ଲାଲୁ ଯାଦବ ତନ୍ତ୍ର ବିଦ୍ୟା ଦ୍ୱାରା ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ: ସୁଶୀଲ ମୋଦୀ

ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ ମାନୁଆଲକୁ ଅମାନ୍ୟ କରି ନବମୀ ଦିନ ତିନିଟି ଛେଳି ବଳିଦାନ କରିବାକୁ ଯୋଜନା କରିଥିଲେ ବୋଲି ବି କହିଛନ୍ତି ସୁଶୀଲ ମୋଦୀ ।

ଲାଲୁ ଯାଦବ ତନ୍ତ୍ର ବିଦ୍ୟା ଦ୍ୱାରା ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲେ: ସୁଶୀଲ ମୋଦୀ
ଲାଲୁ ପ୍ରସାଦ ଯାଦବ ଓ (ଡାହାଣ) ସୁଶୀଲ କୁମାର ମୋଦୀ
  • News18 Odia
  • Last Updated: October 26, 2020, 7:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାଟନା: ବିହାର ବିଧାନ ସଭା ନିର୍ବାଚନର (Bihar Assembly Elections) ​​ଉତ୍ତେଜନା ମଧ୍ୟରେ ସେଠାକାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ (Sushil Kumar Modi) ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ଉପରେ ତାଙ୍କୁ ହତ୍ୟା କରାଇବାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ।

ନିକଟରେ କରୋନା ଭାଇରସ୍ (Corona Virus) ମହାମାରୀରେ ପଜିଟିଭ୍ ହୋଇଥିବା ସୁଶୀଲ ମୋଦୀ ଏକ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ଲାଲୁ ପ୍ରସାଦ ଯାଦବ ଏତେ ଅନ୍ଧବିଶ୍ୱାସୀ ଯେ ସେ ଯେ କେବଳ ଜଣେ ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ଧଳା କୁର୍ତ୍ତା ପିନ୍ଧିବା ବନ୍ଦ କରିଦେଇଥିଲେ ତାହା ନୁହେଁ, ବରଂ ତାନ୍ତ୍ରିକ ଶଙ୍କର ଚରଣ ତ୍ରିପାଠୀଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବେ ବି ନିଯୁକ୍ତ କରିଥିଲେ ।

‘‘ସେହି ତାନ୍ତ୍ରିକ ବିନ୍ଧ୍ୟାଞ୍ଚଳ ଧାମ (ମିର୍ଜାପୁର)ରେ ଲାଲୁ ପ୍ରସାଦଙ୍କ ସହ ଏକ ତାନ୍ତ୍ରିକ ପୂଜା କରିଥିଲେ। ତିନି ବର୍ଷ ପୂର୍ବେ ସେ ମୋତେ ମାରିବା ପାଇଁ ଏକ ତାନ୍ତ୍ରିକ ରୀତିନୀତି ବି କରିଥିଲେ,’’ କହିଛନ୍ତି ସୁଶୀଲ ମୋଦି ।

ନାଳନ୍ଦାରେ ଏକ ରାଲିରେ ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବ


ଏହା ବି ପଢ଼ନ୍ତୁ | ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବଲିଉଡ ଅଭିନେତ୍ରୀମାନଙ୍କୁ ଟକ୍କର୍ ଦେବାକୁ ପ୍ରସ୍ତୁତ ଲାଗୁଛନ୍ତି

ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୁଶୀଲ ମୋଦୀ ଲେଖିଛନ୍ତି, ‘‘ଲାଲୁ ପ୍ରସାଦଙ୍କର ଜନସାଧାରଣଙ୍କ ଉପରେ କୌଣସି ବିଶ୍ୱାସ ନାହିଁ, ତେଣୁ ସେ ତନ୍ତ-ମନ୍ତ୍ର, ପଶୁ ବଳିଦାନ ଓ ତନ୍ତ୍ର ବିଦ୍ୟା କାମ ଜାରି ରଖିଥିଲେ । ଏହା ସତ୍ତ୍ୱେ ସେ ଜେଲ ଯିବାରୁ ରକ୍ଷା ପାଇ ନ ଥିଲେ କିମ୍ବା ନିଜ କ୍ଷମତାକୁ ରକ୍ଷା କରିପାରି ନ ଥିଲେ । ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଲାଲୁ ପ୍ରସାଦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଞ୍ଚିର କେଲି ବଙ୍ଗଳାରେ ଜେଲ ମାନୁଆଲକୁ ଅମାନ୍ୟ କରି ନବମୀ ଦିନ ତିନିଟି ଛେଳି ବଳିଦାନ କରିବାକୁ ଯୋଜନା କରିଥିଲେ ।’’

ଏହା ବି ପଢ଼ନ୍ତୁ | ସୈଫ୍ଅଲୀ ଖାନ୍‌  କରୀନା କପୁର୍‌ ବଲିଉଡର ସର୍ବୋତ୍ତମ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ; ବିବାହକୁ ବର୍ଷ ପୂରିଲା

ବିହାର ବିରୋଧୀ ଦଳର ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ସୁଶୀଲ ମୋଦୀ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରି କହିଛନ୍ତି ଯେ ସେ ତାଙ୍କ ଠାରୁ ଏପରି ବିବୃତ୍ତି କେବେ ଆଶା କରି ନ ଥିଲେ ।

ରିପୋର୍ଟ ଅନୁଯାୟୀ ତେଜସ୍ୱୀ କହିଛନ୍ତି, ‘‘ସେ (ସୁଶୀଲ ମୋଦୀ) ରାଜ୍ୟର ରୋଜଗାର, ଶିଳ୍ପ, ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ ସେବା ବିଷୟରେ କହିପାରିଥାନ୍ତେ। ସେ ଗତ ୧୫ ବର୍ଷ ମଧ୍ୟରେ ନିଜ ଦଳର ସଫଳତାକୁ ବଖାଣି ପାରିଥାନ୍ତେ । କିନ୍ତୁ ଏହି ସମୟରେ ଏପରି ବିବୃତ୍ତି ଦେବା ଭାରି ବିଚିତ୍ର ।’’



ବିହାରରେ ବିଧାନ ସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସେଠାରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ବିହାରରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମଟି ଅକ୍ଟୋବର ୨୮ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ ଓ ୭ରେ ହେବ । ଫଳ ନଭେମ୍ବର ୧୦ରେ ପ୍ରକାଶ ପାଇବ। ମୋଟ ୨୪୩ଟି ନିର୍ବାଚନ ମଣ୍ଡଳୀରୁ ପ୍ରଥମ ପର୍ଯ୍ୟାୟରେ ୭୧ଟିରେ ମତଦାନ ହେବ ।
Published by: Anand Shankar Thankur Das
First published: October 26, 2020, 7:37 PM IST
corona virus btn
corona virus btn
Loading