ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
News18 Odia Digital
ନୂଆ ଦିଲ୍ଲୀ: ଅଧିକ ଜନସଂଖ୍ୟା ସମସ୍ୟା ସମ୍ପର୍କରେ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଜନସଂଖ୍ୟା ସମସ୍ୟାକୁ ପ୍ରଭାବଶାଳୀ ଭାବରେ ହ୍ରାସ କରିବା ପାଇଁ ନିୟମ, ନିୟମାବଳୀ ଓ ନିର୍ଦ୍ଦେଶାବଳୀ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ନିର୍ଦ୍ଦେଶାବଳୀ ଲୋଡିଛି। ଜଷ୍ଟିସ କେଏମ ଜୋସେଫ ଓ ହ୍ରିଶିକେଶ ରାୟଙ୍କ ଏକ ବେଞ୍ଚ ସରକାରଙ୍କ ପ୍ରତିକ୍ରିୟା ଚାହିଁଛି ଓ ଅନ୍ୟାନ୍ୟ ବିଚାରାଧୀନ ଆବେଦନ ସହ ଏହି ମାମଲାକୁ ଯୋଡ଼ିଦେଇଛି।
ଅଖିଳ ଭାରତୀୟ ସନ୍ଥ ସମିତିର ସାଧାରଣ ସମ୍ପାଦକ ଦାଣ୍ଡି ସ୍ୱାମୀ ଜିତେନ୍ଦ୍ରନନ୍ଦ ସରସ୍ୱତୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ ଜନସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି କିନ୍ତୁ ପ୍ରାକୃତିକ ସମ୍ପଦ ସୀମିତ ଓ ବଢୁୁଥିବା ଜନସଂଖ୍ୟାକୁ ବଞ୍ଚାଇ ପାରିବ ନାହିଁ। ଯେତେବେଳେ ବେକାରୀ ଓ ଦାରିଦ୍ର ବୃଦ୍ଧି ହୁଏ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ସେବା ଇତ୍ୟାଦିରେ ବହୁତ ବୃଦ୍ଧି ଘଟିଥାଏ, ସେତେବେଳେ ଦେଶ ଆଉ କୌଣସି କାର୍ଯ୍ୟ କରିପାରେ ନାହିଁ।
ଆବେଦନକାରୀ କହିଛନ୍ତି ଯେ ବଢୁଥିବା ଜନସଂଖ୍ୟାକୁ ସରକାର ରୋଜଗାର ଯୋଗାଇବାରେ ସକ୍ଷମ ନୁହଁନ୍ତି। ଖାଦ୍ୟ, ଜଳ ପରି ମୌଳିକ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ନୁହଁନ୍ତି। ଏହି ଜରୁରୀ ଆବଶ୍ୟକତା ପୂରଣ କରିବା ପାଇଁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରତି ବିଶେଷ ଧ୍ୟାନ ଦିଆଯିବାର ଏହା ହେଉଛି କାରଣ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଜନସଂଖ୍ୟା ଆଇନ ଶୀଘ୍ର ଅଣାଯାଏ ନାହିଁ ତେବେ ଦେଶ ଧ୍ୱଂସ ଆଡକୁ ଯାଇପାରେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।