ସୁଶୀଲ ଚନ୍ଦ୍ର ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର; ଆଜି ବିଜ୍ଞପ୍ତି ପ୍ରକାଶ ପାଇବ

Chief Election Commissioner: ସୁଶୀଲ ଚନ୍ଦ୍ରଙ୍କୁ (Sushil Chandra) ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ଏହି ପଦବୀରେ ୧୪ ମଇ ୨୦୨୨ ପର୍ଯ୍ୟନ୍ତ ରହିବେ ।

ସୁଶୀଲ ଚନ୍ଦ୍ର ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର; ଆଜି ବିଜ୍ଞପ୍ତି ପ୍ରକାଶ ପାଇବ
ସୁଶୀଲ ଚନ୍ଦ୍ର ହେବେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର
  • News18 Odia
  • Last Updated: April 12, 2021, 11:31 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରଙ୍କୁ (Sushil Chandra) ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର (Chief Election Commissioner) ହେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଆଦେଶ ସମ୍ପର୍କରେ ସରକାର ରାଷ୍ଟ୍ରପତିଙ୍କ ଅନୁମତି ପାଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ ଆଜି ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯିବ । ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି ।

ବରିଷ୍ଠ କମିଶନରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିବାର ପରମ୍ପରାରେ ସରକାର 'ନିର୍ବାଚନ ଗୃହ'ରେ ଶୀର୍ଷ ପଦ ପାଇଁ ତାଙ୍କ ନାମ ଅନୁମୋଦନ କରିଛନ୍ତି । ଚନ୍ଦ୍ର ୧୩ ଏପ୍ରିଲରେ ଦାୟିତ୍ୱ ଗ୍ରହଣ କରିବେ । ସମ୍ପ୍ରତି ସମୟରେ ବିଦାୟୀ ସିଇସି ସୁନୀଲ ଆରୋରା ଏହି ଡୈୟିତ୍ୱ ତୁଲାଉଛନ୍ତି ।

ଫେବୃଆରୀ ୨୦୧୯ ରେ ନିର୍ବାଚନ କମିଶନର ହୋଇଥିଲେ
ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ଚନ୍ଦ୍ର ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ । ସେ ଏହି ପଦବୀରେ ୧୪ ମଇ ୨୦୨୨ ପର୍ଯ୍ୟନ୍ତ ରହିବେ । ନିର୍ବାଚନ ଆୟୋଗରେ ଯୋଗଦେବା ପୂର୍ବରୁ ଚନ୍ଦ୍ର କେନ୍ଦ୍ରୀୟ ଟିକସ ବୋର୍ଡର ଚେୟାରମ୍ୟାନ୍ ଥିଲେ ।

ଆସନ୍ତା ବର୍ଷ ଅନେକ ରାଜ୍ୟରେ ନିର୍ବାଚନ
ଚନ୍ଦ୍ରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗ ଗୋଆ, ମଣିପୁର, ଉତ୍ତର ପ୍ରଦେଶ, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ କରିବେ । ଗୋଆ, ମଣିପୁର, ଉତ୍ତରାଖଣ୍ଡଓ ପଞ୍ଜାବ ବିଧାନସଭା କାର୍ଯ୍ୟକାଳ ଆସନ୍ତା ବର୍ଷ ମାର୍ଚ୍ଚରେ ଶେଷ ହେବ । ଆସନ୍ତା ବର୍ଷ ମେ ୧୪ ରେ ଉତ୍ତର ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ।

ସୁଶୀଲ ଚନ୍ଦ୍ରଙ୍କ କରିୟର
ସୁଶୀଲ ଚନ୍ଦ୍ର ୧୯୮୦ ବ୍ୟାଚ୍ ଆଇଆରଏସ ଅଧିକାରୀ । ସେ ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ ଓ ମହାରାଷ୍ଟ୍ରରେ ବିଭିନ୍ନ ପଦବୀରେ ରହିଆସିଛନ୍ତି । ରୁଡ଼କି ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିବା ଚନ୍ଦ୍ର ଦେହରାଡୁନ୍‌ର DAV କଲେଜରୁ LLB ଅଧ୍ୟୟନ କରିଛନ୍ତି । ଆନ୍ତର୍ଜାତୀୟ ଟିକସରେ ତାଙ୍କର ବହୁତ ଦୃଢ଼ତା ରହିଛି ।
Published by: Jagdish Barik
First published: April 12, 2021, 11:31 AM IST