ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ତଦନ୍ତରେ ସହଯୋଗ କରୁନଥିବା ଓ ଫେରାର ହୋଇଥିବା ଦୋଷୀଙ୍କୁ ଜାମିନ ଦିଆଯିବନି: SC

ତଦନ୍ତରେ ସହଯୋଗ କରୁନଥିବା ଓ ଫେରାର ହୋଇଥିବା ଦୋଷୀଙ୍କୁ ଜାମିନ ଦିଆଯିବନି: SC

ସେହିମାନଙ୍କୁ ଜାମିନ ଦିଆଯିବ ନାହିଁ ଯେଉଁମାନେ କି ଯେ ତଦନ୍ତକାରୀ ସଂସ୍ଥା ସହ ସହଯୋଗ କରୁନଥିବେ ଓ ଜେଲରୁ ଫେରାର ହୋଇଯାଉଥିବେ। ଏନେଇ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତରେ ସହଯୋଗ କରୁନଥିବା ଓ ଫେରାର ହୋଇଥିବା ଦୋଷୀଙ୍କୁ ଜାମିନ ଦିଆଯିବନି: SC
ପଳାତକକୁ ଜାମିନ ମିଳିବନି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 11, 2021, 5:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କଥିତ ଦଙ୍ଗା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ସେହିମାନଙ୍କୁ ଜାମିନ ଦିଆଯିବ ନାହିଁ ଯେଉଁମାନେ କି ଯେ ତଦନ୍ତକାରୀ ସଂସ୍ଥା ସହ ସହଯୋଗ କରୁନଥିବେ ଓ ଜେଲରୁ ଫେରାର ହୋଇଯାଉଥିବେ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ୨୦୦୭ ମାର୍ଚ୍ଚରେ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ଘଟିଥିବା ଘଟଣା ସଂପର୍କରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ୩୦୭ (ହତ୍ୟା ଉଦ୍ୟମ) ଓ ୧୪୭ (ଦଙ୍ଗା ପାଇଁ ଦଣ୍ଡ) ସହିତ ବିଭିନ୍ନ ବିଭାଗରେ ପଞ୍ଜିକୃତ ହୋଇଥିବା ମାମଲା ସଂପର୍କରେ   ଆବେଦନକାରୀ ତଥା ଅନ୍ୟ ସହ-ଅଭିଯୁକ୍ତଙ୍କ ବିରୋଧରେ ନଭେମ୍ବର ୨୦୧୮ ରେ ଚାର୍ଜସିଟ୍ ଦାଖଲ ହୋଇସାରିଛି।

ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆବେଦନକାରୀ କ୍ରମାଗତ ଭାବରେ ପଳାଉଛନ୍ତି ଓ କ୍ରାଇମବ୍ରାଞ୍ଚର ଧାରା ୮୨ ଅନୁଯାୟୀ ତାଙ୍କୁ ପଳାତକ ଘୋଷଣା କରିବାକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଜୁନ ମାସରେ ଆହ୍ଲାବାଦ ହାଇକୋର୍ଟ ଉକ୍ତ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ଜଷ୍ଟିସ୍ ଏମଆର ଶାହା ଓ ଏ.ଏସ୍ ବୋପାନ୍ନାଙ୍କ ଏକ ବେଞ୍ଚ କହିଛନ୍ତି ଯେ ଡିସେମ୍ବର ୨୦୧୯ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ଆବେଦନକାରୀ ୩୦ ଦିନ ମଧ୍ୟରେ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବେ ଓ ଜାମିନ ଆବେଦନ କରିବେ, ତେବେ ଜାମିନ ଗ୍ରହଣ କରାଯିବ। ତାଙ୍କ  ପ୍ରାର୍ଥନାକୁ ବିଚାର କରାଯିବ। ଏହି ମାମଲାରେ ୩୦ଦିନ ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ।

କୋର୍ଟ କହିଛନ୍ତି ଯେ ୨୦୧୯ ଡିସେମ୍ବର ସୁଦ୍ଧା ହାଇକୋର୍ଟର ଆଦେଶ ସତ୍ତ୍ୱେ ଚାର୍ଜସିଟକୁ ଖାରଜ କରିବାକୁ ଆବେଦନକୁ କରିଥିଲେ ମଧ୍ୟ ଆବେଦନକାରୀ ଆତ୍ମସମର୍ପଣ କରିନଥିଲେ ଓ ନିୟମିତ ଜାମିନ ଆବେଦନ କରିଥିଲେ ଓ ପରେ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା।

ଅକ୍ଟୋବର ୭ରେ  ବେଞ୍ଚ ଏହାର ନିର୍ଦ୍ଦେଶରେ କହିଛି ଯେ ଅନୁସନ୍ଧାନକାରୀ ସଂସ୍ଥା ସହ ସହଯୋଗ କରୁନଥିବା ତଥା ପଳାତକ ଥିବା ଅଭିଯୁକ୍ତଙ୍କୁ କୋର୍ଟ ସାହାଯ୍ୟ କରିବ ନାହିଁ କିମ୍ବା କେବଳ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇ ନାହିଁ। ସିଆରପିସିର ଧାରା ୮୨ ଅନୁଯାୟୀ  ଫେରାରକୁ ଏକ ପଳାତକ ଘୋଷିତ କରାଯାଇଛି।
Published by: Soumya Das
First published: October 11, 2021, 5:42 PM IST