ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»UPରେ କୃଷକଙ୍କ ଉପରେ କାର୍ ଚଢ଼େଇବା ମାମଲା: ପୋଲିସ ସମନ୍‌କୁ ଫୁ କଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ

UPରେ କୃଷକଙ୍କ ଉପରେ କାର୍ ଚଢ଼େଇବା ମାମଲା: ପୋଲିସ ସମନ୍‌କୁ ଫୁ କଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ

Supreme Court criticises Uttar Pradesh government on Lakhimpur Kheri farmer incident | ଲଖୀମପୁର ଖେରୀ ଘଟଣାକୁ ନେଇ ସୁପ୍ରିମ୍‌ କୋର୍ଟରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯିବା ବେଳେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ତିନି-ଜଣିଆ ଖଣ୍ଡପୀଠ ।

UPରେ କୃଷକଙ୍କ ଉପରେ କାର୍ ଚଢ଼େଇବା ମାମଲା: ପୋଲିସ ସମନ୍‌କୁ ଫୁ କଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ
‘‘କାହିଁକି ଏହି ମାମଲାରେ ଏ ଯାଏଁ କେହି ଗିରଫ ହୋଇ ନାହାନ୍ତି?’’ ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟ ।
  • News18 Odia
  • Last Updated: October 8, 2021, 11:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରୀରେ ନ୍ଦୋଳନରତ କୃଷକମାନଙ୍କ ଉପରେ କାର୍‌ ଚଢ଼େଇନେବା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ପୋଲିସ ସମନ୍ ସତ୍ତ୍ୱେ ହାଜର ହୋଇ ନାହାନ୍ତି । ଏବେ ବି ତାଙ୍କ ଖୋଜଖବର ମିଳୁନି । ଷ୍ଟାଟସ୍ ରିପୋର୍ଟ ଦେଖିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ସୁପ୍ରିମ୍‌ କୋର୍ଟ୍‌ ।

‘‘କାହିଁକି ଏହି ମାମଲାରେ ଏ ଯାଏଁ କେହି ଗିରଫ ହୋଇ ନାହାନ୍ତି?’’ ଉତ୍ତର ପ୍ରଦେଶ ସରକାରଙ୍କୁ ଶୁକ୍ରବାର ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ । ସାରା ଦେଶକୁ ସ୍ତମ୍ଭୀଭୁତ କରିଥିବା ଲଖୀମପୁର ଖେରୀ ଘଟଣାକୁ ପାଞ୍ଚ ଦିନ ବିତିଥିଲେ ବି ଏଯାଏଁ ଜଣେ ବି ଅଭିଯୁକ୍ତ ଗିରଫ ହୋଇ ନ ଥିବାରୁ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ବେଳେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମ୍‌ କୋର୍ଟ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | UPରେକାର୍ ଚକ ତଳେ କୃଷକ ମୃତ୍ୟୁଘଟଣାର VIDEO ଦେଖାଇ ପ୍ରଶ୍ନ ଉଠାଇଲେ ପ୍ରିୟଙ୍କା ଗାନ୍ଧୀ

ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଙ୍କୁ ପଚରା ଉଚରା କରିବାକୁ ଗୁରୁବାର ଦିନ ପୋଲିସ ସମନ୍ ଜାରି କରିଥିଲା । ହେଲେ ସେ ପୋଲିସ୍ ସମନକୁ ଫୁ କରି ଉଡ଼ାଇ ଦେଇଛନ୍ତି । ତଦନ୍ତର ନେତୃତ୍ବ କରୁଥିବା ୟୁପି ପୋଲିସ ମୁଖ୍ୟାଳୟର ଡି.ଆଇ.ଜି. ଉପେନ୍ଦ୍ର ଅଗ୍ରୱାଲ୍‌ ତାଙ୍କ ଟିମ୍ ନେଇ ଲଖୀମପୁରରେ ପହଞ୍ଚିଥିଲେ ମଧ୍ୟ ମନ୍ତ୍ରୀଙ୍କ ପୁଅ ଆସି ନ ଥିଲେ । ଏଭଳି ସ୍ଥିତିରେ ଆଶିଷ କେଉଁଠି ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି ।

କେନ୍ଦ୍ର ମନ୍ତ୍ରୀ ପୁଅଙ୍କ ପାଇଁ ଏବେ ଦ୍ବିତୀୟ ସମନ୍ ଜାରି କରିଛି ଉତ୍ତର ପ୍ରଦେଶ ପୋଲିସ ।


ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ

ଲଖୀମପୁର ଖେରୀ ଘଟଣାକୁ ନେଇ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ । ଶୁକ୍ରବାର ଏହି ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ୟୁପି ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ ରିପୋର୍ଟ ଦାଖଲ କରିବା ବେଳେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଉତ୍ତର ପ୍ରଦେଶ ସରକାର କିମ୍ବା ପୋଲିସ କିଛି ବି ପଦକ୍ଷେପ ନେଇ ନ ଥିବା କହି ବିରକ୍ତି ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍. ଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି-ଜଣିଆ ଖଣ୍ଡପୀଠ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ଦିନ ବାକି ଅଛି’’

‘‘ଏହି ମାମଲାରେ ସୁପ୍ରିମ କୋର୍ଟ ସ୍ୱତଃ ସଜ୍ଞାନ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିବା ପରେ ପୀଡ଼ିତ ପରିବାରମାନଙ୍କ ମଧ୍ୟରେ ଆଶା ବଢ଼ଥିଲା ଯେ ଏବେ ନ୍ୟାୟ ମିଳିବ । ବିଜ୍ଞାପନରେ ନିଜକୁ ଦମଦାର୍‌ ବୋଲି କହୁଥିବା ରାଜ୍ୟ ସରକାରଙ୍କୁ ଦେଖାଇବା ଉଚିତ ଯେ ସେ ଗରିବ ଲୋକଙ୍କ ସହିତ ଅଛନ୍ତି,’’ କହିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ସିଂହ ଯାଦବ । ଦଳୀୟ ସହଯୋଗୀ ସତୀଶ ଚନ୍ଦ୍ର ମିଶ୍ରାଙ୍କ ସହ ଲଖୀମପୁର ଯାଇ ସେ ମୃତ କୃଷକମାନଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ।

ଏହା ବି ପଢ଼ନ୍ତୁ | OAS Results: ପ୍ରକାଶ ପାଇଲା ୨୦୧୯ର ଓଡ଼ିଶା ସିଭିଲ୍ ସର୍ଭିସେଜ୍‌ ପରୀକ୍ଷା ଫଳ; ୧୫୩ ଜଣ କୃତକାର୍ଯ୍ୟ

ବାହାରକୁ ଆସିଥିବା ଭିଡିଓଗୁଡ଼ିକରୁ ସ୍ପଷ୍ଟ ହେଉଛି ଚାଷୀଙ୍କ ଉପରେ ଜାଣିଶୁଣି ଗାଡ଼ି ମଡ଼ାଇ ଦିଆଯାଇଥିଲା । କିନ୍ତୁ ଘଟଣାର ପାଞ୍ଚ ଦିନ ପରେ ବି କେହି ଜଣେ ହେଲେ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ୍‌ କୋର୍ଟ । କାହିଁକି ପୋଲିସ ଅଭିଯୁକ୍ତମାନଙ୍କୁ ଏ ଯାଏଁ ଗିରଫ କରିନି, କାହିଁକି ତଥ୍ୟ ପ୍ରମାଣକୁ ସଂଗ୍ରହ କରି ରଖାଯାଇ ନାହିଁ, ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପୋଲିସର ଦାୟିତ୍ବ ନୁହେଁ କି ଓ ଅନ୍ୟ ଅଭିଯୁକ୍ତଙ୍କ ଭଳି ଲଖୀମପୁର ଖେରୀ ଘଟଣାର ଅଭିଯୁକ୍ତଙ୍କ ପ୍ରତି ପୋଲିସ କାହିଁକି ସମାନ ଆଭିମୁଖ୍ୟ ଆପଣାଇ ନାହିଁ... ଏମିତି ଅନେକ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ଏହା ବି ପଢ଼ନ୍ତୁ | BJP ନେତା ଓ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଚିଲିକାର BJD ବିଧାୟକ ଗିରଫ ହୋଇ ଜେଲ୍ ଗଲେ

ଏହି ଘଟଣାର ତଦନ୍ତ ସି.ବି.ଆଇ.କୁ ହସ୍ତାନ୍ତର କରିବାକୁ ୟୁପି ସରକାର ଚାହୁଁଛନ୍ତି କି ବୋଲି ଆଇନଜୀବୀ ହରୀଶ ସାଲଭେଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମ୍‌ କୋର୍ଟ୍‌ ଖଣ୍ଡପୀଠ । ବର୍ତ୍ତମାନ ରାଜ୍ୟ ସରକାର ସେମିତି କିଛି ଚାହୁଁ ନାହାନ୍ତି ଓ ସୁପ୍ରିମ୍‌ କୋର୍ଟ୍‌ ଯାହା ଚାହିଁବେ ତାହା ହେବ ବୋଲି ଉତ୍ତରରେ କହିଥିଲେ ସାଲଭେ । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଦେଖିଲେ ସି.ବି.ଆଇ. ସେଭଳି କିଛି ତଦନ୍ତ କରିପାରିବ ନାହିଁ ବୋଲି କହିଥିଲେ ଖଣ୍ଡପୀଠ । ଏଥିରୁ ସ୍ପଷ୍ଟ ଯେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ଦକ୍ଷତା ଓ ନିଷ୍ପକ୍ଷତା ଉପରେ ବି ସନ୍ଦେହ ପ୍ରକଟ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ଏହା ବି ପଢ଼ନ୍ତୁ | Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେ

ପ୍ରଥମ ସମନକୁ ଫୁ କରି ତଦନ୍ତରେ ସହଯୋଗ କରିବାକୁ ଆସି ନ ଥିବା କେନ୍ଦ୍ର ମନ୍ତ୍ରୀ ପୁଅଙ୍କ ପାଇଁ ଏବେ ଦ୍ବିତୀୟ ସମନ୍ ଜାରି କରିଛି ଉତ୍ତର ପ୍ରଦେଶ ପୋଲିସ ।
Published by: Anand S.T. Das
First published: October 8, 2021, 11:49 PM IST