୮୮ ବର୍ଷ ବୟସରେ ବ୍ରହ୍ମଲୀନ ହେଲେ ସ୍ବାମୀ ବିଶ୍ବେଶ ତୀର୍ଥ; ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି

ସ୍ବାମୀଜୀଙ୍କ ଦ୍ବାରା ତିଆରି କରାଯାଇଥିବା ଅଖିଳ ଭାରତୀୟ ମାଧବ ମଣ୍ଡଳ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗରିବ ଛାତ୍ରଙ୍କୁ ସହଯୋଗ କରିଛି । ମାଧବ ମଣ୍ଡଳର ଅନେକ ହଷ୍ଟେଲ କର୍ଣ୍ଣାଟକରେ ଅଛି । ଏଥିରେ ଗରିବ ଛାତ୍ରମାନଙ୍କୁ ପ୍ରାଥମିକତା ଦିଆଯାଇଥାଏ । ଏହା ସହ ସାମନ୍ୟ ଛାତ୍ରମାନଙ୍କଠାରୁ ବହୁତ କମ୍ ଫିସ ନିଆଯାଇଥାଏ ।

୮୮ ବର୍ଷ ବୟସରେ ବ୍ରହ୍ମଲୀନ ହେଲେ ସ୍ବାମୀ ବିଶ୍ବେଶ ତୀର୍ଥ; ପ୍ରଧାନମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସ୍ୱାମୀଜୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ।
  • News18 Odia
  • Last Updated: December 29, 2019, 8:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଳୀ: କର୍ଣ୍ଣାଟକର ଉଡୁପିସ୍ଥିତ ଅଷ୍ଟ ମଠମାନଙ୍କ ମଧ୍ୟରୁ ଅନ୍ୟତମ ପେଜାବର ମଠର ୩୩ତମ ମୁଖ୍ୟ ସ୍ବାମୀ ବିଶ୍ବେଶ ତୀର୍ଥଙ୍କର ୮୮ବର୍ଷ ବୟସରେ ଦେହାବସାନ ଘଟିଛି । ସେ ବିଗତ କିଛି ଦିନ ଧରି ସ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ମଣିପାଲସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତାଙ୍କ ମୃତ୍ୟୁ ଖବର ଜାଣି ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇ ଟୁଇଟ୍‌ କରିଛନ୍ତି: ‘‘ଉଡ଼ୁପିର ପେଜାବର ମଠର ଶ୍ରୀ ବିଶ୍ବେଶ ତୀର୍ଥ ସ୍ବାମୀଜୀ ସର୍ବଦା ସେହି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରହିବେ ଯେଉଁମାନଙ୍କ ପାଇଁ ସେ ମାର୍ଗଦର୍ଶକ ଭୂମିକା ନିର୍ବାହ କରିଥିଲେ ।’’

୭ବର୍ଷ ବୟସରୁ ହୋଇଥିଲେ ସନ୍ୟାସୀ

୧୯୩୧ରେ ଶିବାଲୀ ମାଧବ ସ୍ଥିତ ବ୍ରାହ୍ମଣ ପରିବାରେ ସ୍ବାମୀଜୀଙ୍କର ଜନ୍ମ ହୋଇଥିଲା । ସନ୍ୟାସ ପୂର୍ବରୁ ତାଙ୍କ ନାମ ଭେଙ୍କଟ ଥିଲା । ୧୯୩୮ରେ ମାତ୍ର  ୭ ବର୍ଷ ବୟସରେ ସେ ସନ୍ୟାସ ଗ୍ରହଣ କରିନେଇଥିଲେ । ଶ୍ରୀ ଭଣ୍ଡାରୀକର ମଠର ବିଦ୍ଧ୍ୟମାନ୍ୟ ତୀରାଶୁ ତାଙ୍କର ଗୁରୁ ଥିଲେ । ପରେ ବିଶ୍ବେଶ ତୀର୍ଥ ପେଜାବର ମଠର ବିଶ୍ବପ୍ରଶନ୍ନ ତୀର୍ଥ ହୋଇଥିଲେ ।

ସ୍ବାମୀ ତୀର୍ଥ ହିନ୍ଦୁ ଧର୍ମର ଦ୍ବୈତ ସିଦ୍ଧାନ୍ତର ଉପାସକ ଏବଂ କୃଷ୍ଣ ଭକ୍ତ ଥିଲେ । ସେ ୧୯୫୪ ରେ କର୍ଣ୍ଣାଟକର ଉଡୁପି ଜିଲାରେ ପ୍ରଥମ ପର୍ଯ୍ୟାୟ (ଯାହା ମଠ ସହିତ ଜଡ଼ିତ ଥିବା ଏକ ଧାର୍ମିକ ପ୍ରକ୍ରିୟା) ତାହାକୁ ସମ୍ପୂର୍ଣ୍ଣ କରିଥିଲେ । ସେହି ବର୍ଷ ସେ ଉଡୁପିରେ ମାଧବ କନଫରେନ୍ସ ଆୟୋଜନ କରିଥିଲେ । ଏହି ଭଳି ଭାବେ ସେ ୧୯୬୮ରେ ଦ୍ବିତୀୟ ପର୍ଯ୍ୟାୟ ପାରି କରିବା ସହ ଜୀବନକାଳ ମଧ୍ୟ୍ୟରେ ପାଞ୍ଚଟି ପର୍ଯ୍ୟାୟ ପାରିକରିଥିଲେ ।

ସାମାଜିକ କାର୍ଯ୍ୟସହ ଜଡ଼ିତ ଥିଲେ ସ୍ବାମୀଜୀ

ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ହୋଇ ସ୍ବାମୀଜୀ ଜୀବନ କାଳରେ ଅନେକ ସାମାଜିକ ଏବଂ ଶୈକ୍ଷିକ ସୁଧାର ଆଣିଥିଲେ । ସ୍ବାମୀଜୀଙ୍କ ଦ୍ବାରା ତିଆରି କରାଯାଇଥିବା ଅଖିଳ ଭାରତୀୟ ମାଧବ ମଣ୍ଡଳ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗରିବ ଛାତ୍ରଙ୍କୁ ସହଯୋଗ କରିଛି ।

ମାଧବ ମଣ୍ଡଳର ଅନେକ ହଷ୍ଟେଲ କର୍ଣ୍ଣାଟକରେ ଅଛି । ଏଥିରେ ଗରିବ ଛାତ୍ରମାନଙ୍କୁ ପ୍ରାଥମିକତା ଦିଆଯାଇଥାଏ । ଏହା ସହ ସାମନ୍ୟ ଛାତ୍ରମାନଙ୍କଠାରୁ ବହୁତ କମ୍‌ ଫିସ ନିଆଯାଇଥାଏ । ଏହା ଛଡ଼ା ଅନେକ ସ୍ଥାନରେ ନିଜର ମଠ ମଧ୍ୟ ସ୍ଥାପନ କରିଥିବାରୁ ତାଙ୍କୁ ରାଷ୍ଟ୍ରୀୟ ସନ୍ଥ ଭାବରେ ପରିଚୟ ମିଳିଥିଲା ।

ମାଧବାଚାର୍ଯ୍ୟ ମଠର ପ୍ରତିଷ୍ଠା କରିଥିଲେ

ସ୍ବାମୀ ବିଶ୍ବେଶତୀର୍ଥ ଯେଉଁ ମଠ ସହିତ ଜଡ଼ିତ ଥିଲେ ତାହାକୁ ସନ୍ଥ ମାଧବାଚାର୍ଯ୍ୟ ପ୍ରତିଷ୍ଠା କରିଥିଲେ । ୧୩ଶ ଶତାବ୍ଦୀର ସନ୍ଥ ମାଧବାଚାର୍ଯ୍ୟ ଉଡୁପି ଜିଲାରେ ଶ୍ରୀକୃଷ୍ଣ ମନ୍ଦିରର ସ୍ଥାପନା କରିଥିଲେ । ସେ ୮ଟି ମଠ ପ୍ରତିଷ୍ଠା କରିଥିଲେ ଯାହା ମଧ୍ୟରୁ ପେଜାବର ମଠ ଅନ୍ୟତମ ଅଟେ । ଏହି ମଠ ସହିତ ସ୍ବାମୀ ବିଶ୍ବେଶ ତୀର୍ଥ ମଧ୍ୟ ଜଡ଼ିତ ଥିଲେ ।

ମାଧବାଚାର୍ଯ୍ୟ ବୈଷ୍ଣବ ସମ୍ପ୍ରଦାୟର ସନ୍ଥ ଥିଲେ ଯିଏ ଦ୍ବେତ ସିଦ୍ଧାନ୍ତକୁ ମାନୁଥିଲେ । ମାଧବାଚାର୍ଯ୍ୟଙ୍କ ଯୋଗୁଁ ଉଡୁପି ଦକ୍ଷିଣ ଭାରତର କୃଷ୍ଣ ଭକ୍ତିର କେନ୍ଦ୍ର ଭାବେ ବିକଶିତ ହୋଇଥିଲା । କର୍ଣ୍ଣାଟକର ଏହି ଜିଲାକୁ ବର୍ଷ ସାରା ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ ।
First published: December 29, 2019, 8:57 PM IST