ନ୍ୟୁଜ୍ ମିଡ଼ିଆ ସହ ରାଜସ୍ୱ ସେୟାର କରନ୍ତୁ ଗୁଗୁଲ୍ ଓ ଫେସବୁକ୍; ଅଷ୍ଟ୍ରେଲିଆ ପରି ଆଇନ ଆଣିବାକୁ ସୁଶୀଲ ମୋଦୀଙ୍କ ଦାବି

Sushil Modi on Facebook Google: ସୁଶୀଲ ମୋଦୀ କହିଛନ୍ତି ଯେ ଭାରତ ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ ଗୁଗୁଲ ଓ ଫେସବୁକ ଭଳି କମ୍ପାନୀ ନ୍ୟୁଜ୍ ମିଡିଆ କମ୍ପାନୀଗୁଡିକ ସହିତ ବିଜ୍ଞାପନ ରାଜସ୍ୱର ଯଥାର୍ଥ ଅଂଶ ସେୟାର କରିବେ ।

ନ୍ୟୁଜ୍ ମିଡ଼ିଆ ସହ ରାଜସ୍ୱ ସେୟାର କରନ୍ତୁ ଗୁଗୁଲ୍ ଓ ଫେସବୁକ୍; ଅଷ୍ଟ୍ରେଲିଆ ପରି ଆଇନ ଆଣିବାକୁ ସୁଶୀଲ ମୋଦୀଙ୍କ ଦାବି
ଅଷ୍ଟ୍ରେଲିଆ ପରି ଆଇନ ଆଣିବାକୁ ସୁଶୀଲ ମୋଦୀଙ୍କ ଦାବି
  • News18 Odia
  • Last Updated: March 18, 2021, 3:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ (Sushil Modi) କେନ୍ଦ୍ର ସରକାରଙ୍କ ଠାରେ ଅଷ୍ଟ୍ରେଲିଆର ନ୍ୟୁଜ୍ ମିଡିଆ ବର୍ଗେନିଂ କୋଡ୍ (News Media Bargaining Code) ପରି ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି । ଯାହାଫଳରେ ଗୁଗୁଲ, ଫେସବୁକ୍ ଓ ୟୁଟ୍ୟୁବ୍ ଭଳି ବଡ ବୈଷୟିକ କମ୍ପାନୀଗୁଡିକ ତାଙ୍କ ବିଜ୍ଞାପନ ରାଜସ୍ୱକୁ ନ୍ୟୁଜ୍ ମିଡିଆ କମ୍ପାନୀ ସହ ବାଣ୍ଟିବାକୁ ବାଧ୍ୟ ହେବ । ଭାରତର ସୁଶୀଲ ମୋଦୀ କହିଛନ୍ତି, "ପାରମ୍ପାରିକ ଗଣମାଧ୍ୟମ କମ୍ପାନୀଗୁଡିକ ବର୍ତ୍ତମାନର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ଓ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହାପୂର୍ବରୁ ଏହି ମିଡିଆ କମ୍ପାନୀଗୁଡିକ ମହାମାରୀ ବିପଦର ସମ୍ମୁଖୀନ ହୋଇଥିଲେ ଓ ବର୍ତ୍ତମାନ ୟୁଟ୍ୟୁବ, ଫେସବୁକ ଓ ଗୁଗୁଲ ଭଳି କମ୍ପାନୀ ଯୋଗୁଁ ସେମାନଙ୍କୁ ଏହି କ୍ଷତି ସହିବାକୁ ପଡୁଛି ।"

ଏକ୍ସଚେଞ୍ଜ4ମିଡିଆ ଅନୁଯାୟୀ ସୁଶୀଲ ମୋଦୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ପାରମ୍ପାରିକ ମିଡିଆ କମ୍ପାନୀ ଗୁଡିକର ଖର୍ଚ୍ଚ ବହୁତ ଅଧିକ । ସେମାନଙ୍କୁ ଆଙ୍କର୍, ସାମ୍ବାଦିକ ଓ ରିପୋଟର୍ସ ନିଯୁକ୍ତ କରିବାକୁ ପଡିଥାଏ ଓ ବିଜ୍ଞାପନ ହେଉଛି ସମ୍ବାଦ ଶିଳ୍ପ ପାଇଁ ଏକମାତ୍ର ରାଜସ୍ୱ ଉତ୍ସ । ସେ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଗୁଗୁଲ, ୟୁଟ୍ୟୁବ ଓ ଫେସବୁକର ଆସିବା ପରେ ବିଜ୍ଞାପନର ଏକ ବଡ଼ ଅଂଶ ଏହି ବୈଷୟିକ କମ୍ପାନୀଗୁଡିକୁ ଯାଉଛି ।"

ସେ କହିଛନ୍ତି, "ଭାରତ ସରକାର ଅଷ୍ଟ୍ରେଲିଆ ପରି କାମ କରିବା ଉଚିତ୍ । ଆମେ ଅଷ୍ଟ୍ରେଲିଆରୁ ଶିକ୍ଷା ଗ୍ରହଣ କରିପାରିବା । କଙ୍ଗାରୁ ଦେଶ ନ୍ୟୁଜ୍ ମିଡିଆ ବାର୍ଜିଂ କୋଡ୍ ଆକ୍ଟ ପ୍ରଣୟନ କରି ଆମକୁ ରାସ୍ତା ଦେଖାଇଛି । ଗତ ସପ୍ତାହରେ ଅଷ୍ଟ୍ରେଲିଆ ସଂସଦ ଏହି ଆଇନକୁ ଅନୁମୋଦନ କରିଛି ଯେଉଁଥିରେ ଗୁଗୁଲକୁ ବିଜ୍ଞାପନ ରାଜସ୍ୱକୁ ନ୍ୟୁଜ୍ ମିଡିଆ କମ୍ପାନୀଗୁଡିକ ସହିତ ବାଣ୍ଟିବାକୁ ପଡିବ । " ସୁଶୀଲ ମୋଦୀ କହିଛନ୍ତି ଯେ ଗୁଗୁଲ ଓ ଫେସବୁକ ଭଳି କମ୍ପାନୀ ନ୍ୟୁଜ୍ ମିଡିଆ କମ୍ପାନୀଗୁଡିକ ସହିତ ବିଜ୍ଞାପନର ରାଜସ୍ୱର ଯଥାର୍ଥ ଅଂଶ ବାଣ୍ଟିବା ପାଇଁ ଭାରତ ମଧ୍ୟ ନିଶ୍ଚିତ କରିବା ଉଚିତ ।

ବିହାରର ପୂର୍ବତନ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ସୋସିଆଲ ମିଡିଆ ଓ OTT ପ୍ଲାଟଫର୍ମକୁ ନିୟନ୍ତ୍ରିତ କରିବା ପାଇଁ ମଧ୍ୟବର୍ତ୍ତୀ ଗାଇଡଲାଇନ ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ ୨୦୨୧ କାର୍ଯ୍ୟକାରୀ କରିବାକୁ ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି । ସେହିଭଳି ଅଷ୍ଟ୍ରେଲିଆର କୋଡ ଆଇନର ଧାରା ଅନୁଯାୟୀ ଏକ ନୂତନ ନିୟମ ଲାଗୁ କରନ୍ତୁ ଯାହା ଦ୍ୱାରା ବଡ ଟେକ୍ନୋଲୋଜି କମ୍ପାନୀଗୁଡିକ ପାରମ୍ପାରିକ ଗଣମାଧ୍ୟମ ସହିତ ସେମାନଙ୍କର ବିଜ୍ଞାପନ ରାଜସ୍ୱ ବାଣ୍ଟିବେ । ''
Published by: Jagdish Barik
First published: March 18, 2021, 3:42 PM IST