ନିୟନ୍ତ୍ରଣ ହରାଇ ଫୁଟଫାତରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଚଢ଼ିଗଲା ଟ୍ରକ; ୧୫ ଜଣଙ୍କର ମୃତ୍ୟୁ
ଗୁଜୁରାଟ (Gujarat) ସୁରଟର ପାଲୋଡ ଗ୍ରାମରେ କିମ-ମାଣ୍ଡଭି ରୋଡରେ ଗତ କାଲି ବିଳମ୍ବିତ ରାତିରେ ଘଟିଥିବା ଏକ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛ ।

ନିୟନ୍ତ୍ରଣ ହରାଇ ଫୁଟଫାତରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଚଢ଼ିଗଲା ଟ୍ରକ
- News18 Odia
- Last Updated: January 19, 2021, 9:18 AM IST
ନ୍ୟୁଜ୍ ୧୮ ଗୁଜରାଟୀ ଅନୁଯାୟୀ ଦୁର୍ଘଟଣାରେ ଜଣେ ଝିଅ ସମେତ ୧୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୬ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ସୁରକ୍ଷା ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସୁରଟ ସ୍ମାର ହସ୍ପିଟାଲକୁ ପଠାଇଥିଲେ । ଯେଉଁଠାରେ ଚିକିତ୍ସା ସମୟରେ ଆଉ ତିନିଜଣଙ୍କରମୃତ୍ୟୁ ହୋଇଛି ।
ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ କ୍ଲିନର୍ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଓ ତାଙ୍କର ଚିକିତ୍ସା ପାଇଁ ସୁରଟକୁ ପଠାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଲି କୁହାଯାଇଥିଲା । ସମସ୍ତ ମୃତଦେହର ପୋଷ୍ଟ ମର୍ଟମ ପାଇଁ ପୋଲିସ କୋସମ୍ବା ପଠାଇଛି ।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକ ରାଜସ୍ଥାନର ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ଏହି ଦୁର୍ଘଟଣାରେ ଜଣେ ଛଅ ମାସର ଝିଅକୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ଶିଶୁର ପିତାମାତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ରାଜସ୍ଥାନର କୁଶଲଗଡର ବାସିନ୍ଦା ବୋଲି କୁହାଯାଉଛି ।