ସୁଶାନ୍ତ ସିଂହ ରାଜପୁତ ମାମଲା: NCB ୩୦,୦୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା; ରିୟା ମୁଖ୍ୟ ଅଭିଯୁକ୍ତ

ଏହି ମୁଖ୍ୟ ଚାର୍ଜସିଟର ତିନି ମାସ ପରେ NCB କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଉପସ୍ଥାପନ କରିପାରେ । ଏଥିରେ ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କ ନାମ ଅନ୍ତର୍ଭୁକ୍ତ ହୋଇପାରେ । ସେମାନଙ୍କ ବିରୋଧରେ NCB ଅନେକ ପ୍ରମାଣ ପାଇଛି ବୋଲି କୁହାଯାଉଛି ।

ସୁଶାନ୍ତ ସିଂ ରାଜପୁତ; (ଡାହାଣ) ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂ ରାଜପୁତ; (ଡାହାଣ) ରିୟା ଚକ୍ରବର୍ତ୍ତୀ

  • Share this:
News18 Odia Digital

ମୁମ୍ବାଇ: ସ୍ୱର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ସନ୍ଦେହଜନକ ମୃତ୍ୟୁ ମାମଲାରେ ଏନସିବିର (NCB) ମୁମ୍ବାଇ ୟୁନିଟ୍ ଶୁକ୍ରବାର ଦିନ ବଲିଉଡ ଡ୍ରଗ୍ସ କନେକ୍ସନ୍ (Bollywood Drug Connection) ମାମଲାରେ କୋର୍ଟରେ ଏହାର ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଏନସିବି କୋର୍ଟରେ ମୋଟ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।

ଚାର୍ଜସିଟରେ ଡ୍ରଗ୍ସ କନେକ୍ସନ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବରେ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ନାମ ଅନ୍ତର୍ଭୁକ୍ତ କରାଯାଇଛି । ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କ ବିବୃତ୍ତି ମଧ୍ୟ ଏହି ୩୦ ହଜାର ପୃଷ୍ଠାର ଚାର୍ଜସିଟରେ ଯୋଡ଼ାଯାଇଛି ।  ରିୟାଙ୍କ ସମେତ ମୋଟ ୩୩ ଜଣଙ୍କୁ ଏହି ଚାର୍ଜସିଟରେ ଅଭିଯୁକ୍ତ କରାଯାଇଛି । ପାଞ୍ଚ ଜଣ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ବର୍ଣ୍ଣନା କରାଯାଇଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା

ରିୟାଙ୍କ କେତେକ ଘନିଷ୍ଠ ସହଯୋଗୀ ଓ ଅନେକ ଡ୍ରଗ୍ସ ବିକ୍ରେତା ଓ ଯୋଗାଣକାରୀଙ୍କ ନାମ ମଧ୍ୟ ଅଭିଯୁକ୍ତ ଭାବରେ ଏହି ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଛି । ଜବତ ହୋଇଥିବା ଡ୍ରଗ୍ସ, ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ରିପୋର୍ଟ, ଫରେନସିକ୍ ରିପୋର୍ଟ ଓ ସାକ୍ଷୀମାନଙ୍କ ବିବୃତ୍ତି ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି ।

ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା  ଥିଲା ତାହା ଏବେ ବି ରହସ୍ୟ ହୋଇ ରହିଛି ।  


ରାଜପୁତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ଘରୋଇ କର୍ମଚାରୀ ଦୀପେଶ ସାୱନ୍ତଙ୍କ ନାଁ ମଧ୍ୟ ଏହି ଚାର୍ଜସିଟରେ ଥିବା ଜଣାପଡ଼ିଛି । ଚାର୍ଜସିଟ୍‌ ଦାଖଲ ନେଇ ମୁମ୍ବାଇ NCBର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ସୂଚନା ଦେଇଛନ୍ତି । ସେ ହିଁ ଏହି ପୂରା ମାମଲାରେ ତଦନ୍ତକୁ ପରିଚାଳନା କରୁଥିଲେ । ତେବେ ଏହି ଚାର୍ଜସିଟ୍‌ରେ କଣ ରହିଛି ସେ ସମ୍ପର୍କରେ ଅଧିକ କିଛି କହିବାକୁ ସେ ମନା କରି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା

ବିପୁଳ ପରିମାଣର ନିଶା ଦ୍ରବ୍ୟ ରଖିଥିବା ଅଭିଯୋଗରେ ଅନୁଜ କେଶୱାନିଙ୍କ ସମେତ ଦୁଇ ଜଣ କଲେଜ ଛାତ୍ର ଓ ଦୁଇ ଜଣ ବିଦେଶୀ ନାଗରିକଙ୍କ ନାଁ ମଧ୍ୟ ଏହି ଚାର୍ଜସିଟ୍‌ରେ ରହିଛି । ତେବେ ଚାର୍ଜସିଟ୍‌ରେ ଥିବା ଲୋକଙ୍କ ମଧ୍ୟରୁ ପାଞ୍ଚ ଜଣ ଫେରାର ଥିବା ଜଣାପଡ଼ିଛି । ସୂତ୍ରରୁ ଜଣାପଡ଼ିଛି ଯେ ମୁମ୍ବାଇକୁ କେଉଁଠୁ ନିଶା ଆସୁଥିଲା, କେଉଁଠୁ ଏହା ବିଭିନ୍ନ ସମ୍ଭ୍ରାନ୍ତ ଶ୍ରେଣୀ ଓ ସେଲିବ୍ରିଟିଙ୍କ ପାଖକୁ ଯାଉଥିଲା ଏବଂ ଏଥି ଲାଗି କେଉଁମାନେ ଯୋଗାଣକାରୀ, ଗଚ୍ଛିତକାରୀ ଓ ଯୋଗାଣକାରୀ ଭୂମିକା ନିଭାଉଥିଲେ ସେ ସମ୍ପର୍କରେ ଏହି ଚାର୍ଜସିଟରେ ଉଲ୍ଲେଖ ରହିଛି ।

ରିୟା ଚକ୍ରବର୍ତ୍ତୀ


ଚାର୍ଜସିଟ୍ ଧରି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ କୋର୍ଟରେ ପହଞ୍ଚିଥିଲେ । ଏହି ଚାର୍ଜସିଟ୍ ୧୬/୨୦୨୦ ମାମଲାରେ ଦାଖଲ କରାଯାଇଛି । ଏନସିବି ସୂତ୍ରଙ୍କ ଅନୁଯାୟୀ ଏହି ମୁଖ୍ୟ ଚାର୍ଜସିଟର ତିନି ମାସ ପରେ ଏନସିବି କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ମଧ୍ୟ ଉପସ୍ଥାପନ କରିପାରେ । ଏଥିରେ ସାରା ଅଲି ଖାନ ଓ ଶ୍ରଦ୍ଧା କପୁରଙ୍କ ନାମ ଅନ୍ତର୍ଭୁକ୍ତ ହୋଇପାରେ । ସେମାନଙ୍କ ବିରୋଧରେ ଏନସିବି ଅନେକ ପ୍ରମାଣ ପାଇଛି, ଯେଉଁଥି ପାଇଁ ଅନୁସନ୍ଧାନ ଜାରି ରହିଛି ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

ଗତ ବର୍ଷ ଜୁନ ମାସରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଫ୍ଲାଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହ ମିଳିଥିଲା (Sushant Singh Rajput death) । ପ୍ରାରମ୍ଭରେ ଏହି ମାମଲା କେବଳ ଆତ୍ମହତ୍ୟା ବୋଲି ବିବେଚନା କରାଯାଉଥିଲା । ତେବେ ସୁଶାନ୍ତଙ୍କ ପରିବାରର ଅଭିଯୋଗ ପରେ ସିବିଆଇ ମଧ୍ୟ ଏହି ମାମଲାରେ ଯୋଗ ଦେଇଥିଲା । କେବଳ ଏତିକି ନୁହେଁ, ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ବିହାର ପୋଲିସର ଏକ ଟିମ୍ ମୁମ୍ବାଇକୁ ସ୍ୱତନ୍ତ୍ର ଭାବେ ତଦନ୍ତ ପାଇଁ ପଠାଇଥିଲେ ।



ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତ ମାମଲାରେ ଡ୍ରଗ୍ସର କୋଣ ଆସିବା ପରେ ଅନେକ ଅଭିନେତା ଓ ଅଭିନେତ୍ରୀ ଏନସିବି ଦ୍ୱାରା ତଦନ୍ତ ପରିସରକୁ ଆସିଥିଲେ । ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକ ଜେଲ୍‌ ଯାଇଥିଲେ ଅନେକ ଡ୍ରଗ୍ସ ବିକ୍ରେତା, ଯାହାଙ୍କ ନାମ ଏହି ମାମଲାରେ ଆସିଥିଲା, ଏବେ ବି ଜେଲରେ ଅଛନ୍ତି ।
Published by:Anand Shankar Thankur Das
First published:
)}