Sushant Case Update: ରିୟା ଚକ୍ରବର୍ତ୍ତୀଙ୍କ ବାପା ଓ ମା’ଙ୍କୁ CBI ପଚାରିଲା ଏହି ୧୨ଟି ପ୍ରଶ୍ନ

Sushant Singh Rajput Death Case: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଟିମ୍ ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଓ ମା’ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ସହ ପ୍ରଥମ ଥର ପଚରାଉଚରା କରିଛି ।

Sushant Case Update: ରିୟା ଚକ୍ରବର୍ତ୍ତୀଙ୍କ ବାପା ଓ ମା’ଙ୍କୁ CBI ପଚାରିଲା ଏହି ୧୨ଟି ପ୍ରଶ୍ନ
ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂ ରାଜପୁତ
  • News18 Odia
  • Last Updated: September 1, 2020, 5:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ (CBI) ଟିମ୍ ରିୟା ଚକ୍ରବର୍ତ୍ତୀଙ୍କ (Rhea Chakraborty) ପିତାମାତାଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି । ସିବିଆଇ ବର୍ତ୍ତମାନ ଏହି ମାମଲାରେ ଟଙ୍କା ଲେଣଦେଣର ଅନୁସନ୍ଧାନ କରୁଛି । ଏହି କାରଣରୁ ରିୟାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାତା ସନ୍ଧ୍ୟା ଚକ୍ରବର୍ତ୍ତୀ, ରୋଷେଇଆ ନୀରଜ, ଚାକର କେଶବ, ଫ୍ଲାଟମେଟ ସିଦ୍ଧାର୍ଥ ପିଠାନି ଓ ପୂର୍ବତନ ପରିଚାଳକ ଶ୍ରୁତି ମୋଦୀଙ୍କୁ ମଧ୍ୟ ଡକାଯାଇଛି । ସିବିଆଇ ଟିମ୍ ସୁଶାନ୍ତ ମାମଲାରେ ରିୟାଙ୍କ ପିତାମାତାଙ୍କୁ ଅନେକ ପ୍ରଶ୍ନ କରିଛି ।

କୁହାଯାଉଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ସିବିଆଇ ଟିମ୍ ଅନେକ ଦିଗ ଉପରେ ସେମାନଙ୍କୁ ପ୍ରଶ୍ନ କରିଛି। ଏହି ସମଗ୍ର ମାମଲାରେ ଡ୍ରଗ୍ ସଂଯୋଗ ମାମଲା ସାମ୍ନାକୁ ଆସିଛି ଓ ସୁଶାନ୍ତଙ୍କ ପିତା ପୂର୍ବରୁ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାୟବ ହୋଇଯାଇଛି ।

ଏହି ପରିସ୍ଥିତିରେ ସିବିଆଇ ଟିମ୍ ଗତ ଚାରି ଦିନ ମଧ୍ୟରେ ରିୟାଙ୍କ ସହ ୩୫ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି । ଏହି ମାମଲାରେ ରିୟାଙ୍କ ପିତାମାତାଙ୍କ ସହ ଏବେ ପଚରାଉଚରା କରାଯାଉଛି ।

ସିବିଆଇ ରିୟାଙ୍କ ପିତାମାତାଙ୍କୁ ଯେଉଁ ପ୍ରଶ୍ନ ସବୁ ପଚାରିଛି ଜାଣନ୍ତୁ:

>> ଆପଣ କେବେ ଜାଣିଲେ ଯେ ସୁଶାନ୍ତ ସିଂ ରାଜପୁତ ଓ ରିୟା ଚକ୍ରବର୍ତ୍ତୀ ଏକ ସଂପର୍କରେ ଅଛନ୍ତି?

>> ଶୌଭିକ୍ (ରିୟାଙ୍କ ଭାଇ) ଆପଣଙ୍କୁ ସୁଶାନ୍ତ ସିଂ ରାଜପୁତ ଓ ରିୟାଙ୍କ ମଧ୍ୟରେ ଝଗଡ଼ା ବିଷୟରେ କହିଥଲେ କି? କାରଣ ଶୌଭିକ ସୁଶାନ୍ତଙ୍କ ଘରକୁ ବହୁତ ଯିବାଆସିବା କରୁଥିଲେ ।

>> ରିୟା ଆପଣଙ୍କୁ କେବେ କହିଥଲେ ଯେ ସେ ଆଉ ସୁଶାନ୍ତଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାଁନ୍ତି?

>> ଆପଣ କେତେ ଥର ସୁଶାନ୍ତଙ୍କୁ ତାଙ୍କ ଘରେ କିମ୍ବା ବାହାରେ ଭେଟିଛନ୍ତି?

>> ଆପଣ ଜାଣନ୍ତି କି ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ ତାଙ୍କ ଫ୍ଲାଟରେ ରହୁଥିଲେ?

>> ଗୋଟିଏ ଦିନରେ ବା ସପ୍ତାହରେ ବା ମାସରେ ଆପଣ କେତେ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ କଥା ହେଉଥିଲେ?

>> ଆପଣ କେବେ ଭାବିଛନ୍ତି କି ସୁଶାନ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ଟିକିଏ ଖରାପ ଥିଲା ବୋଲି? ରିୟା ଆପଣଙ୍କୁ ଏ ବିଷୟରେ କେବେ କହିଥଲେ କି?

>> ସୁଶାନ୍ତଙ୍କ ଟଙ୍କାକୁ ନେଇ ଆପଣମାନଙ୍କ ମଧ୍ୟରେ କୌଣସି କାରବାର ହୋଇଥିଲା କି?

>> ଆପଣ କେବେ ରିୟାଙ୍କ ସହ ସୁଶାନ୍ତଙ୍କ ଟଙ୍କା ବିଷୟରେ କଥା ହୋଇଥିଲେ କି?

>> ଆପଣ ଜାଣିଥିଲେ କି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଟଙ୍କା ସୌଭିକ ବି ଖର୍ଚ୍ଚ କରୁଛନ୍ତି?
> ଆପଣ କେବେ ସୁଶାନ୍ତଙ୍କ ଟଙ୍କାକୁ ନେଇ ଶୌଭିକ୍ ବା ରିୟାଙ୍କୁ ରୋକିନାହାନ୍ତି?

>> ଆପଣ ଜାଣିଥିଲେ କି ଯେ ରିୟା ଚକ୍ରବର୍ତ୍ତୀଙ୍କର ଡ୍ରଗ୍ ମାଫିଆ ସହିତ ସମ୍ପର୍କ ଅଛି?
ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ

ଚାରି ଦିନରେ ୩୫ ଘଣ୍ଟା ପଚରାଉଚରା କରାଯାଇଛି

ସୁଶାନ୍ତ ସିଂ ରାଜପୁତଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗର ସାମନା କରୁଥିବା ରିୟା ଚକ୍ରବର୍ତ୍ତୀଙ୍କ ସହ ପଚରାଉଚୁରାର ଆଜି ଚତୁର୍ଥ ଦିନ ଥିଲା । ଲଗାତର ଚାରି ଦିନ ମଧ୍ୟରେ ରିୟାଙ୍କୁ ୩୫ ଘଣ୍ଟା ଧରି ପଚରାଉଚରା କରାଯାଇଛି ।



ରିୟାଙ୍କୁ ଶୁକ୍ରବାର ଦିନ ୧୦ ଘଣ୍ଟା, ଶନିବାର ଦିନ ୭ ଘଣ୍ଟା, ରବିବାର ଦିନ ୯ ଘଣ୍ଟା ଓ ସୋମବାର ଦିନ ୯ ଘଣ୍ଟା ପାଇଁ ପଚରାଉଚରା କରାଯାଇଥିଲା । ଏହି ସମୟରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପ୍ରଶ୍ନ ଅଭିନେତ୍ରୀଙ୍କୁ ପଚରାଯାଇଥିଲା ।
Published by: Anand Shankar Thankur Das
First published: September 1, 2020, 5:54 PM IST
corona virus btn
corona virus btn
Loading