ରୋଷେଇ ଗ୍ୟାସ ବିନା ପ୍ରସ୍ତୁତ ହେବ ଖାଦ୍ୟ; ସରକାର ବିକ୍ରି କରୁଛନ୍ତି ଏହି ଖାସ ଚୁଲା.. ଜାଣନ୍ତୁ କେତେ ଦାମ୍

ଏଲପିଜି ମୂଲ୍ୟ ବୃଦ୍ଧିରୁ ମୁକ୍ତି ପାଇବା ପାଇଁ ସରକାର ଏକ ସୋଲାର ଷ୍ଟୋଭ (ସୌର ଚୁଲି ) ବାହାର କରିଛନ୍ତି । ଏହି ଚୁଲାକୁ ଘରକୁ ଆଣି ଆପଣ LPGରୁ ମୁକ୍ତି ପାଇପାରିବେ ।

ରୋଷେଇ ଗ୍ୟାସ ବିନା ପ୍ରସ୍ତୁତ ହେବ ଖାଦ୍ୟ; ସରକାର ବିକ୍ରି କରୁଛନ୍ତି ଏହି ଖାସ ଚୁଲା..

ରୋଷେଇ ଗ୍ୟାସ ବିନା ପ୍ରସ୍ତୁତ ହେବ ଖାଦ୍ୟ; ସରକାର ବିକ୍ରି କରୁଛନ୍ତି ଏହି ଖାସ ଚୁଲା..

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଘରୋଇ ରନ୍ଧନ ଗ୍ୟାସ୍ (LPG)ର କ୍ରମାଗତ ମୂଲ୍ୟ ବୃଦ୍ଧି ହେତୁ ଲୋକଙ୍କ ବଜେଟ୍ ବୃଦ୍ଧି ହେଉଛି । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର କ୍ରମାଗତ ଭାବରେ ଲକ୍ଷ୍ୟଠାରୁ ଅଧିକ ରହିଛି । ଏହି କାରଣରୁ ସମସ୍ତ ଜରୁରୀ ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । କିନ୍ତୁ ଏଲପିଜି ମୂଲ୍ୟ ବୃଦ୍ଧିରୁ ମୁକ୍ତି ପାଇବା ପାଇଁ ସରକାର ଏକ ସୋଲାର ଷ୍ଟୋଭ (ସୌର ଚୁଲି ) ବାହାର କରିଛନ୍ତି । ଏହି ଚୁଲାକୁ ଘରକୁ ଆଣି ଆପଣ LPGରୁ ମୁକ୍ତି ପାଇପାରିବେ । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଦ୍ୱାରା ଏହାକୁ ବଜାରରେ ଲଞ୍ଚ କରାଯାଇଛି । ଏହି ସୌର ଚୁଲାର ନାମ ସୂର୍ଯ୍ୟ ନୂତନ (Surya Nutan) ରଖାଯାଇଛି ।

ସୋଲାର କୁକିଙ୍ଗ ସିଷ୍ଟମ

ସୂର୍ଯ୍ୟ ନୂତନ ଷ୍ଟୋଭ୍ ସୌର ଶକ୍ତି ଦ୍ଵାରା ଚାଲିଥାଏ । ଏହାର ବିଶେଷ କଥା ହେଉଛି ଚୁଲିକୁ ଖରାରେ ରଖିବାର କୌଣସି ଆବଶ୍ୟକତା ନାହିଁ । ଆପଣ ନିଜ ସୁବିଧା ଅନୁଯାୟୀ ରୋଷେଇ ଘରେ କିମ୍ବା ଯେକୌଣସି ସ୍ଥାନରେ ଷ୍ଟୋଭ୍ ବ୍ୟବହାର କରିପାରିବେ । ସୂର୍ଯ୍ୟ ନୂତନ ସୋଲାର ଷ୍ଟୋଭରେ ଅନେକ ବିଶେଷତା ରହିଛି । ଏହାକୁ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବରେ ଲଗାଯାଇପାରିବ । ଏହା ଏକ ରିଚାର୍ଜ ଯୋଗ୍ୟ ଏବଂ ଇନଡୋର ସୋଲାର କୁକିଙ୍ଗ ସିଷ୍ଟମ । ଫରିଦାବାଦର ଇଣ୍ଡିଆନ୍ ଅଏଲର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଦ୍ୱାରା ଏହା ଡିଜାଇନ୍ ଏବଂ ବିକଶିତ ହୋଇଛି । ଇଣ୍ଡିଆନ୍ ଅଏଲ୍ ମଧ୍ୟ ଏହାର ପେଣ୍ଟେଟ କରିଛି ।

ବ୍ୟବହାର କରିବାର ତରିକା

ଏହାକୁ ରୋଷେଇ ଘରେ ରଖି ସହଜରେ ବ୍ୟବହାର କରାଯାଇପାରିବ । ଏହାର ଗୋଟିଏ ୟୁନିଟ୍ ସୂର୍ଯ୍ୟକିରଣରେ ରହିଥାଏ ଏବଂ ଚାର୍ଜ କରିବା ସମୟରେ ଏହା ଅନଲାଇନ୍ କୁକିଙ୍ଗ ମୋଡ୍ ପ୍ରଦାନ କରେ । ଏହା ବ୍ୟତୀତ, ଚାର୍ଜ ହେବା ପରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ । ଏହି ଉପାୟରେ 'ସୂର୍ଯ୍ୟ ନୁତନ୍' ସୌର ଶକ୍ତିର ସର୍ବାଧିକ ବ୍ୟବହାର କରିଥାଏ।
Published by:Soubhagya Mishra
First published: