କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: କଶ୍ମୀର୍‌ରେ ଇଣ୍ଟରନେଟ୍‌ ସେବା ତୁରନ୍ତ ଚ଼ାଲୁ କର; କଟକଣା ଉପରେ ୭ ଦିନ ମଧ୍ୟରେ ସମୀକ୍ଷା

ଜାମୁ ଓ କାଶ୍ମୀରରେ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇପାରିବ ନାହିଁ । ସେଠାରେ ସମସ୍ତ ଜରୁରୀ ସେବା ଲାଗି ଇଣ୍ଟରନେଟ ପୁଣି ଆରମ୍ଭ କରାଯିବା ଦରକାର ବୋଲି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ ।

କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ: କଶ୍ମୀର୍‌ରେ ଇଣ୍ଟରନେଟ୍‌ ସେବା ତୁରନ୍ତ ଚ଼ାଲୁ କର; କଟକଣା ଉପରେ ୭ ଦିନ ମଧ୍ୟରେ ସମୀକ୍ଷା
ସୁପ୍ରିମକୋର୍ଟ ଅଫ ଇଣ୍ଡିଆ
  • News18 Odia
  • Last Updated: January 10, 2020, 1:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଜାମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଲଗାଯାଇଥିବା କଟକଣା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି, କାଶ୍ମୀରରେ ଲୋକଙ୍କୁ ସୁରକ୍ଷା ଏବଂ ସ୍ବତନ୍ତ୍ରତା ଆମର ପ୍ରାଥମିକତା । କାଶ୍ମୀରରେ ଅଭିବ୍ୟକ୍ତିର ସ୍ବାତନ୍ତ୍ର୍ୟତା ସବୁଠୁ ବଡ଼ ବିଷୟ । ଏହା ଛଡ଼ା ଯଦି ପରିସ୍ଥିତି ଗମ୍ଭୀର ହେଉଛି ତାହାଲେ ଇଣ୍ଟରନେଟ ସେବା ବନ୍ଦ କରାଯିବା ଦରକାର । ସେଠାରେ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇପାରିବ ନାହିଁ । ତେଣୁ ସେଠାରେ ସମସ୍ତ ଜରୁରୀ ସେବା ଲାଗି ଇଣ୍ଟରନେଟ ପ୍ରାରମ୍ଭ କରାଯିବା ଦରକାର । ଜଷ୍ଟିସ ଏନ୍.ବି. ରମଣ, ଜଷ୍ଟିସ.ଆର ସୁଭାଷ ରେଡ୍ଡି, ଏବଂ ଜଷ୍ଟିସ ବି.ଆର. ଗବଇ ଏହି ମାମାଲାର ଶୁଣାଣି କରୁଥିଲେ ।

ଜଷ୍ଟିସ ରମନ୍ନା ଫଇସଲା ପଢ଼ିବାବେଳେ କାଶ୍ମୀରର ସୁନ୍ଦରତା ସମ୍ପର୍କରେ କହିବା ସହ କାଶ୍ମୀର ବହୁତ ହିଂସା ଦେଖିଲାଣି । ଇଣ୍ଟରନେଟ ବାକ୍ ସ୍ବାଧୀନତା ଶ୍ରେଣୀରେ ଆସୁଥିବାବେଳେ ଏହା ଅନୁଚ୍ଛେଦ ୧୯ର  ଅନ୍ତର୍ଗତ ଅଟେ । ନାଗରିକ ମାନଙ୍କର ଅଧିକାର ଏବଂ ସୁରକ୍ଷାର ସନ୍ତୁଳନ ଲାଗି ଚେଷ୍ଟା ଜାରି ରହିବା ଦରକାର । ଇଣ୍ଟରନେଟ ବନ୍ଦ କରିବା ନ୍ୟାୟିକ ସମୀକ୍ଷା ମଧ୍ୟରେ ଆସୁଛି । ଜାମୁ ଓ କାଶ୍ମୀରରେ ଲାଗିଥିବା ସମସ୍ତ କଟକଣା ଉପରେ ୧ ସପ୍ତାହ ମଧ୍ୟରେ ସମୀକ୍ଷା ହେବା ଦରକାର ।

ସୁପ୍ରିମକୋର୍ଟ ନିଜର ଫଇସଲାରେ କହିଲେ କି, ‘‘ ୧୪୪ ଧାରା ଲଗାଇବା ମଧ୍ୟ ନ୍ୟାୟିକ ସମୀକ୍ଷା ମଧ୍ୟରେ ଆସୁଛି । ସରକାର ୧୪୪ ଧାରା ଲଗାଇବା ସମ୍ପର୍କରେ ସୂଚନା ସାର୍ବଜନୀନ କରନ୍ତୁ । ସମୀକ୍ଷା ପରେ ସମସ୍ତ ତଥ୍ୟ ପବ୍ଲିକ ଡୋମେନରେ ରଖିବା ଦରକାର ଯାହା ଦ୍ବାରା ଲୋକମାନେ କୋର୍ଟ ଯାଇପାରିବେ । ସରକାରଙ୍କୁ ଇଣ୍ଟରନେଟ ଏବଂ ଅନ୍ୟାନ୍ୟ କଟକଣା ଉପରେ ମହଲତ ଦିଆଯାଇପାରିବ ନାହିଁ । କେନ୍ଦ୍ର ସରକାର ଇଣ୍ଟରନେଟ ବନ୍ଦ ଉପରେ ପୁଣିଥରେ ସମୀକ୍ଷା କରିବା ଦରକାର । ଇଣ୍ଟରନେଟ ବନ୍ଦର ସମୟ ସମୟରେ ସମୀକ୍ଷା କରାଯିବା ଦରକାର ।

କୋର୍ଟ ନିଜ ଫଇସଲାରେ ସମସ୍ତ ଇଣ୍ଟରନେଟ ସେବା ଉପରେ କଟକଣା ଉଠାଇବା ଲାଗି ନିର୍ଦ୍ଦେଶ ଦେଇ ସମସ୍ତ ସରକାରୀ ଏବଂ ସ୍ଥାନୀୟ ଓ୍ବେବସାଇଟ ଖୋଲିବା ଲାଗି ଆଦେଶ ଦେଇ ଇଣ୍ଟରନେଟର ଦୂରୁପଯୋଗ ନହେବା ଦରକାର ବୋଲି କହିଥିଲେ ।

୫ଅଗଷ୍ଟ ୨୦୧୯ରେ ଜାମୁ ଓ କାଶ୍ମୀରରେ ଲାଗିଥିବା ୩୭୦ ଧାରାର ସମାପ୍ତ କରିଦିଆଯାଇ ଏହାକୁ ରାଜ୍ୟରୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିରବର୍ତ୍ତନ କରାଯାଇଥିଲା । ସେବେଠୁ ଜାମୁ ଓ କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ରହିଛି । କେବଳ ବ୍ରଡବ୍ୟାଣ୍ଡ ମାଧ୍ୟମରେ ସମ୍ପର୍କ କରାଯାଇପାରୁଛି ।
Published by: Durgamadhab Rath
First published: January 10, 2020, 1:03 PM IST
corona virus btn
corona virus btn
Loading