ମୃତ୍ୟୁ ଦଣ୍ଡ ପାଇଥିବା ଚ଼ାରି ଦୋଷୀ
News18 Odia Digital
ନୂଆ ଦିଲ୍ଲୀ: ନିର୍ଭୟା ଗଣଦ ଦୁଷ୍କର୍ମ ମାମଲାରେ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି । ୧୪ଜାନୁଆରୀରେ ସୁପ୍ରିମକୋର୍ଟ ଜଜ ଏନ୍.ବି. ରମନ୍ନା, ଅରୁଣ ମିଶ୍ରା, ଆର.ଏଫ. ନରିମନ, ଆର.ବନୁମଥୀ ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ବେଞ୍ଚ ଏହାର ଶୁଣାଣି କରିଥିଲେ। ନିର୍ଭୟା ଦୋଷୀ ବିନୟ ଶର୍ମାଙ୍କ ଓକିଲ ଏପି ସିଂ ଏବଂ ମୁକେଶର ଓକିଲ ବୃନ୍ଦା ଗ୍ରୋଭର ଏହି ମାମଲାରେ କ୍ୟୁରେଟିଭ ଆବେଦନ କରିଥିଲେ ।
ମାମଲାରେ ଦିଲ୍ଲୀର ପଟିଆଲା ହାଉସକୋର୍ଟରୁ ଡେଥ ଓ୍ବାରେଣ୍ଟ ଜାରି ହେବା ପରେ ଦୋଷିମାନେ ସୁପ୍ରିମକୋର୍ଟରେ ଏନେଇ ସମୀକ୍ଷା ଆବେଦନ କରିଥିଲେ । ନିର୍ଭୟା ଦୋଷୀ ବିନୟ ଶର୍ମା ଏବଂ ମୁକେଶଙ୍କ କ୍ୟୁରେଟିଭ ଆବେଦନ ଉପରେ ଆବେଦନରେ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ରୁପାନ୍ତରିତ କରିବା ଲାଗି ପ୍ରାର୍ଥନା କରାଯାଇଥିଲା । ବିନୟ କହିଛନ୍ତି କି, ସୁପ୍ରିମକୋର୍ଟ ସହିତ ସମସ୍ତ ଅଦାଲତ ମିଡିଆ ଏବଂ ନେତାଙ୍କ ଦ୍ବାରା ପ୍ରଭାବିତ ହୋଇ ମୋତେ ଦୋଷୀ ବୋଲି ଆଖ୍ୟା ଦେଇଛନ୍ତି । ଗରିବ ହୋଇଥିବା କାରଣରୁ ମୋତେ ମୃତ୍ୟୁଦଣ୍ଡ ଦିଆଯାଇଛି । ଜେସିକା ଲାଲ ମର୍ଡ଼ର କେସରେ ଦୋଷୀ ମନୁ ଶର୍ମା ନୃଶଂସ ଭାବେ ତାଙ୍କୁ ହତ୍ୟା କରିଥିଲା କିନ୍ତୁ ତାଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଥିଲା ବୋଲି ସେ କହିଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।