ସୁଶାନ୍ତ ସିଂ ମୃତ୍ୟୁ: ରିୟାଙ୍କ ଭାଇ ସୌଭିକଙ୍କୁ EDର ମାରାଥନ୍‌ ଜେରା; ଆଜି ପୁଣି ରିୟାଙ୍କ ଜେରା ହେବ

ରିୟା ଚକ୍ରବର୍ତ୍ତୀଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ଇଡି ପକ୍ଷରୁ ପୁଣି ସୋମବାର ଦିନ ଜେରା ପାଇଁ ହାଜର ହେବାକୁ ସମନ ଜାରି କରାଯାଇଛି । ରିୟା ଓ ତାଙ୍କ ଭାଇ ସୌଭିକଙ୍କ ଫୋନ୍‌ ଡାଟା ବି ସଂଗ୍ରହ କରିଛି ଇଡି।

ସୁଶାନ୍ତ ସିଂ ମୃତ୍ୟୁ: ରିୟାଙ୍କ ଭାଇ ସୌଭିକଙ୍କୁ EDର ମାରାଥନ୍‌ ଜେରା; ଆଜି ପୁଣି ରିୟାଙ୍କ ଜେରା ହେବ
(ବାମରୁ ଡାହାଣ) ରିୟା ଚକ୍ରବର୍ତ୍ତୀ, ସ୍ୱର୍ଗତ ସୁଶାନ୍ତ ଓ ରିୟାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀ
  • News18 Odia
  • Last Updated: August 10, 2020, 12:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ / ନୂଆ ଦିଲ୍ଲୀ: ବଲିଉଡ୍‌ (Bollywood) ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ମାମଲାରେ ଷଡ଼ଯନ୍ତ୍ର କରିଥିବା ଓ ତାଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗର ସାମନା କରୁଥିବା ତାଙ୍କ ଗର୍ଲଫ୍ରେଣ୍ଡ୍‌ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ଭାଇ ସୌଭିକଙ୍କୁ (Showvik Chakraborty) ମାରାଥନ ଜେରା କରିଛି ଇଡି । ପ୍ରାୟ ୧୮ ଘଣ୍ଟା ଧରି ଚାଲିଥିଲା ଏହି ଜେରା ।

ସୂଚନା ଅନୁସାରେ ଶନିବାର ଦ୍ବିପହର ଠାରୁ ପଚରାଉଚରା ଆରମ୍ଭ ହୋଇଥିଲା ଓ ରବିବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା । ସୌଭିକଙ୍କୁ ସୁଶାନ୍ତଙ୍କ ସମ୍ପତ୍ତି ଓ କମ୍ପାନୀ ସହ ଜଡ଼ିତ ଅନେକ ପ୍ରଶ୍ନ ପଚାରିଛନ୍ତି ଇଡିର (Enforcement Directorate) ତଦନ୍ତକାରୀ ଅଧିକାରୀମାନେ । ଏଥି ସହ ସୌଭିକଙ୍କ ଫୋନ୍‌ ଡାଟା ଇଡି ଡାଉନଲୋଡ୍‌ କରିଥିବା ଜଣାପଡ଼ିଛି ।

ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ପକ୍ଷରୁ ପୁଣି ସମନ ଜାରି କରାଯାଇଥିବା ଜଣାପଡ଼ିଛି । ରିୟାଙ୍କ ସହ ଶୁକ୍ରବାର ଦିନ ଆଠ ଘଣ୍ଟାରୁ ଅଧିକ ପଚରାଉଚରା କରାଯାଇଥିଲା । ପୁଣି ଆଉ ଥରେ ପଚରାଉଚରା ପାଇଁ ସୋମବାର ହାଜର ହେବାକୁ ଇଡି ନୋଟିସ କରିଛି । ଏଥି ସହ ରିୟା ଫୋନ୍‌ ଡାଟା ମଧ୍ୟ ଇଡି ସଂଗ୍ରହ କରିଥିବା ଜଣାପଡ଼ିଛି ।

ସୌଭିକଙ୍କ ସହ ହୋଇଥିବା ଜେରାରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା ଆଦାୟ କରିବାକୁ ଚେଷ୍ଟା କରିଛି ଇଡି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଖାତାରୁ ନିଆଯାଇଥିବା ଓ ସୌଭିକଙ୍କ ଖାତାରେ ଜମା କରାଯାଇଥିବା ଟଙ୍କା ଟ୍ରାନ୍ସଫରକୁ ନେଇ ଜେରା କରାଯାଇଛି । ପ୍ରତ୍ୟେକ ଛୋଟ ବଡ଼ ଟ୍ରାଞ୍ଜେକସନକୁ ନେଇ ଲମ୍ବା ସମୟ ଧରି ପଚରାଉଚରା କରିଛି ଇଡି ।

ଇଡି ଦ୍ୱାରା ୧୮ ଘଣ୍ଟାର ଜେରା ପରେ ବାହାରକୁ ଆସୁଛନ୍ତି ସୌଭିକ ଚକ୍ରବର୍ତ୍ତୀ


ସେହି ଦୁଇଟି କମ୍ପାନୀ ଯେଉଁଥିରେ ସୌଭିକ ଓ ରିୟା ଚକ୍ରବର୍ତ୍ତୀ ନିର୍ଦ୍ଦେଶକ ଅଛନ୍ତି ସେ ନେଇ ମଧ୍ୟ ଜେରାରେ ଉଭୟ ଭାଇଭଉଣୀଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା । ସୌଭିକ ଚକ୍ରବର୍ତ୍ତୀଙ୍କୁ ଯେତେବେଳେ ୟୁରୋପ ଗସ୍ତ ସମ୍ପର୍କରେ ପଚରାଉଚରା କରାଯାଇଥିଲା ତାର ଜବାବରେ ଯେଉଁ ଉତ୍ତର ଆସିଲା ସେଥିରେ ଅନେକ ବଡ଼ ଖୁଲାସା ହୋଇଥିବା ସୂଚନା ମିଳିଛି ।

ଏବେ ସୌଭିକ ଓ ରିୟାଙ୍କ ସହ ଦୁଇ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ ଦେଇଥିବା ବୟାନ କେତେ ମେଳ ଖାଉଛି ତାକୁ ନେଇ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି । ସୌଭିକଙ୍କ ପରେ ଏବେ ରିୟା ଓ ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ସୋମବାର ପଚରାଉଚରା କରିପାରେ ଇଡି ।

ରିୟା ସେୟାର କରିଥିବା ସୁଶାନ୍ତଙ୍କ ଡାଏରୀର ଏକ ପୃଷ୍ଠା; (ଡାହାଣ) ରିୟା ଓ ସୁଶାନ୍ତ


ଗତ କାଲି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନିଜ ସହ ସମ୍ପର୍କକୁ ନେଇ ଆସୁଥିବା ଖବର ଭିତରେ ରିୟା ଚକ୍ରବର୍ତ୍ତୀ ଲଗାତାର ଏକଥା ଦର୍ଶାଇବାକୁ ଉଦ୍ୟମ କରିଥିଲେ ଯେ ସୁଶାନ୍ତଙ୍କ ସହ ତାଙ୍କର ସମ୍ପର୍କ ଭଲ ଥିଲା । ସେଥି ପାଇଁ ରିୟା ପ୍ରଥମ ଥର ପାଇଁ ସୁଶାନ୍ତ ଦ୍ବାରା ଲେଖାଯାଇଥିବା କଥିତ ନୋଟ୍‌ ସେୟାର କରିଥିଲେ । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କର ଓକିଲ ସତୀଶ ମାନସିନ୍ଦେ ସୁଶାନ୍ତଙ୍କ ଡାଏରୀର ଗୋଟିଏ ପୃଷ୍ଠା ନ୍ୟୁଜ୍‌ ୧୮କୁ ଦେଖାଇଥିଲେ । ସେହି ପୃଷ୍ଠାରେ କଲମରେ ଲେଖାଯାଇଥିବା ଉକ୍ତି ସୁଶାନ୍ତ ସିଂଙ୍କର ବୋଲି ଦାବି କରାଯାଉଛି ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଆଉ ୧୩ ଜଣଙ୍କ ଜୀବନ ନେଲା କରୋନା; ମୋଟ ମୃତକ ୨୭୨; ପୁଣି ୧,୭୩୪ ନୂଆ ମାମଲା ଚିହ୍ନଟ ହେଲେ

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ସୁଶାନ୍ତଙ୍କ ଡାଏରୀ ପୃଷ୍ଠାରେ ଲେଖାଯାଇଛି: ‘‘ମୁଁ ମୋ ଜୀବନକୁ ନେଇ କୃତଜ୍ଞ । ମୁଁ ମୋ ଜୀବନରେ ଲିଲୁ(ଶୌଭିକ) ପାଖରେ କୃତଜ୍ଞ । ମୁଁ ମୋ ଜୀବନରେ ବେବୁ (ରିୟା) ପାଇଁ କୃତଜ୍ଞ । ମୁଁ ମୋ ଜୀବନରେ ସାର୍‌(ରିୟାଙ୍କ ବାପା)ଙ୍କୁ ପାଇଁ କୃତଜ୍ଞ । ମୁଁ ମୋ ଜୀବନରେ ମାଡାମ୍‌(ରିୟାଙ୍କ ମା)ଙ୍କ ପାଇଁ କୃତଜ୍ଞ । ମୁଁ ମୋ ଜୀବନରେ ଫୁଜ୍‌(ସୁଶାନ୍ତଙ୍କ କୁକୁର) ପାଇଁ କୃତଜ୍ଞ । ମୁଁ ସେ ସମସ୍ତଙ୍କ ପାଖରେ କୃତଜ୍ଞ ଯେଉଁମାନେ ମୋତେ ଜୀବନରେ ଭଲପାଇବା ଦେଇଛନ୍ତି ।’’ ରିୟାଙ୍କର ଓକିଲ ଦାବି କରିଛନ୍ତି ଯେ ଏହି ପୃଷ୍ଠାରେ ସୁଶାନ୍ତ ନିଜ ପରିବାର ବାବଦରେ ଉଲ୍ଲେଖ କରିନାହାନ୍ତି ।



ରିୟା ସୁଶାନ୍ତ ଜିମରେ ବ୍ୟବହାର କରୁଥିବା ଏକ ପାଣି ବୋତଲର ଫଟୋ ମଧ୍ୟ ସେୟାର କରିଛନ୍ତି ଓ କହିଛନ୍ତି ଯେ ତାଙ୍କ ପାଖରେ ସୁଶାନ୍ତଙ୍କର ଏହି ଗୋଟିଏ ମାତ୍ର ଅନ୍ତିମ ସମ୍ପତ୍ତି ଅଛି ।
Published by: Anand Shankar Thankur Das
First published: August 9, 2020, 2:47 PM IST
corona virus btn
corona virus btn
Loading