ମହମ୍ମଦ ଜୁବେରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ
- News18 Odia
- Last Updated :
- Firozpur
News 18 Odia Digital
ସୁପ୍ରିମକୋର୍ଟ ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି। ବୁଧବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ମାମଲାରେ ମହମ୍ମଦ ଜୁବେରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ କୋର୍ଟ କହିଛନ୍ତି ଯେ ତାଙ୍କୁ ଅସୀମିତ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଠିକ୍ ନୁହେଁ। ୟୁପିରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏଫଆଇଆରଗୁଡ଼ିକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଆବେଦନକାରୀ ଫ୍ୟାକ୍ଟ ଚେକିଂ ୱେବସାଇଟ୍ ଆଲ୍ଟ ନ୍ୟୁଜ୍ ସହିତ ଜଡିତ ଥିଲା, ଏହା ଫେବୃଆରୀ ୨୦୧୭ ରେ ଆରମ୍ଭ ହୋଇଥିଲା, ପରେ ୨୦ ଜୁନ୍ ୨୦୨୨ରେ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଏଥିରେ ଆଇପିସିର ବିଭାଗ ଥିଲା ଓ ପରେ FCRAକୁ ମଧ୍ୟ ଯୋଗ କରାଯାଇଥିଲା ।
କୋର୍ଟ କହିବା ଅନୁଯାୟୀ, ଜୁଲାଇ ୮ ରେ ସୁପ୍ରିମକୋର୍ଟ ସୀତାପୁର ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଜୁଲାଇ ୧୨ ରେ, ଆମେ ଏହାକୁ ଆଗକୁ ନେଇଥିଲୁ | ବର୍ତ୍ତମାନ ଆମ ସମ୍ମୁଖରେ ଥିବା ଆବେଦନରେ UP ର ୬ ଟି FIR ବାତିଲ କରିବାକୁ ଦାବି କରାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଯଦି ସେମାନଙ୍କୁ ବାତିଲ କରାଯାଏ ନାହିଁ, ତେବେ ସେମାନଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ପଞ୍ଜୀକୃତ ହୋଇଥିବା ଏଫଆଇଆର ସହିତ ସଂଯୁକ୍ତ କରାଯିବା ଉଚିତ। ଆବେଦନକାରୀ ସମସ୍ତ ଏଫ୍ଆଇଆର୍ରେ ଜାମିନ ଏବଂ ଅଧିକ ଗିରଫଦାରୀ ପାଇଁ ମଧ୍ୟ ଆବେଦନ କରିଛନ୍ତି। ଆଜି ଆମେ ଆବେଦନକାରୀଙ୍କ ଓକିଲ ଭ୍ରିଣ୍ଡା ଗ୍ରୋଭର ଏବଂ ୟୁପିର ଓକିଲ ଗରିମା ପ୍ରସାଦଙ୍କ କଥା ଶୁଣିଛୁ। ଆମେ ଜାଣିବାକୁ ପାଇଲୁ ଯେ ସମସ୍ତ ମାମଲା ଟ୍ୱିଟ୍ ସହିତ ଜଡିତ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।