ସ୍ବପନ କେବେ ବିଜେପିରେ ମିଶିଲେ ଓ ତାଙ୍କୁ ପ୍ରାର୍ଥୀ କରି ବିଜେପି ସମ୍ବିଧାନର ଦଶମ ଅନୁଚ୍ଛେଦର ଉଲ୍ଲଙ୍ଘନ କରିନି ତ ଆଦି ପ୍ରଶ୍ନ ବିଜେପିକୁ ହଇରାଣ କରିଥିଲା ।

ଏହା ବି ପଢ଼ନ୍ତୁ | ଏହା ବି ପଢ଼ନ୍ତୁ | ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISANଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

୨୦୧୬ରେ ସେତେବେଳର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ମନୋନୀତ ହୋଇ ରାଜ୍ୟସଭାକୁ ଯାଇଥିଲେ ସ୍ବପନ । ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁୟାୟୀ ଯଦି ଜଣେ ମନୋନୀତ ସଦସ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦିଅନ୍ତି, ତେବେ ସେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବାର ଛଅ ମାସ ପରେ ସେ ଅଯୋଗ୍ୟ ହୋଇଯିବେ ।

ଏହା ବି ପଢ଼ନ୍ତୁ | ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଏପ୍ରିଲ୍ ୧ରୁ ଆଉ କାମ କରିବନି; ଜାଣନ୍ତୁ କେଉଁ ବ୍ୟାଙ୍କ୍

ସ୍ବପନ ରାଜ୍ୟସଭାର ମନୋନୀତ ସଦସ୍ୟ ଥାଇ ବି ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଏହାକୁ ନେଇ ସୋମବାର ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମିତ୍ର ପ୍ରଶ୍ନ ଉଠାଇଥିଲେ । ଏହା କେମିତି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିଥିଲେ । ରାଜ୍ୟସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଜୟରାମ ରମେଶ ମଧ୍ୟ ଏ ନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ପତ୍ର ଲେଖିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି



ସମ୍ବିଧାନର ନିୟମ ଉଲ୍ଲଙ୍ଘନ ପ୍ରସଙ୍ଗରେ ନା ବିଜେପି ମୁହଁ ଖୋଲିଛି ନା ସିଧାସଳଖ ଉତ୍ତର ଦେଇଛନ୍ତି ସ୍ବପନ ଦାସଗୁପ୍ତା  । ବରଂ ବିରୋଧୀଙ୍କ ସ୍ବର ଉଠିବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କ ପାଖକୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି  ଓ କହିଛନ୍ତି ଯେ ପଶ୍ଚିମ ବଙ୍ଗରୁ ଟି.ଏମ୍‌.ସି. ର ‘‘ସିଣ୍ଡିକେଟ୍ ରାଜ୍’’ ହଟାଇ ସୋନାର୍ ବାଙ୍ଗଲା କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ।



ବିଶିଷ୍ଟ ସ୍ତମ୍ଭକାର, ଲେଖକ ଓ ରାଜନୈତିକ ବିଶ୍ଳେଷକ ଭାବେ ସ୍ବପନ୍ ଦାସଗୁପ୍ତା ଜଣାଶୁଣା । ତାରକେଶ୍ବର ଆସନରୁ ବିଜେପି ପ୍ରାର୍ଥୀ ଭାବେ ସେ ଗୁରୁବାର କିମ୍ବା ଶୁକ୍ରବାର ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ସେହି ଦିନ ହିଁ ସବୁ ଖୁଲାସା ହୋଇଯିବ କହି ସମ୍ବିଧାନର ଦଶମ ଅନୁଚ୍ଛେଦ ଉଲ୍ଲଙ୍ଘନ ପ୍ରସଙ୍ଗକୁ ସେ ଟାଳି ଦେଇଛନ୍ତି ।
Published by: Anand Shankar Thankur Das
First published: March 16, 2021, 11:15 PM IST