ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍‌ରୁ ସାହାଯ୍ୟ ମାଗିଲେ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡଙ୍କୁ ଲୋକେ ଟାର୍ଗେଟ କରୁଛନ୍ତି । ‘‘ମୋ’ ନୀରବତା ଆପଣଙ୍କୁ କେମିତି ଏହା କହିବାକୁ ଅଧିକାର ଦେଲା ଯେ ମୁଁ ଯଦି ଆତ୍ମହତ୍ୟା ନ କରେ ତେବେ ମୋତେ ବଳାତ୍କାର ଓ ହତ୍ୟା କରାଯିବ?’’ ପଚାରିଛନ୍ତି ରିୟା ।

ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍‌ରୁ ସାହାଯ୍ୟ ମାଗିଲେ
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ (Bollywood) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଦେହାନ୍ତ ପରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty) ସୋସିଆଲ ମିଡ଼ିଆରେ ଲୋକେ ଟାର୍ଗେଟ କରୁଛନ୍ତି । ନିକଟରେ ସୁଶାନ୍ତଙ୍କ ମୃତ୍ୟୁର ମାସକ ପରେ ସେ ସୁଶାନ୍ତଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ସୋସିଆଲ ମିଡ଼ିଆରେ (Social Media) ସେୟାର କରିଥିଲେ, ଯାହା ପରେ ସେ ଟ୍ରୋଲର ଶିକାର ହୋଇଥିଲେ। ନିକଟରେ ରିୟାଙ୍କୁ ସୋସିଆଲ ମିଡ଼ିଆରେ ବଳାତ୍କାର ଓ ହତ୍ୟା ଧମକ ମିଳିଛି (Rhea Chakraborty received rape and death threats) । ଏହା ପରେ ସେ ଏହି ମାମଲାରେ ସାଇବର କ୍ରାଇମ ସେଲରୁ ସାହାଯ୍ୟ ମାଗିଛନ୍ତି।

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ (Rhea Chakraborty) ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ ଏକ କମେଣ୍ଟ୍‌ ଦେଖାଇଛନ୍ତି, ଯେଉଁଥିରେ ତାଙ୍କୁ ସ୍ପଷ୍ଟଭାବେ ବଳାତ୍କାର ଓ ହତ୍ଯାର ଧମକ ଦିଆଯାଇଛି।

ଏହି ପୋଷ୍ଟ ସେୟାର କରିବାବେଳେ ରିୟା କ୍ୟାପସନରେ ଲେଖିଛନ୍ତି, ‘‘ମୋ’ ବିରୁଦ୍ଧରେ ସବୁ ପ୍ରକାର ଅଭିଯୋଗ କରାଗଲା, ହେଲେ ମୁଁ ଚୁପ୍ ରହିଲି... ମୋତେ ହତ୍ୟାକାରୀ କୁହାଗଲା, ମୁଁ ଚୁପ୍ ରହିଲି... ମୁଁ ଲଜ୍ଜାରେ ଚୁପ୍ ରହିଲି ।’’ ସେ ଧମକ ଦେଇଥିବା ବ୍ୟକ୍ତି @mannu_raaut ଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ‘‘କିନ୍ତୁ ମୋ’ ନୀରବତା ଆପଣଙ୍କୁ କେମିତି ଏହା କହିବାକୁ ଅଧିକାର ଦେଲା ଯେ ଯଦି ମୁଁ ଆତ୍ମହତ୍ୟା ନ କରେ, ତେବେ ମୋତେ ବଳାତ୍କାର ଓ ହତ୍ୟା କରାଯିବ?’’

ସୁଶାନ୍ତ ସିଂ ରାଜପୁତ; (ଡାହାଣ) ରିୟା ଚକ୍ରବର୍ତ୍ତୀ


‘‘ଆପଣ ଯାହା କହିଛନ୍ତି ତା’ର ଗମ୍ଭୀରତା ଆପଣ ବୁଝି ପାରୁଛନ୍ତି ତ? ଏହା ଏକ ଅପରାଧ । ମୁଁ ପୁଣି ଥରେ କହୁଛି ଯେ ଏପରି ବିଷାକ୍ତ ଓ ଅତ୍ୟାଚାରର ଶିକାର କେହି ବି ନ ହୁଅନ୍ତୁ,’’ ଲେଖିଛନ୍ତି ରିୟା ।

ସେ କହିଛନ୍ତି ଯେ ସେ ସାଇବର କ୍ରାଇମ ସେଲରୁ ସହାୟତା ଲୋଡ଼ି ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ପୋଷ୍ଟର ଶେଷରେ ସେ ଲେଖିଛନ୍ତି, ‘‘ଏବେ ବହୁତ ହେଇଗଲା ।’’




ଏହା ବି ପଢ଼ନ୍ତୁ: ସ୍ବାମୀଙ୍କ ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ; ଦୁଇ ଝିଅ ହତ୍ୟାରେ ସାହାଯ୍ୟ କଲେ; ପରକୀୟା ପ୍ରୀତି ସନ୍ଦେହ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ

ଜୁନ୍‌ ୧୪ ତାରିଖରେ ସୁଶାନ୍ତଙ୍କ ଦେହାନ୍ତ ହେବାର ମାସେ ପୂରା ହେବା ପରେ ରିୟା ଏହି ପୋଷ୍ଟ ସେୟାର କରିଥିଲେ । ଅନେକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଥିଲେ। କେହି କେହି ତାଙ୍କୁ ଉତ୍ସାହିତ କରିଥିଲେ । ଆଉ କିଛି ଲୋକ ତାଙ୍କ ପୋଷ୍ଟକୁ ସୁବିଧାବାଦୀ ବୋଲି କହିଥିଲେ ।
Published by: Anand Shankar Thankur Das
First published: July 16, 2020, 4:09 PM IST
corona virus btn
corona virus btn
Loading