News 18 Odia Digital
ନୂଆଦିଲ୍ଲୀ: ଜଣେ ୧୦୮ବର୍ଷ ବୟସ୍କା ମହିଳାଙ୍କ କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ମହିଳା ଜଣଙ୍କ ଏକ ଭିନ୍ନ କାରଣ ପାଇଁ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ । ତାମିଲନାଡୁ (tamilnadu) ଥେନି ଅଞ୍ଚଳର ମହିଳା ଏକ ସାକ୍ଷରତା କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଯାହାକୁ ଏକ ଇତିହାସ (history) ସୃଷ୍ଟି ହୋଇଛି ବୋଲି ଅନେକ ବ୍ୟକ୍ତି କହୁଛନ୍ତି ।
୧୯୧୫ ମସିହାରେ ଜନ୍ମଗ୍ରହଣ କରିଥିଲେ କମଳକାନି । ସେ ଦାରିଦ୍ର ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କର ପାଠ ସମ୍ପୂର୍ଣ୍ଣ କରିପାରିନଥିଲେ । ଆର୍ଥିକ ଅଭାବ କାରଣରୁ ତାଙ୍କୁ ସ୍କୁଲ୍ ଛାଡିବାକୁ ପଡିଥିଲା । କମଳକାନି ନିଜ ପରିବାର ସଦସ୍ୟଙ୍କ ସହ କେରଳରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ବୟସ ୧୦୮ ବର୍ଷ ଛୁଇଁଥିଲେ ମଧ୍ୟ ସେ ଏକ ପରୀକ୍ଷାରେ ୧୦୦ରୁ ୯୭ମାର୍କ ରଖିଛନ୍ତି ।
କମଳକାନୀ ମୁଖ୍ୟତଃ ହଳଦୀ ଚାଷ କରୁଥିଲେ । ତାଙ୍କର ନାତିଙ୍କ କହିବା କଥା ହେଉଛି, ପ୍ରାୟ ୭୦ବର୍ଷରୁ ଉର୍ଦ୍ଧ ହେବ ଚାଷ ପାଇଁ ସେ କଠିନ ପରିଶ୍ରମ କରୁଥିଲେ । ଅନେକ ଅଭାବ ଅସବିଧା ସତ୍ୱେ ମଧ୍ୟ ନିଜକୁ ପାଠ ପ୍ରତି ତାଙ୍କର ଅନେକ ଆଗ୍ରହ ରହିଥିଲା ।
କମଳକାନି ଉଭୟ ମାଲାୟାଲମ ଓ ତାମିଲ ଭାଷାରେ ଜ୍ଞାନ ଅର୍ଜନ ପାଇଁ କଠିନ ପରିଶ୍ରମ କରିଥିଲେ । ପରିଶ୍ରମ ଦ୍ୱାରା କମଳକାନି ସାକ୍ଷରତା ପରୀକ୍ଷା (exam)ରେ ଆଗରେ ପହଞ୍ଚିବାର ସୌଭାଗ୍ୟ ଲାଭ କଲେ । କମଳଙ୍କ ନାତି ଏକଥା ମଧ୍ୟ କହିଛନ୍ତି ଯେ, ଆସନ୍ତାମାସ ତାଙ୍କ ଜେଜେମା ଅର୍ଥାତ୍ କମଳକାନିଙ୍କର ଜନ୍ମଦିନ । ତେଣୁ ଏକ ବଡ଼ ପାର୍ଟିର ଆୟୋଜନ କରିବା ପାଇଁ ତାଙ୍କର ପରିବାର ଯୋଜନା କରୁଛନ୍ତି । ପରିବାର ସଦସ୍ୟ କହିଛନ୍ତି ଯେ, ବୃଦ୍ଧାବସ୍ଥାରେ ଏପରି ଏକ ଉଦାହରଣ ସୃଷ୍ଟି କରିଥିବାରୁ ଆମେ ଖୁବ୍ ଖୁସି । ପରୀକ୍ଷାରେ ଅଧିକ ନମ୍ୱର ରଖିଥିବାକୁ କେରଳ ସରକାର (keral govt)ଙ୍କ ଠାରୁ ସମ୍ମାନପତ୍ର ମଧ୍ୟ ମିଳିଥିବା ସୂଚନା ମିଳିଛି ।
କେରଳର ସାକ୍ଷରତା ହାର ରହିଛି ୯୫ପ୍ରତିଶତଆପଣମାନେ ଜାଣନ୍ତି ଯେ, କେରଳ ଭାରତର ସବୁଠୁ ଅଧିକ ସାକ୍ଷରତା ରାଜ୍ୟ । ୯୫ପ୍ରତିଶତ ସାକ୍ଷରତା ପାଇଁ ସାରା ଦେଶରେ କେରଳ ରେକର୍ଡ କରିଛି । ନିକଟରେ କେରଳ ସରକାରଙ୍କ ଦ୍ୱାରା ଆଉ ଏକ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କୁ ଲେଖିବା ଓ ଶିଖିଇବାକୁ ପ୍ରୟାସ କରାଯାଉଛି । କମଳକାନୀଙ୍କ ଜୀବନର ଏହି କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଉଛି । ପାଠ ପଢିବାକୁ ବୟସର କୌଣସି ପ୍ରତିବନ୍ଧକତା ନାହିଁ ଏଥିରୁ ଏହା ପ୍ରମାଣିତ ।
ଏହି ଖବର ପଢ଼ନ୍ତୁ -
ATM କାର୍ଡ ଥିଲେ ମିଳିବ ୫ ଲକ୍ଷ ଟଙ୍କା ! କିପରି କ୍ଲେମ କରିବେ ଜାଣନ୍ତୁ ଉପାୟ...Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।