ValentinesDay2020: ସୁଷ୍ମିତା ସେନ ନିଜ ବୟଫ୍ରେଣ୍ଡ୍ ରୋହମାନ୍ ସାଓଲଙ୍କ ସହ ଫଟୋ ସେୟାର୍ କରିଛନ୍ତି

ValentinesDay2020 ଅବସରରେ ପୂର୍ବ ମିସ ୟୁନିଭର୍ସ ସୁଷ୍ମିତା ସେନ ସମ୍ଭବତଃ ସବୁ ଠୁ ସ୍ବପ୍ନିଳ ଫଟୋରେ ଇଣ୍ଟରନେଟରେ ଚ଼ହଳ ପକାଇଛନ୍ତି । ପଢ଼ନ୍ତୁ ଖବର ଓ ଦେଖନ୍ତୁ ଫଟୋ ।

ValentinesDay2020: ସୁଷ୍ମିତା ସେନ ନିଜ ବୟଫ୍ରେଣ୍ଡ୍ ରୋହମାନ୍ ସାଓଲଙ୍କ ସହ ଫଟୋ ସେୟାର୍ କରିଛନ୍ତି
ବୟଫ୍ରେଣ୍ଡ୍ ରୋହମାନ ସାଓଲଙ୍କ ସହ ସୁଷ୍ମିତା ସେନ୍‌
  • News18 Odia
  • Last Updated: February 14, 2020, 5:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଭ୍ୟାଲେଣ୍ଟାଇନସ ଡ଼େ ୨୦୨୦ ଅବସରରେ ପୂର୍ବ ମିସ ୟୁନିଭର୍ସ ସୁଷ୍ମିତା ସେନ ସମ୍ଭବତଃ ସବୁଠୁ ସ୍ବପ୍ନିଳ ଫଟୋସବୁ ପୋଷ୍ଟ କରି ଇଣ୍ଟରନେଟକୁ ଦୋହଲାଇ ଦେଇଛନ୍ତି । ତାଙ୍କ ଫଟୋଗୁଡ଼ିକରେ ତାଙ୍କ ବୟଫ୍ରେଣ୍ଡ୍‌ ରୋହମାନ ସାଓଲଙ୍କ ସହି ତାଙ୍କ ଦୁଇ ଝିଅ ଆଲିସା ଓ ରେନୀଙ୍କୁ ମଧ୍ୟ ତାଙ୍କ ସହିତ ଦେଖିପାରିବେ ।

ଇନଷ୍ଟାଗ୍ରାମରେ ସୁଷ୍ମିତା ବେଶ୍‌ କିଛି ଫଟୋ ସେୟାର କରିବା ସହିତ କ୍ୟାପ୍ସନରେ ଲେଖିଛନ୍ତି: ‘‘ହାପି ଭ୍ୟାଲେଣ୍ଟାଇନସ ଡ଼େ, ତମ ସମସ୍ତଙ୍କୁ ପ୍ରେମର ଶୁଭେଚ୍ଛା ଜଣାଉଛି, ତାହା ତମକୁ ଆଗକୁ ବଢ଼ିବାରେ ସହାୟ ହେବ । ତମେ ହିଁ ସିଏ ହୁଅ ଯିଏ ବେଶୀ ଭଲ ପାଏ!! ମୁଆହ୍‌ (ଚ଼ୁମା)! ମୁଁ ତମମାନଙ୍କୁ ଭଲପାଏ!!! ଆଲିସା, ରେନୀ, ରୋହମାନ ସାଓଲ!’’

ପ୍ରଥମ ଫଟୋରେ ଦେଯାଉଛି ଯେ ତାଙ୍କ ଦୁଇ ଝିଅ ତାଙ୍କ କୋଳରେ ମଥା ଦେଇ ଶୋଇଛନ୍ତି, ଆଉ ସୁଷ୍ମିତା ହଳଦୀ ରଙ୍ଗର ପରୀ ଆଲୋକର ତିଆରି ଏକ ହୃଦୟ ଚିତ୍ର ମଝିରେ ରଖା ଯାଇଥିବା କେକ୍‌ ସାମନାରେ ବସିଛନ୍ତି ।

ସୁଷ୍ମିତାଙ୍କ କୋଳରେ ତାଙ୍କ ଦୁଇ ଝିଅ ।


ଦ୍ବିତୀୟ ଫଟୋରେ ମଝିରେ ରଖାଯାଇଥିବା ଏକ କେକ୍‌ ସହିତ ସେହି ଦମ୍ପତି ଜଣେ ଅନ୍ୟଜଣଙ୍କ ଆଖିକୁ ଅନେଇଥିବା ଦେଖିବାକୁ ପାଇବେ ।

ତୃତୀୟ ଛବିରେ ତାଙ୍କ ଦୁଇ ଝିଅ ଆଲିସା ଓ ରେନୀଙ୍କୁ କେକ୍‌ ଚ଼ାରି କଡ଼େ ଖେଳପ୍ରଦ ମୁଡ଼ରେ ଦେଖିପାରିବେ । ବ୍ୟାକଡ଼୍ରପରେ ଲାଲ ରଙ୍ଗରେ ଲଭ୍ ଲେଖାଥିବା ହିଲିୟମ ବେଲୁନ ଅଛି, ଯାହାକି ଟେବୁଲରେ ହଳଦୀ ରଙ୍ଗର ପରୀ ଆଲୋକ ସହିତ ସଜ୍ଜା ହୋଇଛି । ସେହି ସିରଜର ଶେଷ ଫଟୋରେ ଏକ ଗୃଫି (ଗୃପ୍‌ ସେଲ୍ଫି)  ଅଛି, ଆଉ ସେଥିରେ ସୁଷ୍ମୀତା, ଆଲିସା ଓ ରେନୀଙ୍କୁ ଅଛନ୍ତି ।
First published: February 14, 2020, 5:26 PM IST