ସୁଶାନ୍ତ ମୃତ୍ୟୁ ତଦନ୍ତ: ରିୟାଙ୍କ ଖୋଜଖବର ନାହିଁ; ବିହାର ପୋଲିସ୍ ଲୁକ୍‌-ଆଉଟ୍ ନୋଟିସ ଜାରି କରିପାରେ

ରିୟା ଏକ ଭିଡିଓ ଜାରି କରିଦେଇ ଅଜ୍ଞାତବାସରେ କେଉଁଠି ଅଛନ୍ତି ତାହା ମୁମ୍ବାଇ ପହଞ୍ଚି ତଦନ୍ତ କରୁଥିବା ବିହାର ପୋଲିସ ଟିମ୍ ଜାଣି ପାରୁନାହିଁ । ସୁଶାନ୍ତଙ୍କ ବ୍ୟାଙ୍କ ଡିଟେଲସ୍ ଆଧାରରେ ରିୟାଙ୍କ ପାଇଁ ପୋଲିସ ୫୦ରୁ ଅଧିକ ପ୍ରଶ୍ନ ତିଆରି କରିଛି ।

ସୁଶାନ୍ତ ମୃତ୍ୟୁ ତଦନ୍ତ: ରିୟାଙ୍କ ଖୋଜଖବର ନାହିଁ; ବିହାର ପୋଲିସ୍ ଲୁକ୍‌-ଆଉଟ୍ ନୋଟିସ ଜାରି କରିପାରେ
ରିୟା ଚକ୍ରବର୍ତ୍ତୀ ଓ (ଡାହାଣ) ମୁମ୍ବାଇରେ ବିହାର ପୋଲିସ୍ ଟିମ୍
  • News18 Odia
  • Last Updated: August 1, 2020, 11:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ / ନୂଆ ଦିଲ୍ଲୀ / ପାଟନା: ବଲିଉଡ୍‌ (Bollywood) ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ମାମଲାରେ ଖିଅ ଖୋଜୁଛି ବିହାର ପୋଲିସ । ଏବେ ବଢ଼ିଛି ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ୍‌ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ପାଇଁ ଅଡୁଆ। ତାଙ୍କ ନାଁରେ ଲୁକ୍‌-ଆଉଟ ନୋଟିସ ଜାରି କରିପାରେ ବିହାର ପୋଲିସ । କାରଣ ରିୟାଙ୍କୁ ଖୋଜି ଏ ପର୍ଯ୍ୟନ୍ତ ପାଉନି ବିହାର ପୋଲିସ ।

ରିୟା ଏକ ଭିଡିଓ ଜାରି କରିଦେଇ ଅଜ୍ଞାତବାସରେ କେଉଁଠି ଅଛନ୍ତି ତାହା ମୁମ୍ବାଇ ପହଞ୍ଚି ତଦନ୍ତ କରୁଥିବା ବିହାର ପୋଲିସ ଜାଣି ପାରୁନାହିଁ । ଇତି ମଧ୍ୟରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ଜୋର୍ ଧରିଛି । ସବୁ ଠାରୁ ବଡ଼ କଥା ହେଉଛି ଯେ ସୁଶାନ୍ତଙ୍କ ମୃତ୍ୟୁର ୪୮ ଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ତାଙ୍କର ପୂର୍ବତନ ରୋଷେୟା ଅଶୋକ କୁମାର (Sushant Singh Rajput cook Ashok Kumar) । ସେ କହିଛନ୍ତି ଯେ ସୁଶାନ୍ତଙ୍କ ଭଳି ଲୋକ କେବେ ବି ଡିପ୍ରେସନରେ (depression) ନ ଥିବେ ।

ମୁମ୍ବାଇରେ ବିହାର ପୋଲିସର (Bihar Police) ଏକ ଟିମ୍‌ ପହଞ୍ଚି ତଦନ୍ତ ଆଗକୁ ନେଉଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଖିଅ ଖୋଜୁଛନ୍ତି ଏହି ଟିମରେ ଥିବା ପୋଲିସ ଅଧିକାରୀମାନେ । ବହୁ ଲୋକଙ୍କୁ ଏହା ଭିତରେ ପଚରା ଉଚରା କରାଗଲାଣି । ଏବେ ସୁଶାନ୍ତଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଅପେକ୍ଷା କରିଛି ପୋଲିସ । କେବେ ସେ ମିଳିବେ ଆଉ ତାଙ୍କ ବୟାନ ରେକର୍ଡ କରାଯିବ । ହେଲେ ରିୟାଙ୍କ ଖୋଜଖବର ନାହିଁ । କେଉଁଠି ଅଛନ୍ତି ରିୟା, ସେ ସମ୍ପର୍କରେ ସୂଚନା କିଛି ନାହିଁ । ଯଦି ରିୟାଙ୍କ ସନ୍ଧାନ ନମିଳେ ତାହାଲେ ଲୁକ୍-ଆଉଟ୍ ନୋଟିସ ଜାରି କରିପାରେ ବିହାର ପୋଲିସ ।

ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ


ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିହାର ପୋଲିସ IPC ଧାରା ୧୬୧ ଅନୁଯାୟୀ ରିୟାଙ୍କୁ ଏକ ନୋଟିସ ଜାରି କରିବ । ତା’ ସହ କିଛି ପ୍ରଶ୍ନ ମଧ୍ୟ ପଠାଯିବ । ପୋଲିସ ତାଙ୍କୁ ପଚରାଯିବାକୁ ଥିବା ପ୍ରଶ୍ନଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛି । ଜଣାପଡ଼ିଛି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଡିଟେଲସ ଆଧାରରେ ପୋଲିସ ୫୦ରୁ ଅଧିକ ପ୍ରଶ୍ନ ତିଆରି କରିଛି ।

ମୁମ୍ବାଇରେ ବିହାର ପୋଲିସ ସହ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ବର ପାଣ୍ଡେ । ‘‘ବିହାର ପୋଲିସ ନିଜ ତଦନ୍ତ ଜାରି ରଖିଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସତ୍ୟତା ନିଶ୍ଚୟ ପଦାକୁ ଆସିବ,’’ କହିଛନ୍ତି ପାଣ୍ଡେ ।

ଏହା ବି ପଢ଼ନ୍ତୁ: ‘‘ଦେଶରେ ଧାର୍ମିକ ସ୍ଥଳଗୁଡ଼ିକ କାହିଁକି ବନ୍ଦ ରହିଛି? ଇ-ଦର୍ଶନ ତ ଦର୍ଶନ ନୁହେଁ,’’ କହିଲେ ସୁପ୍ରିମ୍ କୋର୍ଟ

ଏହା ବି ପଢ଼ନ୍ତୁ:  ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଆଶୋକ କୁମାର କହିଛନ୍ତି ଯେ ସୁଶାନ୍ତଙ୍କ ଭଳି ଲୋକ କେବେ ବି ଡିପ୍ରେସନରେ ନ ଥିବେ । ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘରେ ଥିଲେ ଅଶୋକ । ସେତେ ଦିନ ପର୍ଯ୍ୟନ୍ତ ସୁଶାନ୍ତଙ୍କର କୌଣସି ସମସ୍ୟା ନ ଥିଲା ବୋଲି ସେ କହିଛନ୍ତି ।



ଏହି ମାମଲାର ସବିଆଇ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଅଭିନେତା ଶେଖର ସୁମନ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି ନ ହେଉ । ଏହାରି ମଧ୍ୟରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ନ୍ୟୁଜ୍ ୧୮ର ହସ୍ତଗତ ହୋଇଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଗଳାରେ ଫାଶ ଲାଗି ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି ।
Published by: Anand Shankar Thankur Das
First published: August 1, 2020, 11:11 PM IST
corona virus btn
corona virus btn
Loading