ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀଙ୍କୁ କାଲି ଫାଶୀ ହେବ କି ନାହିଁ ସେ ନେଇ ଏବେ ବି ସଂଶୟ ଜାରି ରହିଛି

ନିୟମ ଅନୁଯାୟୀ ରାଷ୍ଟ୍ରପତି ଦୋଷୀ ବିନୟର ରାଜକ୍ଷମା ଆବେଦନକୁ ଖାରଜ କଲେ ଏହାର ୧୪ ଦିନ ପରେ ଫାଶି ଦଣ୍ଡ କାର୍ଯ୍ୟକାରୀ ହେବ । ତେବେ ଏହି ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀଙ୍କୁ କାଲି ଫାଶୀ ହେବ କି ନାହିଁ ସେ ନେଇ ଏବେ ବି ସଂଶୟ ଜାରି ରହିଛି
ନିର୍ଭୟା କାଣ୍ଡର ଚ଼ାରି ଜଣ ଦୋଷୀ
  • News18 Odia
  • Last Updated: January 31, 2020, 3:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆସନ୍ତା କାଲି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ହେବ କି ନାହିଁ ସେ ନେଇ ଏବେ ବି ସଂଶୟ ଲାଗି ରହିଛି । ମାମଲାର ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ।

ଦୋଷୀଙ୍କ ପାଖରେ ଆଉ କିଛି ଆଇନଗତ ବିକଳ୍ପ ବାକି ଥିବା ଦର୍ଶାଇ କୋର୍ଟ ଯାଇଥିଲେ ଦୋଷୀ ବିନୟର ଓକିଲ । ବିନୟର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ବିଚାରାଧୀନ ରହିଛି, ତେଣୁ ଫାଶି ଦଣ୍ଡାଦେଶ କାର୍ଯ୍ୟକାରୀ ନ କରିବା ପାଇଁ ସେ କୋର୍ଟଙ୍କୁ ନିବେଦନ କରିଥିଲେ । ଏହା ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ଇତି ମଧ୍ୟରେ ସୁପ୍ରିମ୍‌ କୋର୍ଟରେ ପୁନର୍ବିଚାର ଆବେଦନ କରିଛି ଦୋଷୀ ପବନ । ଅପରାଧ ଘଟାଇବା ସମୟରେ ସେ ନାବଳକ ଥିବା ଦର୍ଶାଇ ପୁଣି ସୁପ୍ରିମ କୋର୍ଟ ଯାଇଛି ସେ । ସେହି ଆଧାରରେ ତା’ର ବିଚ଼ାର କରିବାକୁ ସେ ନିବେଦନ କରିଛି । ଏହା ପୂର୍ବରୁ ମଧ୍ୟ ପବନ ସୁପ୍ରିମ କୋର୍ଟ ଯାଇଥିଲା, ହେଲେ କୋର୍ଟ ତା’ର ଆବେଦନକୁ ଖାରଜ କରି ଦେଇଥିଲେ । ଏହାର ପୁନର୍ବିଚାର କରିବା ସହ ଜାରି ହୋଇଥିବା ମୃତ୍ୟୁ ପରୱାନାକୁ ଖାରଜ କରିବାକୁ ନିବେଦନ କରିଛି ସେ ।

ନିର୍ଭୟାଙ୍କ ମାଆ ଆଶାଦେବୀ


ଦୋଷୀ ବିନୟର ଆବେଦନ ଉପରେ ପଟିଆଲା ହାଉସ କୋର୍ଟରେ ଆଜି ଶୁଣାଣି ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ନିକଟରେ ତା’ର ରାଜକ୍ଷମା ଆବେଦନ ବିଚ଼ାରାଧୀନ ଥିବାରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ବିନୟର ଓକିଲ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । ଏ ନେଇ  ରିପୋର୍ଟ ଦେବାକୁ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା ହାଉସ କୋର୍ଟ । ତେଣୁ ଆସନ୍ତା କାଲି ଫାଶି ହେବ କି ନାହିଁ ତାକୁ ନେଇ ଏବେ ସୁଦ୍ଧା ସସ୍ପେନ୍ସ ଲାଗି ରହିଛି ।

ନିୟମ ଅନୁଯାୟୀ ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନକୁ ଖାରଜ କଲେ ଏହାର ୧୪ ଦିନ ପରେ ଫାଶି ଦଣ୍ଡ କାର୍ଯ୍ୟକାରୀ ହେବ । ତେବେ ଏହି ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଚ଼ାରି ଜଣ ଦୋଷୀଙ୍କ ଡମିକୁ ଫାଶୀ ଖୁଣ୍ଟରେ ଝୁଲାଇ ଫାଶି ଅଭ୍ୟାସ କରିବ ଘାତକ ।
First published: January 31, 2020, 3:12 PM IST
corona virus btn
corona virus btn
Loading