Supreme Court Verdict: ‘ସୁପ୍ରିମ ରାୟ’; ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର

Supreme Court Verdict: ମହାରାଷ୍ଟ୍ର ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ରାୟ। ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର। ରାଜ୍ୟପାଳଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ CJI।

ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର

ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Supreme Court Verdict: ବର୍ତ୍ତମାନର ସବୁଠୁ ବଡ଼ ଖବର ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟଙ୍କ ‘ସୁପ୍ରିମ’ ଫୈସଲା। ମହାରାଷ୍ଟ୍ର ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ରାୟ। ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର। ରାଜ୍ୟପାଳଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଲେ CJI।

ରାଜ୍ୟପାଳ କେଉଁ ଆଧାରରେ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଲେ। ‘ଉଦ୍ଧବ ନିଜଆଡୁ ଇସ୍ତଫା ଦେଇନଥିଲେ ମିଳିଥାନ୍ତା ସୁରକ୍ଷା’। ‘ଉଦ୍ଧବ ଠାକରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିନାହାନ୍ତି’। ସିନ୍ଦେ ଗୋଷ୍ଠୀର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ହୋଇଥିଲା ମାମଲା

ମହାରାଷ୍ଟ୍ରର ସିନ୍ଦେ ବନାମ ଉଦ୍ଧବ ବିବାଦ। ସୁପ୍ରିମକୋର୍ଟ ଗୁରୁବାର ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ ଭବିଷ୍ୟତ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ଦଳରେ ବିଭାଜନ ହେଲେ ଏକ ଦଳ ପ୍ରକୃତ ଦଳ ବୋଲି ଅଯୋଗ୍ୟତା ଠାରୁ ରକ୍ଷା ପାଇପାରିବେ ନାହିଁ। ସାମ୍ବିଧାନିକ ସଂଶୋଧନ ପରେ ଦଳରେ ଭାଙ୍ଗିବା ପରିସ୍ଥିତିରେ ସାଂଖ୍ୟିକ ଶକ୍ତି ଦର୍ଶାଇ ଅଯୋଗ୍ୟତାକୁ ଏଡ଼ାଯାଇପାରିବ ନାହିଁ। ଏହି ନିଷ୍ପତ୍ତି ସିନ୍ଦେ ସରକାରଙ୍କୁ ପ୍ରଭାବିତ କରିବ ନାହିଁ।

ପଢ଼ନ୍ତୁ ଏହି ଖବର:  SSC CHSL: ସରକାରୀ ନିଯୁକ୍ତି; ୧୬୦୦ ପଦବୀ ପାଇଁ ଏମିତି କରନ୍ତୁ ଆବେଦନ

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ୫ ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୧୬ରେ ଏହି ମାମଲା ଉପରେ ସଂରକ୍ଷିତ ରଖିଥିଲେ। ଶୁଣାଣି ସମୟରେ ଉଦ୍ଧବ ଶିବିର ସିନ୍ଦେଙ୍କ ବିଦ୍ରୋହ ଏବଂ ତାଙ୍କ ସରକାର ଗଠନକୁ ବେଆଇନ ବୋଲି କହିଥିଲେ। ଅନ୍ୟପକ୍ଷରେ, ସିନ୍ଦେ କ୍ୟାମ୍ପ କହିଛନ୍ତି ଯେ ବିଧାନସଭାରେ ବିଭାଜନ ପରେ ରାଜ୍ୟପାଳ ଫ୍ଲୋର ଟେଷ୍ଟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇ ସଠିକ ପଦକ୍ଷେପ ନେଇଛନ୍ତି।

ସେପଟେ ଆଜି ସୁପ୍ରିମକୋର୍ଟରେ ରାୟ ଆସିବା ପୂର୍ବରୁ ଅଜିତ ପାୱାର କହିଥିଲେ, ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡ଼ନାବିସ ସରକାର ପ୍ରତି କୌଣସି ବିପଦ ନାହିଁ। ଅନେକ କହୁଛନ୍ତି ଏହି ସରକାର ଅସାମ୍ବିଧାନିକ। କିନ୍ତୁ ଯେପର୍ଯ୍ୟନ୍ତ ସେମାନଙ୍କ ନିକଟରେ ୧୪୫ ବିଧାୟକଙ୍କ ସମର୍ଥନ ଅଛି ସେପର୍ଯ୍ୟନ୍ତ କୌଣସି ବିପଦ ନାହିଁ।’’

ତେବେ ଅଜିତ ପାୱାରଙ୍କ ଏହି ଟିପ୍ପଣୀ ଦ୍ବନ୍ଦ୍ବ ବଢ଼ାଉଛି। ଅଜିତ ପାୱାର ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଉଛି। ଗତ ବର୍ଷ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକମାନେ ଯଦି ଅଯୋଗ୍ୟ ଘୋଷିତ ହୁଅନ୍ତି ତେବେ ଅଜିତ ପାୱାର ଏବଂ ତାଙ୍କ ବିଧାୟକମାନେ ସିନ୍ଦେ-ଫଡ଼ନାବିସ ସରକାରକୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଥିଲା।
Published by:Lipina Das
First published: