News18 Odia Digital
ଋଷର ସେନା ୟୁକ୍ରେନରେ ବିପଜ୍ଜନକ ଢ଼ଙ୍ଗରେ ହଇଚଇ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ସେଠାରେ ଫସି ରହିଥିବା ଅନ୍ୟ ଦେଶର ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଚାଲିଛି। ଏବେ ଭାରତରେ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛି। ଉକ୍ତ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ଜଣେ ଓକିଲ ସୁପ୍ରିମକୋର୍ଟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରସଙ୍ଗ ଉଠାଇଛନ୍ତି ଓ ଶୀଘ୍ର ଭାରତୀୟ ଛାତ୍ରମାନଙ୍କୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ଏହି ଆବେଦନକୁ ଜବାବ ଦେବାବେଳେ CJI N V Ramana କହିଛନ୍ତି ଯେ ଛାତ୍ରମାନଙ୍କ ପ୍ରତି ଆମର ସହାନୁଭୂତି ଅଛି କିନ୍ତୁ କୋର୍ଟ ଏଥିରେ କିଛି କରିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ଆମେ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ଏହା ଆମର ଅଧିକାରରେ ନାହିଁ। ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆମେ ଆଟର୍ଣ୍ଣି ଜେନେରାଲଙ୍କୁ ପଚାରିବୁ ଏହି ପ୍ରସଙ୍ଗରେ ଆଉ କ’ଣ କରାଯାଇପାରିବ?
ଆବେଦନ କ’ଣ ଥିଲାଆବେଦନକାରୀଙ୍କ ପରାମର୍ଶଦାତା କହିଛନ୍ତି ଯେ ଆବେଦନକାରୀ ୟୁକ୍ରେନର ଜଣେ ଡାକ୍ତରୀ ଛାତ୍ର। ଯେଉଁଠାରେ ୨୫୦ ଛାତ୍ର ଫସି ରହିଛନ୍ତି। ସେମାନଙ୍କୁ ରୋମାନିଆ ସୀମାରୁ ସ୍ଥାନାନ୍ତର କରାଯାଉ ନାହିଁ। ସେମାନେ ୟୁକ୍ରେନ ସୀମାରେ ଅଟକି ରହିଛନ୍ତି ଓ ରୋମାନିଆରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ। ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ କହିଛନ୍ତି ଯେ ପିଏମ ମୋଦୀ ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି। ରୋମାନିଆକୁ ମଧ୍ୟ ଜଣେ ମନ୍ତ୍ରୀ ପଠାଯାଇଛି। ସରକାର ସବୁକିଛି କରୁଛନ୍ତି। ଏହି ଛାତ୍ରମାନଙ୍କୁ ମଧ୍ୟ ଯଥାଶୀଘ୍ର ଉଦ୍ଧାର କରାଯିବ।
ଠୋସ୍ ପଦକ୍ଷେପ ନେବାକୁ ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତିରୋମାନିଆରେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କିଛି ଠୋସ୍ ପଦକ୍ଷେପ ନେବାକୁ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଆବେଦନକାରୀଙ୍କୁ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ।
୩୭୨୬ ଭାରତୀୟଙ୍କୁ ଆଜି ଭାରତକୁ ଫେରାଇ ନିଆଯିବଏହି ସମୟରେ, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଧିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଅପରେସନ୍ ଗଙ୍ଗା ଅଧୀନରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ୩୭୨୬ ଜଣ ଭାରତୀୟଙ୍କୁ ଭାରତକୁ ଫେରାଇ ନିଆଯିବ। ସମସ୍ତଙ୍କୁ ଫେରାଇ ଆଣିବା ପାଇଁ ବୁଖାରେଷ୍ଟରୁ ୮ ଟି, ସୁକେଭା ଠାରୁ ୨, କୋସାଇସରୁ ୧, ବୁଦ୍ଧାପେଷ୍ଟରୁ ୫ ଓ ରେଜୋରୁ ୩ ଟି ବିମାନ ଚଳାଚଳ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।