ଦେଶ ବିରୋଧୀ ଉତ୍ତେଜକ ମେସେଜକୁ ନେଇ ଟ୍ୱିଟର ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ୍
ଆବେଦନପତ୍ରରେ ଦର୍ଶାଯାଇଛି ଯେ ଟ୍ୱିଟରରେ ଏପରି ବିଜ୍ଞାପନ ମଧ୍ୟ ଦିଆଯାଉଛି ଯାହା ମାଧ୍ୟମରେ ଘୃଣା ବାର୍ତ୍ତା ବିସ୍ତାର ହୋଇଛି । ଏହାକୁ ବନ୍ଦ କରିବା ପାଇଁ ବର୍ତ୍ତମାନ କୌଣସି ଗାଇଡଲାଇନ ନାହିଁ । ତେଣୁ ସୁପ୍ରିମ କୋର୍ଟ ତୁରନ୍ତ ସରକାରଙ୍କୁ ଏ ବାବଦରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍ ।

ଦେଶ ବିରୋଧୀ ଉତ୍ତେଜକ ମେସେଜକୁ ନେଇ ଟ୍ୱିଟର ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କୁ SC ର ନୋଟିସ୍
- News18 Odia
- Last Updated: February 12, 2021, 1:30 PM IST
ନୂଆ ଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ଟ୍ୱିଟରରେ ଦେଶ ବିରୋଧୀ ଉତ୍ତେଜକ ମେସେଜ ବିସ୍ତାରିତ ହେବାକୁ ନେଇ ଟ୍ୱିଟର ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସୁପ୍ରିମ କୋର୍ଟ ସରକାରଙ୍କୁ ପଚାରିଛନ୍ତି ଟ୍ୱିଟରରେ ଏଭଳି ମେସେଜ ବିସ୍ତାର ହେବା ପରେ ସେମାନଙ୍କ ତରଫରୁ କଣ କରାଯାଉଛି ।
ସୂଚନାଯୋଗ୍ୟ ପୂର୍ବରୁ ଟ୍ୱିଟରର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ଭାରତ ସରକାର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବଙ୍କ ସହ ଟ୍ୱିଟରର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଟ୍ୱିଟର ନିଶ୍ଚିତ ଭାବରେ ଭାରତରେ ନିୟମାବଳୀ ପାଳନ କରିବା ଉଚିତ୍ ।
ବୈଠକରେ ମନ୍ତ୍ରଣାଳୟର ସଚିବ କହିଛନ୍ତି ଯେ ଭାରତରେ ଆମେ ସ୍ୱାଧୀନତା ଓ ସମାଲୋଚନାକୁ ସମ୍ମାନ ଦେଉଛୁ । ଏହା ଗଣତନ୍ତ୍ରର ଏକ ଅଂଶ । ବକ୍ତବ୍ୟ ଓ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ଦେଶର ସମ୍ବିଧାନରେ ମିଳିଥାଏ । କିନ୍ତୁ ଅଭିବ୍ୟକ୍ତିର ସ୍ୱାଧୀନତା ସଂପୂର୍ଣ୍ଣ ନୁହେଁ । ସମୟ ସମୟରେ ସୁପ୍ରିମ କୋର୍ଟ ମଧ୍ୟ ଏ ବାବଦରେ ଅନେକ ନିଷ୍ପତ୍ତି ନେଇଛନ୍ତି ।