୧୭ ବର୍ଷୀୟ ଯୁବକର ପାଟି ଭିତରେ ୮୨ଟି ଅଧିକ ଦାନ୍ତ! ଅପରେସନ୍ କରି ବାହାର କଲେ ଡାକ୍ତରମାନେ

82 extra teeth removed from youth’s mouth by surgery | ଚିକିତ୍ସା ଅଭାବରୁ ଗତ କିଛି ବର୍ଷ ମଧ୍ୟରେ ଏହି ଯୁବକଙ୍କ ଅବସ୍ଥା ବିଗିଡି଼ ଯାଇଥିଲା । ତାଙ୍କ ମାଢ଼ିରେ ଫୁଲା ରହୁଥିଲା ଓ ଯନ୍ତ୍ରଣା ହେଉଥିଲା । ସେ ଡାକ୍ତରମାନଙ୍କ ସହ ପରାମର୍ଶ କରିଥିଲେ ଓ ଅପରେସନ୍ ପାଇଁ ତାରିଖ ପାଇଥିଲେ ।

ପ୍ରତୀକାତ୍ମକ ଛବି (ଗେଟି)

ପ୍ରତୀକାତ୍ମକ ଛବି (ଗେଟି)

  • Share this:
News18 Odia Digital

ପଟନା: ଜଣେ ଲୋକର ପାଟି ଭିତରେ ଆବଶ୍ୟକତାଠାରୁ ୮୨ଟି ଅଧିକ ଦାନ୍ତ? ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଘଟଣା ଘଟିଛି । ବିହାରରେ ଏକ ବିରଳ ଟ୍ୟୁମରରେ ପୀଡି଼ତ ଜଣେ ଯୁବକଙ୍କ ପାଟିରୁ ତିନି-ଘଣ୍ଟିଆ ଅପରେସନ୍‌ ପରେ ୮୨ଟି ଦାନ୍ତ ବାହାର କରାଯାଇଛି ।

୧୭ ବର୍ଷୀୟ ନୀତୀଶ କୁମାର ଗତ ପାଞ୍ଚ ବର୍ଷ ଧରି ମାଢ଼ିର ଏକ ବିରଳ ଟ୍ୟୁମରରେ ପୀଡ଼ିତ ଥିଲେ । ଏହି ରୋଗକୁ କମ୍ପ୍ଲେକ୍ସ ଓଡୋଣ୍ଟୋମା (Complex Odontoma) କୁହାଯାଏ । ତାଙ୍କ ସ୍ଥିତି ଗଗୁରୁତର ହୋଇପଡ଼ିଥିଲା । ତାଙ୍କ ମାଢ଼ିକୁ ଠିକ୍ କରିବା ପାଇଁ ଏକ ଅପରେସନ୍ କରିବାକୁ ପଡି଼ଥିଲା । ତାଙ୍କ ମାଢ଼ିରେ ଦୁଇଟି ସ୍ଥାନରେ ଜମାଟ ବାନ୍ଧି ମୋ’ଟ ୮୨ଟି ଦାନ୍ତ ରହିଥିଲା ​ । ସାଧାରଣତଃ ମଣିଷର ପାଟିରେ ୩୨ଟି ଦାନ୍ତ ଥାଏ । ହେଲେ ଏହି ଟ୍ୟୁମର୍ ଯୋଗୁଁ ନିୀତୀଶ କୁମାରଙ୍କ ଅଧିକ ସଂଖ୍ୟାର ଓ ଅବାଞ୍ଛିତ ଦାନ୍ତ ଉଠିଥିଲା ।

ଏହା ବି ପଢ଼ନ୍ତୁ | ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଫେରିଆସିବା ପରେ ନବୀନ ନିଜ ମନ୍ତ୍ରୀମଣ୍ଡଳ ବିସ୍ତାର କରିବେ

ଚିକିତ୍ସା ଅଭାବରୁ ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ସୌଭାଗ୍ୟବଶତଃ ସେ ବିହାରର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେଜର ଡାକ୍ତରମାନଙ୍କ ସହ ପରାମର୍ଶ କରିଥିଲେ ଓ ଅପରେସନ୍ ପାଇଁ ତାରିଖ ପାଇବାରେ ସଫଳ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ‘‘DFO ମୋ’ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖୁଛନ୍ତି; ମୋତେ ଏଠୁ ଟ୍ରାନ୍ସଫର୍ କରେଇ ନିଅ, ବାପା,’’ କହିଥିଲେ ସୌମ୍ୟ

‘‘ସେ ମାଢ଼ିରେ ଫୁଲା ଓ ଯନ୍ତ୍ରଣା ହେଉଛି ବୋଲି ଅଭିଯୋଗ ନେଇ ଆସିଥିଲେ । ତାଙ୍କ ପରୀକ୍ଷା ପରେ ଆମେ ଜାଣିଲୁ ଯେ ସେ ବିରଳ ମାଢ଼ି ଟ୍ୟୁମର୍ କମ୍ପ୍ଲେକ୍ସ ଓଡୋଣ୍ଟୋମାରେ ପୀଡ଼ିତ । ତାଙ୍କ ଉପରେ ସଫଳତାର ସହ ଅପରେସନ୍‌ କରାଯାଇଛି,’’ କହିଛନ୍ତି ଆଇ.ଜି.ଆଇ.ଏମ୍.ଏସ୍‌. (ପଟନା)ର ଡକ୍ଟର ପ୍ରିୟଙ୍କା ସିଂ ।

ଏହା ବି ପଢ଼ନ୍ତୁ | ରଥ ଯାତ୍ରା ଥର ବି ଇତିହାସ ଗଢ଼ିଲା; ବିନା ଭକ୍ତରେ ରଥ ଗଡ଼ିଲେ; ପରମ୍ପରା ଅତୁଟ ରହିଲା

ଦାନ୍ତର ବିକାଶରେ ତ୍ରୁଟି ଯୋଗୁଁ ଏହି ଟ୍ୟୁମର ବିକଶିତ ହୋଇଥିଲା ବୋଲି କହିଛନ୍ତି ଡଃ ସିଂ । ‘‘ଅପରେସନ୍ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ମାଢ଼ିର ପଛ ଭାଗରେ ଦାନ୍ତର କିଛି ଅଂଶ ଜମା ହୋଇ ରହିଛି, ଯାହା ୮୨ଟି ଦାନ୍ତର ବିକାଶ କରିଛି । ରୋଗୀ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସେ ଶୀଘ୍ର ଡିସଚାର୍ଜ ହେବେ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଓଡ଼ିଶାକୁ ପୁଣି ଘାରିଲା ମାଓବାଦୀ ଚିନ୍ତା; ସ୍ବାଭିମାନ ଅଞ୍ଚଳ ଛାଡ଼ି ସୀମାନ୍ତରେ ସକ୍ରିୟ ହେଉଛି ଲାଲ ବାହିନୀ

ଏହି ଅପରେସନ୍ ସଫଳ ହୋଇଥିଲା । ନୀତୀଶ କୁମାର ବର୍ତ୍ତମାନ ସୁସ୍ଥ ଅଛନ୍ତି, ଯଦିଓ ତାଙ୍କ ସ୍ୱାସ୍ଥ୍ୟ ଉୁପରେ ନଜର ରଖାଯାଉଛି । ଅପରେସନ୍‌ ପରେ ଅନ୍ୟ କୌଣସି ସମସ୍ୟା ଯେପରି ନ ଆସୁ ତାହା ପ୍ରତି ଦୃଷ୍ଟି ଦେଉଛନ୍ତି ଡାକ୍ତରମାନେ । ତଳ ଓ ଉପର ଉଭୟ ମାଢ଼ିରେ ବ୍ୟାପିଥିବା ଟ୍ୟୁମର୍‌ ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଓ ୮୨ଟି ଦାନ୍ତର ଏକ ସେଟ୍ ବାହାର କରାଯାଇଥିଲା ।



ଭାରତରେ ଏହା ଏହି ପ୍ରକାରର ପ୍ରଥମ ଘଟଣା ନୁହେଁ । ୨୦୧୯ରେ ଚେନ୍ନାଇର ଏକ ଡାକ୍ତର ଦଳ ରବିନ୍ଦ୍ରନ୍ ନାମକ ଜଣେ ସାତ ବର୍ଷର ବାଳକର ପାଟିରୁ ୫୨୬ଟି ଦାନ୍ତ ବାହାର କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ ।
Published by:Anand S.T. Das
First published: