ଆଜି ହେବ ବଡ଼ ଖୁଲାସା; ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା ତାହା ଜଣା ପଡ଼ିବ

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ରିପୋର୍ଟ ଆସିବାର ଅଛି । ଭିସେରା ରିପୋର୍ଟରେ ତାଙ୍କୁ ବିଷ ଦିଆଯାଇଥିଲା କି ନାହିଁ ସେହି ତଥ୍ୟ ସାମ୍ନାକୁ ଆସିବ। ରିପୋର୍ଟ ପାଇବା ପରେ ଏମ୍ସର ଏକ ଡାକ୍ତରୀ ପ୍ୟାନେଲ୍ ଏକ ଅନ୍ତିମ ବୈଠକ କରିବେ ।

ଆଜି ହେବ ବଡ଼ ଖୁଲାସା; ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ଥିଲା ନା ଆତ୍ମହତ୍ୟା ତାହା ଜଣା ପଡ଼ିବ
ଏକ କାର୍ଯ୍ୟକ୍ରମରେ ସୁଶାନ୍ତ ସିଂ ରାଜପୁତ ଓ ରିୟା ଚକ୍ରବର୍ତ୍ତୀ
  • News18 Odia
  • Last Updated: September 18, 2020, 2:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ସନ୍ଦେହଜନକ ମୃତ୍ୟୁ ମାମଲାରେ ଆଜି ଏକ ବଡ଼ ଖୁଲାସା ହେବାର ଅଛି । ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଥିଲେ, ଆଜି ସେହି ରହସ୍ୟ ଉପରୁ ପରଦା ଉଠିବ। ଖୁବ୍ ଶୀଘ୍ର ଏମ୍ସର ଫରେନସିକ୍ ଟିମ୍ ଅଭିନେତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିବ ।

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଭିସେରା ରିପୋର୍ଟ ଆସିବାର ଅଛି । ଭିସେରା ରିପୋର୍ଟ ପାଇବା ପରେ ଏମ୍ସର ଏକ ଡାକ୍ତରୀ ପ୍ୟାନେଲ୍‌ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଉପରେ ଏକ ଅନ୍ତିମ ବୈଠକ କରିବେ । ଏଥିରେ  ସୁଶାନ୍ତଙ୍କ ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ଆଲୋଚନା ହେବ। ସେଥିରୁ ସ୍ପଷ୍ଟ ହେବ ସୁଶାନ୍ତଙ୍କ ମୃତ୍ୟୁ କିପରି ହୋଇଥିଲା ।

ଭିସେରା ରିପୋର୍ଟରେ ସୁଶାନ୍ତଙ୍କୁ ବିଷ ଦିଆଯାଇଥିଲା କି ନାହିଁ ସେହି ତଥ୍ୟ ସାମ୍ନାକୁ ଆସିବ। ଏହା ପୂର୍ବରୁ ହୋଇଥିବା ଫରେନସିକ୍ ଟେଷ୍ଟର ରିପୋର୍ଟରେ ଥିବା ସୁଶାନ୍ତଙ୍କ ଭିସେରା ରିପୋର୍ଟରେ ତାଙ୍କ ଶରୀରରେ କୌଣସି ପ୍ରକାରର ବିଷାକ୍ତ ପଦାର୍ଥ ନ ଥିବା ସ୍ପଷ୍ଟ ହୋଇଥିଲା । ଆଜି ଆସିବାକୁ ଥିବା ନୂଆ ଭିସେରା ରିପୋର୍ଟ ସୁଶାନ୍ତଙ୍କ ଶରୀରରେ କୌଣସି ବିଷାକ୍ତ ପଦାର୍ଥ ଥିଲା କି ନାହିଁ ତାହା ପ୍ରକାଶ କରିବ।

ସୁଶାନ୍ତ ସିଂ ରାଜପୁତ ଓ ରିୟା ଚକ୍ରବର୍ତ୍ତୀ


ଭିସେରା ରିପୋର୍ଟରୁ ସୁଶାନ୍ତଙ୍କ ମୃତ୍ୟୁ ସମୟ ମଧ୍ୟ ସଠିକ ଭାବେ ଜଣାପଡ଼ିବ । ବର୍ତ୍ତମାନ ଏନସିବି, ଇଡି ଓ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ସଂପର୍କିତ ମାମଲାର ତଦନ୍ତ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏଭଳି ପରିସ୍ଥିତିରେ ଭିସେରା ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।

ଏହା ବି ପଢ଼ନ୍ତୁ | ରାଜ୍ୟରେ କରୋନାର ଆକ୍ରମଣ ଜାରି ଅଛି; ଆଉ ୪,୧୮୦ ପଜିଟଭ ଚିହ୍ନଟ ହେଲେ, ଗଲା ୧୩ ଜୀବନ

ଏହା ବି ପଢ଼ନ୍ତୁ | ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ

ବିହାର ରାଜଧାନୀ ପାଟନାରେ ରହୁଥିବା ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ବିରୋଧରେ ପାଟନାର ରାଜୀବ ନଗର ଥାନାରେ ଏକ ମାମଲା ରୁଜୁ କରିଥିଲେ । କେସ୍ ନମ୍ବର ୨୪୧/୨୦ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏହି FIRରେ ରିୟା ସୁଶାନ୍ତଙ୍କୁ (Sushant Singh Rajput) ନିଜ ପ୍ରେମରେ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିବା ଓ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଥିଲେ । ଏବେ ଏହି ଅଭିଯୋଗର ତଦନ୍ତ ସିବିଆଇ କରୁଛି । ରିୟାଙ୍କୁ ଡ୍ରଗ୍ସ କିଣିବା ଓ ବାଣ୍ଟିବା ଅବି ଯୋଗରେ ଏନସିବି ଗିରଫ କରିଛି ।



ବଲିଉଡ ତଥା ଟିଭି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ ଦେହ ମୁମ୍ବାଇର ବାନ୍ଦ୍ରାରେ ଥିବା ତାଙ୍କ ନିଜ ଘରେ ଜୁନ୍‌ ୧୪ ତାରିଖ ଦିନ ମିଳିଥିଲା । ଲକଡାଉନ୍ ସମୟରେ ଏହି ଅଭିନେତା ଏକାକୀ ରହୁଥିଲେ । ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା ।
Published by: Anand Shankar Thankur Das
First published: September 18, 2020, 2:57 PM IST
corona virus btn
corona virus btn
Loading