SSR Case: ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ପୁଣି ପଚରା ଉଚରା କରାଯିବ; ଏହି ପ୍ରଶ୍ନର ଜବାବ ମାଗିବ NCB

ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ ଆଙ୍ଗଲ୍ ଆସିବା ପରେ NCB ରବିବାର ଦିନ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଛି । ପଚରା ଉଚୁରା ସମୟରେ ରିୟା ଏପରି ଅନେକ କଥା କହିଥିଲେ ଯାହା ଏହି ମାମଲାରେ ଅନେକ ବଡ଼ ଖୁଲାସା କରିପାରେ।

SSR Case: ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ପୁଣି ପଚରା ଉଚରା କରାଯିବ; ଏହି ପ୍ରଶ୍ନର ଜବାବ ମାଗିବ NCB
ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପୁଣି ଥରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା କରିବ
  • News18 Odia
  • Last Updated: September 7, 2020, 10:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ଆସିବା ପରେ ରିୟା ଚକ୍ରବର୍ତ୍ତୀ (Riya Chakraborty) ଓ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ (Showik Chakraborty) ବିରୁଦ୍ଧ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । NCB ଦଳ ରବିବାର ଦିନ ପ୍ରାୟ 6 ଘଣ୍ଟା ଧରି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଥିଲେ । ସୂଚନାନୁସାରେ, ରିୟା ପଚରାଉଚରା ବେଳେ ଡ୍ରଗ୍ସ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସେ ତାଙ୍କ ଭାଇ ଶୋଭିକଙ୍କ ମାଧ୍ୟମରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରିୟା ଚକ୍ରବର୍ତ୍ତୀଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରିବା ପରେ ତାଙ୍କୁ ଛାଡି ଦେଇଥିଲା । ଏନସିବି ଡେପୁଟି ଡାଇରେକ୍ଟର ଜେନେରାଲ (ଦକ୍ଷିଣ-ପଶ୍ଚିମ ଜୋନ୍) ଏମ ଅଶୋକ ଜୈନ ରବିବାର କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ସମନ ପଠାଯାଇ ପଚରାଉଚରା ପାଇଁ ଡକାଯିବ ଓ ତାଙ୍କ ବିବୃତ୍ତି ରେକର୍ଡ ହେବ। ଏଭଳି ପରିସ୍ଥିତିରେ ଯେତେବେଳେ ରିୟା ପୁଣି ଥରେ ଏନସିବି ସମ୍ମୁଖରେ ହାଜର ହେବେ ତେବେ ତାଙ୍କ ସାମ୍ନାରେ ଅନେକ ପ୍ରଶ୍ନର ଉତ୍ତର ଦେବା ସହଜ ହେବ ନାହିଁ । ଜାଣନ୍ତୁ NCB ଆଜି ରିୟା ଚକ୍ରବର୍ତ୍ତୀଙ୍କୁ କଣ ପଚାରିପାରେ ।

>> NCB ରିୟା ଚକ୍ରବର୍ତ୍ତୀଙ୍କୁ ପଚାରିବ ସେ ଡ୍ରଗ୍ସ କିଣିବାରେ ଜଡିତ ଥିଲେ କି ? ଡ୍ରଗ୍ସ ବିକ୍ରୟ କରି ସେ ଟଙ୍କା ରୋଜଗାର କରିଛନ୍ତି କି?
>> ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଯିବ ଯେ ସେ କେଉଁଠାରେ ଡ୍ରଗ୍ସ ଅର୍ଡର କରୁଥିଲେ । ସେ ଡ୍ରଗ୍ସକୁ ଘରେ ରଖୁଥିଲେ ନା ନିଜେ ସେ ଡ୍ରଗ୍ସ ମଧ୍ୟ ନେଉଥିଲେ ?
>> ଯଦି ସୁଶାନ୍ତ ଡ୍ରଗ୍ସ ବ୍ୟବହାର କରୁଥିଲେ, ତେବେ ରିୟା ତାଙ୍କୁ ଡାକ୍ତରଙ୍କୁ ଦେଖାଇଲ କି, ଯଦି ହଁ, ତେବେ ତାଙ୍କୁ କେଉଁ ଡାକ୍ତରଙ୍କୁ ଦେଖାଇଥିଲେ ?
>> ରିୟାଙ୍କୁ ପଚରା ଯିବ ସେ କେବେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ କହିଛନ୍ତି କି ସୁଶାନ୍ତ ଡ୍ରଗ୍ସ ବ୍ୟବହାର କରୁଥିଲେ ଓ ଯଦି ହଁ, ତେବେ ସେ ପରିବାରର କେଉଁ
ସଦସ୍ୟଙ୍କୁ କହିଥିଲେ।
>> ସୁଶାନ୍ତଙ୍କ ଘରକୁ କିଏ କିଏ ବାରମ୍ବାର ଆସୁଥିଲେ, ତାଙ୍କ ନାମ କଣ ​ଓ ସେହି ସମସ୍ତ ଲୋକ ଡ୍ରଗ୍ସ ନେଉଥିଲେ କି?
>> ସୁଶାନ୍ତ ସିଂ ରାଜପୁତଙ୍କ ଘରେ ଯେତେବେଳେ ପାର୍ଟୀ ହେଉଥିଲା ସେତବେଳେ କିଏ କିଏ ପାର୍ଟୀକୁ ଆସୁଥିଲେ?
>> ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଘରେ କେତେଥର ପାର୍ଟୀ ଅନୁଷ୍ଠିତ ହୋଇଥିଲା ଓ କେଉଁମାନେ ଏଥିରେ ଯୋଗ ଦେଇଥିଲେ?
>> ସୁଶାନ୍ତ ସିଂ ରାଜପୁତ କେବେଠୁ ନିଶା ସେବନ କରୁଥିଲେ । ଆପଣ ଯେପରି କହୁଛନ୍ତି, ସେ ଡ୍ରଗ୍ସ ବ୍ୟବହାର କରୁଥିଲେ, ତେବେ ସେ ଏହା ପଛରେ ଥିବା କାହାଣୀକୁ
କହିଥିଲେ କି?
>> ସୁଶାନ୍ତ ସିଂ ରାଜପୁତ କାହିଁକି ସେ ବଲିଉଡ ଛାଡିବାକୁ ଚାହୁଁଥିଲେ, ଏହା ପଛର କାରଣ କ’ଣ ଥିଲା ? ଡ୍ରଗ୍ସର କାରଣ କ’ଣ ଥିଲା ନା ରିୟା ଏଥିପାଇଁ ଦାୟୀ ଥିଲେ ?
>> ସୁଶାନ୍ତ ସିଂ ରାଜପୁତଙ୍କ ଡ୍ରଗ୍ସ ମୁକ୍ତି ପାଇବା ପାଇଁ ରିୟା କୌଣସି ପୁନର୍ବାସ କେନ୍ଦ୍ର ସହିତ ଯୋଗାଯୋଗ କରିଛନ୍ତି କି?
>> ଶୋଭିକ୍ ଚକ୍ରବର୍ତ୍ତୀ ମାଧ୍ୟମରେ ରିୟା ବଲିଉଡରେ ସାଙ୍ଗମାନଙ୍କୁ ଡ୍ରଗ୍ସକୁ ପହଞ୍ଚାଉ ଥିଲେ କି?
>> ଡ୍ରଗ୍ କିଣିବା ପାଇଁ ସୁଶାନ୍ତର ଟଙ୍କା ପଠା ଯାଉଥିଲା ନା ରିୟାର ଟଙ୍କା । ଅଭିଯୋଗ ଅନୁସାରେ ରିୟା ସୁଶାନ୍ତଙ୍କ ଚା, କଫି ଓ ରସରେ ଡ୍ରଗ୍ସ ମିଶ୍ରଣ କରୁଥିଲେ। ଏହା
ଏହାର କାରଣ କ’ଣ ?
>> ରିୟାଙ୍କ ଭାଇ କିପରି ନିଶାଖୋର ହେଲେ । ସୁଶାନ୍ତଙ୍କ ଉପରେ କୌଣସି ଚାପ ରହିଥିଲା କି ଯେ ହେତୁ ସେ ଅବସାଦଗ୍ରସ୍ତ ଥିଲେ ?
Published by: Jagdish Barik
First published: September 7, 2020, 10:01 AM IST
corona virus btn
corona virus btn
Loading