‘ଯୌନ ଶୋଷଣ ପୀଡିତାଙ୍କୁ ଅଭିଯୁକ୍ତ ରାଖୀ ବାନ୍ଧୁ…’: ସୁପ୍ରିମ୍ କୋର୍ଟ HCର ଆଦେଶକୁ ଖାରଜ କଲେ

୩୦ ବର୍ଷୀୟା ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଗ୍ରହଣ କରି ମଧ୍ୟ ପ୍ରଦେଶ ହାଇ କୋର୍ଟ ତାଙ୍କୁ କହିଥିଲେ ଯେ ସେ ପୀଡିତାଙ୍କୁ ରାଖୀ ବାନ୍ଧନ୍ତୁ ଓ ଜଣେ ଭାଇ ଭାବେ ତାଙ୍କୁ ୧୧ ହଜାର ଟଙ୍କା ଦିଅନ୍ତୁ ।

ମଧ୍ୟ ପ୍ରଦେଶ ହାଇ କୋର୍ଟର ଏହି ରାୟ ଜୁଲାଇ ୨୦୨୦ରେ ଆସିଥିଲା ।

ମଧ୍ୟ ପ୍ରଦେଶ ହାଇ କୋର୍ଟର ଏହି ରାୟ ଜୁଲାଇ ୨୦୨୦ରେ ଆସିଥିଲା ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଏକ ଯୌନ ଶୋଷଣ ମାମଲାର ଜଣେ ଅଭିଯୁକ୍ତ ଜାମିନ୍‌ ପାଇବା ପାଇଁ ପୀଡିତାଙ୍କୁ ରାଖୀ ବାନ୍ଧୁ ବୋଲି ମଧ୍ୟ ପ୍ରଦେଶ ହାଇ କୋର୍ଟ ଦେଇଥିବା ନିଷ୍ପତ୍ତିକୁ ସୁପ୍ରିମ୍‌ କୋର୍ଟ (Supreme Court) ଖାରଜ କରିଦେଇଛନ୍ତି । ଲକଡାଉନ୍‌ ସମୟରେ ଜଣେ ୩୦ ବର୍ଷୀୟା ବିବାହିତା ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଜାମିନ ଆବେଦନକୁ ଗ୍ରହଣ କରିବା ବେଳେ ମଧ୍ୟ ପ୍ରଦେଶ ହାଇ କୋର୍ଟ ତାଙ୍କୁ ରାକ୍ଷୀ ପୂର୍ଣ୍ଣିମା ଦିନ ସେହି ମହିଳାଙ୍କ ଘରକୁ ଯାଇ ରାଖୀ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମଧ୍ୟ ପ୍ରଦେଶ ହାଇ କୋର୍ଟ ସେହି ଆଦେଶରେ ଏହା ବି କହିଥିଲେ ଯେ ଭବିଷ୍ୟତରେ ସେହି ମହିଳାଙ୍କ ସହ ଜଣେ ଭାଇଙ୍କ ପରି ବ୍ୟବହାର କରିବା, ତାଙ୍କୁ ସୁରକ୍ଷା ଦେବା ଓ ତାଙ୍କ ଆଶୀର୍ବାଦ ନେବାକୁ ଅଭିଯୁକ୍ତ ପ୍ରତିଜ୍ଞା କରିବା ଉଚିତ । ଏହା କଲେ ତାଙ୍କ ଜାମିନ୍‌ ଆବେଦନକୁ ହାଇ କୋର୍ଟ ଗ୍ରହଣ କରିବେ ବୋଲି କହିଥିଲେ ଜଜ୍‌ । ହାଇ କୋର୍ଟଙ୍କ ସେହି ଆଦେଶ ବିରୋଧରେ ସୁପ୍ରିମ୍‌ କୋର୍ଟର ମହିଳା ଓକିଲମାନେ ଏକ ପିଟିସନ୍‌ ଦାଖଲ କରିଥିଲେ ।

ଏହା ବି ପଢ଼ନ୍ତୁ | ପିପିଲି ଉପର୍ବାଚନ ପାଇଁ ବାଜିଲା ବିଗୁଲ୍‌; ଏପ୍ରିଲ ୧୭ରେ ଭୋଟିଂ; କିଏ ବାଜି ମାରିବ ଥର?

ବର୍ତ୍ତମାନ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ବେଳେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ବିଚାରପତିମାନେ ଏମିତି ରାୟ ଦେବା ବେଳେ ଷ୍ଟେରିଓଟାଇପ୍ ଠାରୁ ଦୂରେଇ ରହିବା ଉଚିତ୍ । ମଧ୍ୟ ପ୍ରଦେଶ ହାଇ କୋର୍ଟର ଇନ୍ଦୋର ବେଞ୍ଚ୍‌ ଜୁଲାଇ ୨୦୨୦ରେ ଏହି ରାୟ ଶୁଣାଇଥିଲେ । ରାୟ ଦେବା ବେଳେ ଜଜ୍ ଅଭିଯୁକ୍ତଙ୍କୁ ମଧ୍ୟ କହିଥିଲେ ଯେ ସେ ପୀଡିତା ମହିଳାଙ୍କୁ ତାଙ୍କର ଜଣେ ଭାଇ ଭାବରେ ୧୧ ହଜାର ଟଙ୍କା ବି ଦିଅନ୍ତୁ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱର ଯୁବକ ଅନ୍ଲାଇନ୍ରେ ଗାଈ ବିକୁଥିଲେ; ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍ଅପରାଧୀ

ସୁପ୍ରିମ କୋର୍ଟରେ ଏହି ମାମଲାରେ ବିତର୍କ ସମୟରେ ଆବେଦନକାରୀଙ୍କ ତରଫରୁ ଓକିଲ ସଞ୍ଜୟ ପାରିଖ କହିଥିଲେ ଯେ ଏଭଳି ସର୍ତ୍ତମୂଳକ ନିର୍ଦ୍ଦେଶନାମା ପ୍ରସଙ୍ଗରେ ଉଚ୍ଚତମ ନ୍ୟାୟାଳୟ କେବଳ ମଧ୍ୟ ପ୍ରଦେଶ ହାଇ କୋର୍ଟଙ୍କ ପାଇଁ ନୁହେଁ, ବରଂ ଦେଶର ସବୁ ହାଇ କୋର୍ଟ ଓ ନିମ୍ନ ଅଦାଲତଙ୍କ ପାଇଁ ନିର୍ଦ୍ଦେଶ ଦେବା ଉଚିତ ।

ଏହା ବି ପଢ଼ନ୍ତୁ | ପୁରୀରେ ବଟି ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଅବସ୍ଥା ସଙ୍କଟାପନ୍ନ

ଏହି ଆବେଦନରେ କୁହାଯାଇଛି ଯେ ଏମିତି ମାମଲା ଯେଉଁଠି ଅଭିଯୁକ୍ତଙ୍କୁ ପୀଡିତାଙ୍କୁ ଭେଟିବା ଓ ତାଙ୍କ ଠାରୁ କ୍ଷମା ମାଗିବା ଓ ରାଖୀ ବାନ୍ଧିବା ହିଁ ଜାମିନର ସର୍ତ୍ତ ରହୁଛି, ସେମିତି ଘଟଣା ହେଲେ ଝିଅ ଓ ମହିଳାମାନେ ଭୟଭୀତ ହେବେ ଓ ଯୌନ ନିର୍ଯ୍ୟାତନାର ଅଭିଯୋଗ କରିବାକୁ ହିଁ ଡରିବେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ନବରଙ୍ଗପୁରରୁ ଭୁବନେଶ୍ଵର ଆସୁଥିବା ବସ୍ ଟିପର୍ ମଧ୍ୟରେ ମୁହାଁମୁହିଁ ଧକ୍କା; ହେଲପର୍ ମୃତ; ଆହତ

ଯୌନ ନିର୍ଯ୍ୟାତନା ମାମଲାରେ ସାଧାରଣତଃ ଦେଖାଯାଉଛି ଯେ ପରିବାରର ଓ ଅଭିଯୁକ୍ତଙ୍କ ଚାପରେ ପୀଡ଼ିତାମାନେ ନିଜ ବିବୃତ୍ତି ପରିବର୍ତ୍ତନ କରୁଛନ୍ତି ଏପରି ସ୍ଥିତିରେ ଉଚ୍ଚ ନ୍ୟାୟାଳୟର ଏମିତି ରାୟ ମହିଳାମାନଙ୍କ ଉପରେ ଅଧିକ ଚାପ ପକାଇବ ବୋଲି ଆବେଦନରେ କୁହାଯାଇଛି ।



ଆବେଦନରେ ଆହୁରି କୁହାଯାଇଛି ଯେ ଜାମିନର ଏମିତି ଶର୍ତ୍ତ ପୀଡିତାଙ୍କ ଦୁଃଖକୁ ଆହୁରି ବଢ଼ାଇବ କାରଣ ଏହା ଅଭିଯୁକ୍ତକୁ ପୀଡିତାଙ୍କୁ ଭେଟିବା ଓ ତାଙ୍କ ଘରେ ପ୍ରବେଶ କରିବାର ସ୍ୱାଧୀନତା ଦେବ । ଏହି ସମସ୍ତ ତଥ୍ୟ ଓ ମତକୁ ଗ୍ରହଣ କରି ସୁପ୍ରିମ କୋର୍ଟ ମଧ୍ୟ ପ୍ରଦେଶ ହାଇ କୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି ।
Published by:Anand S.T. Das
First published: