- News18 Odia
- Last Updated :
- Other, India
News18 Odia Digital
ନୂଆ ଦିଲ୍ଲୀ: ଜଣେ ମନ୍ତ୍ରୀ ଦେଇଥିବା ବୟାନକୁ ସରକାରଙ୍କ ସହ ଯୋଡ଼ା ହୋଇପାରିବନି । ଅର୍ଥାତ ଜଣେ ମନ୍ତ୍ରୀ ଦେଇଥିବା ବୟାନ ଆଧାରରେ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇପାରିବ ନାହିଁ । ସାର୍ବଜନୀନ ପଦବୀରେ ବସିଥିବା ଲୋକଙ୍କ ବୟାନ ଉପରେ ରୋକ ଲଗାଇବାକୁ ବାରଣ କରିଛନ୍ତି ସୁପ୍ରିମକୋର୍ଟ । ଧାରା ଅନୁଚ୍ଛେଦ ୧୯(୨) ଅନୁସାରେ ଉଲ୍ଲେଖ ନିୟମ ବ୍ଯତୀତ ସ୍ୱତନ୍ତ୍ର ଅଭିବ୍ଯକ୍ତ ବିରୋଧରେ କୌଣସି ଅତିରିକ୍ତ ରୋକ ଲଗାଯାଇପାରିବ ନାହିଁ ।
ମଙ୍ଗଳବାର ଫ୍ରି ସ୍ପିଚ କେସ ଉପରେ ଯାଞ୍ଚ କରି ପାଞ୍ଚ ଜଣିଆ ବେଞ୍ଚ ଶୁଣାଣି କରିଛନ୍ତି ଯେ, ରାଜ୍ଯ କିମ୍ୱା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ବିଧାୟକ, ଉଚ୍ଚ ପଦବୀରେ ବସିଥିବା କୌଣସି ଅଧିକାରୀଙ୍କ ଅଭିବ୍ଯକ୍ତି ସ୍ୱାଧୀନତା ଉପରେ ଅତିରିକ୍ତ ରୋକ ଲଗାଇବା ଆବଶ୍ଯକ ନାହିଁ । କୋର୍ଟ କହିଛନ୍ତି କି ମନ୍ତ୍ରୀଙ୍କ ବୟାନକୁ ସରକାରଙ୍କ ବୟାନ କହିବା ଠିକ ହେବ ନାହିଁ । ଜଷ୍ଟିସ ଏସ ଅବଦୁଲ ନଜିର, ଏଏସ ବୋପାନ୍ନା, ବିଆର ଗବଇ, ବି ରାମସୁବ୍ରମଣ୍ଯମନ ଓ ବିବି ନାଗରତ୍ନାଙ୍କ ସମ୍ୱିଧାନ ପୀଠ କହିଛନ୍ତି ଯେ ସରକାର ଓ ସେହି ସମ୍ୱନ୍ଧୀୟ ମାମଲାରେ ଜଡିତ କୌଣସି ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବୟାନ ଅପ୍ରତ୍ଯକ୍ଷ ରୂପରେ ସରକାରଙ୍କୁ ଦୋଷୀ ବୋଲି କୁହାଯାଇପାରିବ ନାହିଁ ।
ବୁଲନ୍ଦସହରରେ ଏକ ଗ୍ଯାଙ୍ଗ ଦୁଷ୍କର୍ମ ମାମଲାରେ ଉତ୍ତର ପ୍ରଦେଶ ତତ୍କାଳୀନ ମନ୍ତ୍ରୀ ଆଜନ ଖାନ ଏକ ବିବାଦୀୟ ବୟାନ ଦେଇଥିଲେ । ପୀଡିତାଙ୍କ ବାପା ଦାଖଲ କରିଥିବା ଏକ ରିଟ ଯାଚିକାକୁ ଏକ ବଡ଼ ପୀଠ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଅଭିଯୋଗ ଲଗାଯାଇଥିଲା କି ରାଜ୍ଯର ଜଣେ ମନ୍ତ୍ରୀ ତଥା ପ୍ରମୁଖ ରାଜନୈତିକ ବ୍ଯକ୍ତିତ୍ୱ ପୂରା ଘଟଣାକୁ ରାଜନୈତିକ ଷଡ଼ଯନ୍ତ୍ର ରୂପେ ବିବେଚନା କରିଥିଲେ । ପରେ ଏହି ବିବାଦୀୟ ବୟାନ ପାଇଁ ଆଜମ ଖାନଙ୍କୁ କ୍ଷମା ମାଗିବାକୁ ପଡିଥିଲା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।