ସୁଶାନ୍ତ ସିଂ ରାଜପୁତଙ୍କର ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କଲେ; ବୟସ ଥିଲା ମାତ୍ର ୧୪ ବର୍ଷ!

Sushant Singh Rajput Fan Suicides | ଏହି ବାଳକର ପରିବାର ଲୋକେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଆସିବା ପର ଠାରୁ ସେ ବହୁତ ମାନସିକ ଚାପରେ ଥିଲା । ସେ ଲଗାତର ଟିଭି ଦେଖୁଥିଲା ଓ ଅଭିନେତାଙ୍କ ଆତ୍ମହତ୍ୟା ସହ ଜଡ଼ିତ ସବୁ ଖବର ଜାଣୁଥିଲା ।

ସୁଶାନ୍ତ ସିଂ ରାଜପୁତଙ୍କର ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କଲେ; ବୟସ ଥିଲା ମାତ୍ର ୧୪ ବର୍ଷ!
ସୁଶାନ୍ତ ସିଂ ରାଜପୁତ ୧୪ ଜୁନରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନାଗପୁର: ବଲିଉଡର ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput Suicide) ଯୋଗୁଁ ସାରା ଦେଶରେ ଶୋକର ଲହରୀ ଏ ପର୍ଯ୍ୟନ୍ତ ଜାରି ଅଛି । ଏବେ ତାଙ୍କର ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ଇଂରାଜୀ ଖବରକାଗଜ ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଅନୁଯାୟୀ ଆତ୍ମହତ୍ୟା କରିଥିବା ଏହି ୧୪ ବର୍ଷର ବାଳକ ନାଗପୁର ନିକଟସ୍ଥ ଜରିପାଟକାର ବାସିନ୍ଦା ଥିଲା ।

ଏହି ବାଳକର ପରିବାର ଲୋକଙ୍କ ଅନୁସାରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ହେବା ଦିନ ଠାରୁ ସେ ଦୁଃଖରେ ବୁଡ଼ି ରହୁଥିଲା । ତା’ ପରିବାର ସଦସ୍ୟମାନେ ଏହି ଘଟଣାରୁ ତା’ର ଧ୍ୟାନ ଦୂରେଇ ରଖିବାକୁ ବହୁତ ଚେଷ୍ଟା କରିଥିଲେ, ହେଲେ ସେମାନେ ବିଫଳ ହେଲେ । (Sushant Singh Rajput fan suicide in Nagpur)

ପୋଲିସର ସୂଚନା ଅନୁସାରେ ଏହି ବାଳକର ମୃତ୍ୟୁ ପରେ ତା’ ଘରୁ କୌଣସି ଆତ୍ମହତ୍ୟା ନୋଟ (suicide note) ମିଳି ନାହିଁ । ପୋଲିସ ଏକ ମୃତ୍ୟୁ ମାମଲା ରୁଜୁ କରିଛି । ଏହି ବାଳକର ପରିବାର ଲୋକେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଆସିବା ପର ଠାରୁ ସେ ବହୁତ ଅବସାଦ ଓ ମାନସିକ ଚାପରେ ଥିଲା । ସେ କ୍ରମାଗତ ଭାବେ ଟିଭି ଦେଖୁଥିଲା ଓ ଏହି ଅଭିନେତାଙ୍କ ଆତ୍ମହତ୍ୟା ସହ ଜଡ଼ିତ ସବୁ ଖବର ଜାଣୁଥିଲା । ଏଥି ସହ ସେ ସର୍ବଦା ଦୁଃଖରେ ବୁଡ଼ି ରହିଥିଲା ବୋଲି ତା’ ଘର ଲୋକେ ପୋଲିସକୁ କହିଛନ୍ତି ।

ପୂର୍ବରୁ ଆଉ ତିନି ଜଣ ଆତ୍ମହତ୍ୟା କରିଛନ୍ତି

ଏହା ପୂର୍ବରୁ ବିହାରର ରାଜଧାନୀ ପାଟନା ସମେତ ରାଜ୍ୟର ଦୁଇଟି ଜିଲ୍ଲାରୁ ପୃଥକ ପୃଥକ ଘଟଣାରେ ଜଣେ ଯୁବତୀ ଓ ଜଣେ ପୁରୁଷ ସୁଶାନ୍ତ ସିଂ ରାଜପୁତଙ୍କ ଚାଲିଯିବାର ଦୁଃଖରେ ଆତ୍ମହତ୍ୟା କରିଥିଲେ । ଓଡ଼ିଶାର କଟକରେ ବି ଜଣେ ସ୍କୁଲ୍‌ ଛାତ୍ରୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖରେ ନିଜ ଜୀବନ ନିଜ ହାତରେ ନେଇଥିଲା ।

ପାଟନାର କଦମକୁଆଁ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ରାଜେନ୍ଦ୍ର ନଗରରେ ଜଣେ ୧୭ ବର୍ଷର ଛାତ୍ରୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ପାଟନାରେ ଆତ୍ମହତ୍ୟା କରିଥିବା ଏହି ୧୭ ବର୍ଷୀୟା ଝିଅଟି ନିକଟରେ ପାଟନାସ୍ଥିତ ଏକ ସ୍କୁଲରୁ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ସେ ଭଲ କରି ନ ଥିବାର ଆଶଙ୍କା ଥିଲା । ସେହି କାରଣରୁ ବି ସେ ଡିପ୍ରେସନରେ ଥିଲା । ବିହାରରେ ଆତ୍ମହତ୍ୟାର ଦ୍ୱିତୀୟ ଘଟଣା ନାଳନ୍ଦା ଜିଲ୍ଲାରୁ ଆସିଥିଲା । ଗୌତମ ନାମକ ଜଣେ ଯୁବକଙ୍କର ମାମୁଁ କହିଥିଲେ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର ଠାରୁ ସେ ବହୁତ ଭାଙ୍ଗି ପଡିଥିଲେ ଓ ଶେଷରେ ଆତ୍ମହତ୍ୟା କଲେ ।

କଟକର ଜଣେ ନବମ ଶ୍ରେଣୀର ଛାତ୍ରୀ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଜାଣି ଦୁଃଖରେ ରହୁଥିଲା ଓ ଆତ୍ମହତ୍ୟା କରିଥିଲା ।


କଟକର ଜଣେ ନବମ ଶ୍ରେଣୀର ଛାତ୍ରୀ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput Suicide) ଘଟଣା ଜାଣିବା ପର ଠାରୁ ଲଗାତର ଦୁଃଖରେ ରହୁଥିଲା ଓ ସେ ବି ଆତ୍ମହତ୍ୟା କରିଥିଲା (Cuttack girl suicide) । ନିଜ ଘରେ ଗଳାରେ ଦଉଡ଼ି ଲଗେଇ ଜୀବନ ହାରିଥିବା ଏହି ଛାତ୍ରୀଙ୍କ ନାଁ ସୌମ୍ୟା ରାଜ୍‌ । ସେ ଯୋବ୍ରା ପାରେଶ୍ୱର ସାହିରେ ନିଜ ପରିବାର ସହ ରହୁଥିଲେ ଓ ସ୍ଥାନୀୟ ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପଢ଼ୁଥିଲେ । ସୌମ୍ୟା ରାଜ୍‌ ସୁଶାନ୍ତ ସିଂ ରାଜପୁତଙ୍କର ଜଣେ ବଡ଼ ଫ୍ୟାନ ଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣା ପଡ଼ିଛି । ସୁଶାନ୍ତଙ୍କ ମୃତ୍ୟୁ ହେବା ପର ଠାରୁ ସୌମ୍ୟା ମ୍ରିୟମାଣ ଅବସ୍ଥାରେ ରହୁଥିଲେ ବୋଲି କହିଛନ୍ତି ତାଙ୍କର ଜଣେ ସମ୍ପର୍କୀୟ ।

ସୌମ୍ୟାଙ୍କ ପରିବାର ଲୋକେ ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜ ପଢ଼ା ଘରେ ଥିବା ସିଲିଂ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତ ୧୪ ଜୁନରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଆପାର୍ଟମେଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସକୁ ଫୋନ କରି ଅଭିନେତାଙ୍କ ଚାକର ଏହି ସୂଚନା ଦେଇଥିଲେ । ଗତ ସପ୍ତାହରେ ବିହାରର ଏକ କୋର୍ଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଅଭିଯୋଗ ହୋଇଛି । ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି ।

ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି ଜୀବନରେ ଗଭୀର ଦୁଃଖ ଅନୁଭବ କରୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) ) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
First published: June 26, 2020, 8:03 PM IST
corona virus btn
corona virus btn
Loading