News18 Odia Digital
Supreme Court on Divorce: ବିବାହ ବିଚ୍ଛେଦକୁ ନେଇ ସୁପ୍ରିମ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଅପେକ୍ଷାକୃତ ସହତ ହେଲା ଡିଭୋର୍ସ । ମାସ ମାସ ଧରି ଆଉ କୋର୍ଟ କଚେରୀ ଦୌଡ଼ିବାକୁ ପଡ଼ ନପାରେ । ୬ ମାସର ଅପେକ୍ଷା (Wating period)ର ବି ଆବଶ୍ୟକତା ପଡ଼ିବନି । କାରଣ ଏହାକୁ ନେଇ ବଡ଼ ଟିପ୍ପଣୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଡିଭୋର୍ସକୁ ନେଇ କଣ କହିଲେ ସୁପ୍ରିମକୋର୍ଟ ?ଡପତ୍ର ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି। ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ ଆଉ ସମ୍ଭବ ନୁହେଁ ତାହେଲେ ସର୍ବୋଚ୍ଚ ନ୍ୟାୟାଳୟ ବିବାହକୁ ରଦ୍ଦ କରିପାରିବ। ଧାରା ୧୪୨ର ଉପଯୋଗ କରି ବିଶେଷ ଅଧିକାର ବଳରେ ଛାଡପତ୍ର ଉପରେ ରାୟ ଶୁଣାଇପାରିବେ। ଏହା ପୂର୍ବରୁ ଏହି ଅଧିକାର ବୈଧାନିକ ଭାବେ ମାନ୍ୟତା ପ୍ରାପ୍ତ ଆଧାର ନଥିଲା
ସୁପ୍ରିମକୋର୍ଟଙ୍କ ସାମ୍ବିଧାନକ ପୀଠ କହିଛନ୍ତି ଯଦି ପତି-ପତ୍ନୀଙ୍କ ମଧ୍ୟରେ ସଂପର୍କ ସୁଧୁରିବା ଲାଗି କୌଣସି ସମ୍ଭାବନା ନାହିଁ, ଛାଡ଼ପତ୍ର ଲାଗି ଅନୁମତି ଦେବା ଉଚିତ । ତେବେ ଏଥିଲାଗି ଉଭୟ ପକ୍ଷର ସହମତି ଆବଶ୍ଯକ । ଏଥିଲାଗି କେତେକ ସର୍ତ୍ତ ମଧ୍ୟ ଆବଶ୍ୟକ । ସମ୍ବିଧାନର ଧାରା 142 ଅନୁଯାୟୀ, ସୁପ୍ରିମକୋର୍ଟ ଏପରି ମଞ୍ଜୁରୀ ଦେଇପାରନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । କୋର୍ଟ କହିଛନ୍ତି ଏହି କ୍ଷେତ୍ରରେ ୱେଟିଂ ପରିୟଡ ସବୁବେଳେ ଅନାବଶ୍ୟକ ।
ବର୍ତ୍ତମାନର ବିଧି ବ୍ୟବସ୍ଥା ଅନୁଯାୟୀ ଛାଡ଼ପତ୍ର ଲାଗି ଉଭୟ ପତି-ପତ୍ନୀ ସହମତ ଥିଲେ ବି ଏଥିଲାଗି ବୁଝାମଣାର କୌଣସି ଏକ ସମ୍ଭାବନା ଲାଗି ୬ମାସର ପ୍ରତୀକ୍ଷା ସମୟ ରଖାଯାଇଥାଏ । ୫ ଜଣିଆ ଏହି ସାମ୍ବିଧାନିକ ଖଣ୍ଡପୀଠ ବିବାହକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରିବା ଲାଗି କେତେକ ମାନଦଣ୍ଡ ଓ କାରକ ମଧ୍ୟ ନିର୍ଧାରିତ କରିଛନ୍ତି । ବିଶେଷ କରି ଭରଣ ପୋଷଣ, ଦେଖାରଖା, ପିଲାଙ୍କ ଲାଳନ ପାଳନ, ପିଲାଙ୍କ ଅଧିକାର ଆଦି ପ୍ରସଙ୍ଗ ଆଧାରରେ ଏହା ନିଷ୍ପତ୍ତି କରାଯିବା ଉଚିତ୍ । କୋର୍ଟ କହିଛନ୍ତି, ସାମାଜିକ ମନୋଭାବ ପରିବର୍ତ୍ତନ ଲାଗି ସମୟ ଲାଗିବ । କିନ୍ତୁ ନୂଆ ଆଇନ ଦ୍ବାରା ଏହା ସହଜ ହେବ ବୋଲି କୋର୍ଟ କହିଛନ୍ତି । ଏହି ସମୟରେ ଭାରତୀୟ ବିବାହ ଲାଗି ପରିବାରର ଭୂମିକା ଉପରେ ମଧ୍ୟ ଅଦାଲତ ଗୁରୁତ୍ବ ଦେଇଛନ୍ତି । ଏହା ଦ୍ବାରା ଛାଡପତ୍ର ଫୈସଲା ପାଇଁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବ ନାହିଁ। ପାରସ୍ପରିକ ସମ୍ମତି ସହିତ ଛାଡପତ୍ର ମାମଲାରେ ୬ ମାସ ଅପେକ୍ଷା କରିବାକୁ ଆଇନଗତ ବାଧ୍ୟତାମୂଳକ ଆବଶ୍ୟକ ହେବ ନାହିଁ। ପୂର୍ବରୁ ଛାଡପତ୍ର ମାମଲାରେ ଫାମିଲି କୋର୍ଟ ଯାଇ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।