ନୁପୂର ଶର୍ମାଙ୍କୁ ମିଳିଲା ଆଶ୍ବସ୍ତି; ସବୁ ମାମଲା ଦିଲ୍ଲୀକୁ ସ୍ଥାନାନ୍ତର କଲେ ସୁପ୍ରିମକୋର୍ଟ

ଦେଶର ବିଭିନ୍ନ ରାଜ୍ୟରେ ନୁପୂର ଶର୍ମାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏଫ୍ଆଇଆର୍ (ମାମଲା) କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନୁପୁର ଶର୍ମାଙ୍କୁ ବଡ ଆରାମ

ନୁପୁର ଶର୍ମାଙ୍କୁ ବଡ ଆରାମ

  • Share this:
News 18 Odia Digital

ନୂଆ ଦିଲ୍ଲୀ: ନୁପୂର ଶର୍ମାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଥିଲା। ଦେଶର ବିଭିନ୍ନ ରାଜ୍ୟରେ ନୁପୂର ଶର୍ମାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏଫ୍ଆଇଆର୍ (ମାମଲା) କୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଗିରଫକୁ ରୋକିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଆଦେଶ ମଧ୍ୟ ଜାରି ରହିବ। ନୁପୂର ଶର୍ମାଙ୍କ ଜୀବନ ଓ ସମ୍ପତ୍ତି ପ୍ରତି ବିପଦକୁ ଦୃଷ୍ଟିରେ ରଖି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ସମୟରେ ପଶ୍ଚିମବଙ୍ଗର ଓକିଲ କହିଛନ୍ତି ଯେ ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ପ୍ରଥମ ଏଫଆଇଆର ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଥିଲା। ନାମିତ FIR ମହାରାଷ୍ଟ୍ରରେ ପଞ୍ଜିକୃତ ହୋଇଥିଲା। ନୁପୂରଙ୍କ ଓକିଲ କହିଛନ୍ତି ଯେ ନୂପୁରଙ୍କ ଜୀବନ ବିପଦରେ ଅଛି। ଏହାକୁ ଧ୍ୟାନରେ ରଖିବା ଉଚିତ୍। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏହି ଘଟଣାର ସମ୍ପୂର୍ଣ୍ଣ ଯତ୍ନ ନେବୁ।

ନୁପୂରଙ୍କ ଓକିଲ ଆହୁରି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଥମ ଏଫ୍ଆଇଆର୍ ଦିଲ୍ଲୀରେ ପଞ୍ଜୀକୃତ ହୋଇଥିଲା। ଅନ୍ୟ ପକ୍ଷର ଓକିଲ ଏହା କହିଛନ୍ତି ଯେ ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ଏଫଆଇଆରରେ ନୁପୂର ଶର୍ମା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ଏଥିରେ ସେ ନିଜେ ଅଭିଯୋଗକାରୀ। ଏଥି ସହ ନୁପୂର ମାମଲାରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ ପାଇଁ ପଶ୍ଚିମବଙ୍ଗରୁ ଦାବି କରାଯାଇଥିଲା।
Published by:Soumyashree Mishra
First published: