News18 Odia Digital
ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁନା ପ୍ରତିମୂର୍ତ୍ତିକୁ ନେଇ ଆଲୋଚନା ଚାଲିଛି। ୧୮ କ୍ୟାରେଟ୍ ସୁନାରେ ନିର୍ମିତ ଏହି ମୂର୍ତ୍ତିର ଓଜନ ୧୫୬ ଗ୍ରାମ। ବମ୍ବେ ସୁନା ପ୍ରଦର୍ଶନୀରେ ଏହା ସ୍ଥାନ ପାଇଥିଲା। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପିଏମ ମୋଦିଙ୍କ ସୁନା ପ୍ରତିମୂର୍ତ୍ତି ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ତଳେ ମୂର୍ତ୍ତିର ଓଜନ ୧୫୬ ଗ୍ରାମ ଭାବରେ ଲେଖାଯାଇଛି, ଯାହା ପଛରେ ଏକ ବିଶେଷ କାରଣ ଅଛି। ଏତେ କମ୍ ସୁନାରେ ଏତେ ସୁନ୍ଦର ପ୍ରତିମା ତିଆରି କରିବା ଆଶ୍ଚର୍ଯ୍ୟଜନକ। ଗୁଜୁରାଟର ସୁରଟରୁ ଆସିଥିବା ଜଣେ କାରିଗର ଏହି ପ୍ରତିମା ତିଆରି କରିଛନ୍ତି।
IND vs NZ 2nd ODI: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲେ କ୍ୟାପଟେନ ରୋହିତ
ଏହି ପ୍ରତିମା ତିଆରି କରିଥିବା କାରିଗରଙ୍କ ନାମ ହେଉଛି ବସନ୍ତ ବୋରା। ଏହି ପ୍ରତିମାଟି ୪.୫ ଇଞ୍ଚ ଉଚ୍ଚ, ୩ ଇଞ୍ଚ ଚଉଡା ଏବଂ ଓଜନ ୧୫୬ ଗ୍ରାମ। ଏହାକୁ ତିଆରି କରିବାକୁ ପ୍ରାୟ ୨୦ ଜଣ କାରିଗର ପ୍ରାୟ ତିନିମାସ ସମୟ ନେଇଥିଲେ। ୧୫୬ ଗ୍ରାମ ଓଜନ ପଛରେ ଏକ ବିଶେଷ କାରଣ ରହିଛି। ସୁନା-ରୂପା ଅଳଙ୍କାର ଉତ୍ପାଦନକାରୀ କମ୍ପାନୀ ରାଧିକା ଚେନ୍ସର ମାଲିକ ବସନ୍ତ ବୋରା କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ଗୁଜୁରାଟ ନିର୍ବାଚନରେ ବିଜେପି ୧୮୩ ଟି ସିଟ୍ ମଧ୍ୟରୁ ୧୫୬ ଟି ଜିତିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁନା ମୂର୍ତ୍ତିର ଓଜନ ୧୫୬ ଗ୍ରାମରେ ରଖାଯାଇଛି।
Kangana Ranaut: ଡେଙ୍ଗୁରେ ପୀଡ଼ିତ ଥାଇ ମଧ୍ଯ ଏର୍ମଜେନ୍ସି ସୁଟିଂ କରୁଥିଲେ କଙ୍ଗନା; କହିଲେ ମନ କଥା
ପ୍ରତିମା ପଛରେ ୧୦.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବସନ୍ତଙ୍କ ଜଣେ ବନ୍ଧୁ ଏହି ପ୍ରତିମା କିଣିବାକୁ ଚାହୁଁଛନ୍ତି। ଏହା ୧୧ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଧାର୍ଯ୍ୟ ହୋଇଛି। ମୂର୍ତ୍ତିକୁ ପିଏମ ମୋଦିଙ୍କୁ ଉପହାର ଦିଆଯିବ ବୋଲି ସ୍ଥିର ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।