SSR Case: ସୁଶାନ୍ତଙ୍କ ହତ୍ୟା ନା ଆତ୍ମହତ୍ୟା? ଆସନ୍ତାକାଲି ଆସିବ ଭିସାରା ରିପୋର୍ଟ; ଖୋଲିବ ବଡ଼ ରହସ୍ୟ

Sushant Singh Rajput Death Case: ଫୋରେନସିକ୍ ଏକ୍ସପର୍ଟସ (CFSL) ଟିମରୁ ମିଳିଥିବା ଭିସେରା ରିପୋର୍ଟ ଦେଖିବା ପରେ AIIMS ଡାକ୍ତରଙ୍କ ଏକ ପ୍ୟାନେଲ୍ ଏହି ମାମଲାରେ ଅନ୍ତିମ ବୈଠକ କରିବ। ଏହି ବୈଠକରେ ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଭିସାରା ସହିତ ପୋଷ୍ଟମର୍ଟମ ରିପୋର୍ଟ ଉପରେ ମଧ୍ୟ ଆଲୋଚନା କରାଯିବ ।

SSR Case: ସୁଶାନ୍ତଙ୍କ ହତ୍ୟା ନା ଆତ୍ମହତ୍ୟା? ଆସନ୍ତାକାଲି ଆସିବ ଭିସାରା ରିପୋର୍ଟ; ଖୋଲିବ ବଡ଼ ରହସ୍ୟ
ସୁଶାନ୍ତଙ୍କ ହତ୍ୟା ନା ଆତ୍ମହତ୍ୟା ? ଆସନ୍ତାକାଲି ଆସିବ ଭିସାରା ରିପୋର୍ଟ; ଖୋଲିବ ରହସ୍ୟ
  • News18 Odia
  • Last Updated: September 17, 2020, 12:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ମୃତ୍ୟୁର ସତ୍ୟତା ଖୁବ ଶୀଘ୍ର ପ୍ରକାଶ ପାଇବ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଏହାର ପୂରା ଘଟଣା ଉପରେ ପ୍ରଶ୍ନବାଚି ଆରମ୍ଭ ହୋଇଥିଲା । ଏବେ ଖବର ଆସିଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଭିସାରା ରିପୋର୍ଟ ଆସନ୍ତାକାଲି ଆସିବ । ଏହି ରିପୋର୍ଟ ମେଡିକାଲ ବୋର୍ଡର ବୈଠକରେ ରଖାଯିବ। ଫୋରେନସିକ୍ ବିଶେଷଜ୍ଞଙ୍କ ଦଳ ଆସନ୍ତାକାଲି ସୁଶାନ୍ତଙ୍କ ଭିସାରା ରିପୋର୍ଟ AIIMS ଡାକ୍ତରଙ୍କ ନିକଟରେ ଦାଖଲ କରିବାକୁ ଯାଉଛନ୍ତି ।

ଫୋରେନସିକ୍ ବିଶେଷଜ୍ଞଙ୍କ ଦଳ ଠାରୁ ଭିସାରା ରିପୋର୍ଟ ଦେଖିବା ପରେ AIIMS ଡାକ୍ତରଙ୍କ ଏକ ପ୍ୟାନେଲ୍ ଏହି ପ୍ରସଙ୍ଗରେ ଏକ ଅନ୍ତିମ ବୈଠକ କରିବ। ଏହି ବୈଠକରେ ସୁଶାନ୍ତଙ୍କ ଭିସାରା ସହିତ ପୋଷ୍ଟମର୍ଟମ ରିପୋର୍ଟ ଉପରେ ମଧ୍ୟ ଆଲୋଚନା ହେବ । କେବଳ AIIMS ର ଡାକ୍ତରମାନେ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ଅନ୍ତିମ ରିପୋର୍ଟ ଦେବେ ।ଭିସାରା ରିପୋର୍ଟରୁ ଏହି ତଥ୍ୟ ଜଣାପଡିବ ଯେ ସୁଶାନ୍ତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି କିମ୍ବା କେହି ତାଙ୍କୁ ଫାଶୀରେ ଟାଙ୍ଗି ଦେଇଛି ।

ସୁଶାନ୍ତଙ୍କ ମାତ୍ର ୨୦ ପ୍ରତିଶତ ଭିସାରାର ଫୋରେନସିକ୍ ବିଶେଷଜ୍ଞଙ୍କ ଦଳ ଦ୍ୱାରା ଯାଞ୍ଚ କରାଯାଇପାରିବ କାରଣ ୮୦% ଭିସାରା ମୁମ୍ବାଇ ପୋଲିସ ଏହାରଯାଞ୍ଚରେ ବ୍ୟବହାର କରିଛି । ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ କହିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ଓ ଏହା ଏକ ହତ୍ୟା ମାମଲା । ଏହି ମାମଲାରେ ସୁଶାନ୍ତଙ୍କ ପରିବାର ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ କରିଛନ୍ତି ।

ମେଡିକାଲ ବୋର୍ଡର ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିଛି ସିବିଆଇ ଟିମ୍
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଛି । ଖବର ମୁତାବକ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ୨୦ ସେପ୍ଟେମ୍ବରରେ ଦିଲ୍ଲୀରେ ମେଡିକାଲ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ଏବଂ ସିବିଆଇ ଏସଆଇଟି ଦ୍ୱାରା ଏହି ମାମଲାରେ ଏବେର ରିପୋର୍ଟକୁ ଅନୁଧ୍ୟାନ କରିବ । ଏହା ପରେ ଏହି ମାମଲାରେ ଗଠିତ ମେଡିକାଲ ବୋର୍ଡ ମଧ୍ୟ ଏହି ସମସ୍ତ ତଥ୍ୟ ସହିତ ପରିଚିତ କରାଇବା । ମେଡିକାଲ ବୋର୍ଡ ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏକ ଚୂଡ଼ାନ୍ତ ପରାମର୍ଶ ସିବିଆଇକୁ ଦେବ ।
Published by: Jagdish Barik
First published: September 17, 2020, 12:48 PM IST
corona virus btn
corona virus btn
Loading