Sushant Case Update: ସିଦ୍ଧାର୍ଥ ପିଠାନି CBI କୁ କହିଲେ ଯେ ରିୟାଙ୍କ ପାଖକୁ କିଏ ଓ କିପରି ଡ୍ରଗ୍ସ ପହଞ୍ଚାଉ ଥିଲା

Sushant Singh Rajput Death Case: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମର ସୂତ୍ର ଅନୁଯାୟୀ ସିଦ୍ଧାର୍ଥ ପିଠାନି କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ (Rhea Chakraborty) ପ୍ରତ୍ୟକ୍ଷ ଭାବରେ ଡ୍ରଗ୍ସ ବେପାରୀଙ୍କ ସହ ଯୋଗାଯୋଗରେ ନଥିଲେ ।

Sushant Case Update: ସିଦ୍ଧାର୍ଥ ପିଠାନି CBI କୁ କହିଲେ ଯେ ରିୟାଙ୍କ ପାଖକୁ କିଏ ଓ କିପରି ଡ୍ରଗ୍ସ ପହଞ୍ଚାଉ ଥିଲା
ସିଦ୍ଧାର୍ଥ ପିଠାନି CBI କୁ କହିଲେ ଯେ ରିୟା ପାଖକୁ କିପରି ଡ୍ରଗ୍ସ ପହଞ୍ଚୁଥିଲା
  • News18 Odia
  • Last Updated: August 30, 2020, 2:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ(CBI) ଦଳକୁ ସିଦ୍ଧାର୍ଥ ପିଠାନି (Siddharth Pithani) ସବୁ ରାଜ କହିବା ଆରମ୍ଭ କରିଛନ୍ତି । ଯାହା ଏପର୍ଯ୍ୟନ୍ତ ସମସ୍ତେ ଜାଣି ନ ଥିଲେ । ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି କହିଛନ୍ତି ଯେ କିପରି ରିୟା ଚକ୍ରବର୍ତ୍ତୀ (Rhea Chakraborty) ପାଖକୁ ଡ୍ରଗ୍ସ ପହଞ୍ଚୁ ଥିଲା ଓ ଏହି ଡ୍ରଗ୍ସକୁ ପହଞ୍ଚାଇବା ପାଇଁ ରିୟାଙ୍କୁ କିଏ କିଏ ସାହାଯ୍ୟ କରୁଥିଲା । ତେବେ ଆଜି ସନ୍ଧ୍ୟାରେ ସିଦ୍ଧାର୍ଥଙ୍କ ଦାବିକୁ ସେତେବଳେ ମୋହର ଲାଗିପାରିବ ଯେତେବେଳେ ଗୋଆର ହୋଟେଲ ମାଲିକ ଗୌରବ ଆର୍ଯ୍ୟଙ୍କୁ ପଚାରଉଚରା କରାଯିବ।

ସୂଚନାନୁସାରେ, ସିଦ୍ଧାର୍ଥ ପିଠାନି (Siddharth Pithani) ପଚରାଉଚରା ବେଳେ ସିବିଆଇକୁ (CBI) କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ପ୍ରତ୍ୟକ୍ଷ ଭାବେ ଡ୍ରଗ୍ ଚୋରା ଚାଲାଣକାରୀଙ୍କ ସହ ସମ୍ପର୍କରେ ନାହାଁନ୍ତି । ଡ୍ରଗ୍ ଚୋରା ଚାଲାଣକାରୀଙ୍କ ସହ ରିୟା ପରୋକ୍ଷ ଭାବେ ଯୋଗାଯୋଗରେ ଥିଲେ, ଯେଉଁମାନଙ୍କର ବଲିଉଡ଼ରେ ଭଲ ସମ୍ପର୍କ ଅଛି ଓ ନେଟୱାର୍କକୁ ଭଲଭାବେ ବୁଝନ୍ତି । ପିଠାନିଙ୍କ ଅନୁଯାୟୀ ଗୌରବ ଆର୍ଯ୍ୟଙ୍କୁ (Gaurav Arya) ପଚରାଉଚରା କରିବା ପରେ ଆହୁରି ଅନେକ ଜିନିଷ ସଫା ହୋଇଯିବ। ସୂଚନାନୁସାରେ, ରିୟା ଚକ୍ରବର୍ତ୍ତୀ କେବେବି ଡ୍ରଗ୍ସ ଓ ଗଞ୍ଜେଇ କିଣୁନଥିଲେ, କିନ୍ତୁ ନୀରଜ, ଦୀପେଶ, ସାମୁଏଲ୍ ମିରାଣ୍ଡା ଓ କେଶବ ତାଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଗୋଆ ବ୍ୟବସାୟୀ ଗୌରବ ଆର୍ଯ୍ୟଙ୍କୁ (Gaurav Arya) ସମନ ପଠାଇ ପଚରାଉଚରା ପାଇଁ ଡାକିଛି । ଗୌରବ ଆଜି ଅପରାହ୍ନ ୪:୩୦ ରେ ମୁମ୍ବାଇରେ ପହଞ୍ଚିବେ । ସିବିଆଇ ସନ୍ଧ୍ୟାରେ ଗୌରବଙ୍କୁ ପଚରାଉଚରା କରିବ। ଏହି ସମଗ୍ର ମାମଲାରେ ଆଜି ସିବିଆଇ ଟିମ୍ ଏନସିବି ଦଳକୁ ଭେଟିବାକୁ ଯାଉଛି । ଏହି ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ଓ ପରୋକ୍ଷ ସଂଯୋଗ ପାଇଁ ରିୟାଙ୍କ ସୂଚନା ପାଇବା ପରେ ସେ ସିବିଆଇ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସେୟାର କରିବେ।
Published by: Jagdish Barik
First published: August 30, 2020, 2:46 PM IST
corona virus btn
corona virus btn
Loading