ନିର୍ଭୟା ମାମଲା: ଦୋଷୀ ପବନ ଗୁପ୍ତାର ଆବେଦନ ସୁପ୍ରିମ କୋର୍ଟରେ ଖାରଜ; ଫେବୃଆରୀ ୧ରେ ଫାଶୀ

ଏହି ଗଣଦୁଷ୍କର୍ମ ଓ ହତ୍ୟା ବେଳେ ସେ ନାବାଳକ ଥିବା ଦର୍ଶାଇ ପିଟିସନରେ ପବନ କହିଥିଲା ଯେ ଏ ତଥ୍ୟକୁ ଟ୍ରାଏଲ କୋର୍ଟ ଅଣଦେଖା କରିଛନ୍ତି । ତା’ ପିଟିସନ ଖାରଜ ହେବା ପରେ ଫେବ୍ରୁଆରି ୧ରେ ପବନ ସହ ଏହି ମାମଲାର ଅନ୍ୟ ତିନି ଦୋଷୀଙ୍କୁ ଫାଶୀ ଦିଆଯିବା ନିଶ୍ଚିତ ହୋଇଛି ।

ନିର୍ଭୟା ମାମଲା: ଦୋଷୀ ପବନ ଗୁପ୍ତାର ଆବେଦନ ସୁପ୍ରିମ କୋର୍ଟରେ ଖାରଜ; ଫେବୃଆରୀ ୧ରେ ଫାଶୀ
ମୃତ୍ୟୁ ଦଣ୍ଡ ପାଇଥିବା ଚ଼ାରି ଦୋଷୀ
  • News18 Odia
  • Last Updated: January 21, 2020, 12:26 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ଦୋଷୀ ପବନ ଗୁପ୍ତାର ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟ । ଏହି ଗଣଦୁଷ୍କର୍ମ ବେଳେ ସେ ନାବାଳକ ଥିବା ଦର୍ଶାଇ ଆବେଦନରେ ପବନ କହିଥିଲା ଯେ ଏ ତଥ୍ୟକୁ ଟ୍ରାଏଲ କୋର୍ଟ ନଜର ଅନ୍ଦାଜ କରିଥିଲେ । କିନ୍ତୁ ତା’ର ପିଟିସନ ଖାରଜ ହୋଇଯାଇଥିବା ଯୋଗୁଁ ଫେବ୍ରୁଆରି ୧ରେ ତା’ ସହ ଏହି ମାମଲାର ଅନ୍ୟ ତିନି ଦୋଷୀଙ୍କୁ ଫାଶୀ ଦିଆଯିବା ନିଶ୍ଚିତ ହୋଇଛି ।

ପୂର୍ବରୁ ମୁକେଶ ସିଂହର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପରେ ପଟିଆଲା ହାଉସ୍ କୋର୍ଟ ଫେବ୍ରୁଆରି ୧କୁ  ନୂତନ ଫାଶୀ ତାରିଖ ରୂପେ ଘୋଷଣା କରିଥିଲେ ।

ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାରର ସ୍ପେଶାଲ ଲିଭ୍‌ ପିଟିସନ ଆବେଦନ ସୁପ୍ରୀମ କୋର୍ଟରେ ଖାରଜ ହେବା ପରେ ଏହି ମାମଲାରେ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ନେଇ ଆଉ ଏକ ବାଧା ଦୂର ହେଲା । ଘଟଣା ସମୟରେ ସେ ନାବାଳକ ଥିବାରୁ ତାର ଦଣ୍ଡ କୋହଳ କରାଯାଉ ବୋଲି ପବନର ଓକିଲ  ଆବେଦନ କରିଥିଲେ । ପ୍ରମାଣ ସ୍ବରୂପ ପବନର ସ୍କୁଲ ସାର୍ଟିଫିକେଟ୍ ମଧ୍ୟ ଦାଖଲ କରାଯାଇଥିଲା । ତେବେ ଦଲିଲ ଓ ଆବେଦନରେ କୌଣସି ନୂଆ କଥା ନାହିଁ ବୋଲି ଦର୍ଶାଇ ସର୍ବୋଚ୍ଚ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏଭଳି ପ୍ରସଙ୍ଗକୁ ବାରମ୍ବାର ଉଠାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଖଣ୍ଡପୀଠ ।

ଏହି ବହୁଚ଼ର୍ଚ୍ଚିତ ମାମଲାର ଦୋଷୀ ପବନ କୁମାର ଗୁପ୍ତାର ସାନି ଆବେଦନ ଫଳରେ 'ମୃତ୍ୟୁ ପରୱାନା'ର କାର୍ଯ୍ୟକାରିତା ନେଇ ଦ୍ବନ୍ଦ୍ୱ ଓ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ପବନ କୁମାର ଗୁପ୍ତାକୁ ନାବାଳକ ଅପରାଧୀ ରୂପେ ବିବେଚନା କରିବାକୁ ଦିଲ୍ଲୀ ହାଇ କୋର୍ଟ ଗତ ଡିସେମ୍ବର ୧୯ ତାରିଖରେ ମନା କରିଦେଇଥିଲେ । ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ପୱନ ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଚ଼ାରି ଜଣ ଦୋଷୀ ଫାଶୀ ପାଇବା ନିଶ୍ଚିତ ହୋଇଛି । ଫେବ୍ରୁଆରି ୧ ତାରିଖ ସକାଳ ୬ଟାରେ ଫାଶୀ ଲାଗି ଦିଲ୍ଲୀର ପଟିଆଲା କୋର୍ଟ ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି । ଶୁକ୍ରବାର ମୁକେଶ ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ ଖାରଜ କରିବା ପରେ ପଟିଆଲା ହାଉସ୍‌ କୋର୍ଟ ଫେବ୍ରୁଆରି ୧କୁ ନୂତନ ଫାଶୀ ତାରିଖ ଘୋଷଣା କରିଛନ୍ତି । ଏହି ଦିନ ଏ ମାମଲାର ଚ଼ାରି ଜଣ ଦୋଷୀ ମୁକେଶ ସିଂହ, ବିନୟ କୁମାର, ଅକ୍ଷୟ ଠାକୁର ଏବଂ ପୱନ ଗୁପ୍ତାଙ୍କୁ ଦିଆଯିବ ଫାଶୀ ।
First published: January 21, 2020, 12:26 AM IST