ପୁଣି ଥରେ ସୁପ୍ରିମ କୋର୍ଟରେ ହୋଇପାରେ Physical Hearing; ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବ ଏହି ବ୍ୟବସ୍ଥା

କରୋନା ମହାମାରୀ ଆରମ୍ଭରୁ ସୁପ୍ରିମ କୋର୍ଟ ଅନଲାଇନରେ ମାମଲାର ଶୁଣାଣି କରୁଛନ୍ତି। ସୁପ୍ରିମ କୋର୍ଟ ବାର୍ ଆସୋସିଏସନ୍ ଓ ସୁପ୍ରିମ କୋର୍ଟ ଆଡଭୋକେଟ୍ ଅଫ୍ ରେକର୍ଡ ବାର୍ ଆସୋସିଏସନ୍ (SCAORA) ଶାରୀରିକ ଶୁଣାଣି ଆରମ୍ଭ କରିବାକୁ ପ୍ରଧାନ ବିଚାରପତି ଏନ.ଭି. ରମଣଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି।

ପୁଣି ଥରରେ ସୁପ୍ରିମ କୋର୍ଟରେ ହୋଇପାରେ Physical Hearing

ପୁଣି ଥରରେ ସୁପ୍ରିମ କୋର୍ଟରେ ହୋଇପାରେ Physical Hearing

  • Share this:
News18 Odia Digital

ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟରେ ପୁଣି ଥରେ ଶାରୀରିକ ଶୁଣାଣି (Physical Hearing) ଆରମ୍ଭ ହୋଇପାରେ। ଏହି ନୂଆ ବ୍ୟବସ୍ଥା ଆସନ୍ତା ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ସର୍ବୋଚ୍ଚ ଅଦାଲତର ସୂତ୍ର ଅନୁଯାୟୀ ମଙ୍ଗଳବାର, ବୁଧବାର ଓ ଗୁରୁବାର ଦିନ ଏଭଳି ମାମଲାର ଶାରୀରିକ ଶୁଣାଣି ହେବ।

ବିଶେଷକରି ସେହି ମାମଲାଗୁଡ଼ିକରେ ଅଗ୍ରାଧିକାର ଦିଆଯିବ ଯାହାର ଶୁଣାଣି ଅଧିକ ସମୟ ନେଇପାରେ । ତେବେ ସୋମବାର ଓ ଶୁକ୍ରବାର ଦିନ ସୁପ୍ରିମ କୋର୍ଟରେ ଅନଲାଇନ୍ ଶୁଣାଣି ଜାରି ରହିବ । ଏହି ଦୁଇ ଦିନରେ, ବିଭିନ୍ନ ବେଞ୍ଚ ପୂର୍ବରୁ ଶୁଣାଣି ପାଇଁ ବହୁ ସଂଖ୍ୟକ ମାମଲା ତାଲିକାଭୁକ୍ତ ।

କରୋନା ମହାମାରୀ ଆରମ୍ଭରୁ ସୁପ୍ରିମ କୋର୍ଟ ଅନଲାଇନରେ ମାମଲାର ଶୁଣାଣି କରୁଛନ୍ତି। ସୁପ୍ରିମ କୋର୍ଟ ବାର୍ ଆସୋସିଏସନ୍ ଓ ସୁପ୍ରିମ କୋର୍ଟ ଆଡଭୋକେଟ୍ ଅଫ୍ ରେକର୍ଡ ବାର୍ ଆସୋସିଏସନ୍ (SCAORA) ଶାରୀରିକ ଶୁଣାଣି ଆରମ୍ଭ କରିବାକୁ ପ୍ରଧାନ ବିଚାରପତି ଏନ.ଭି. ରମଣଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି।

ଗୁରୁବାର ଦିନ SCAORA କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଅନୁଷ୍ଠିତ ଏକ ବୈଠକରେ CJI ସେମାନଙ୍କୁ ଅନୌପଚାରିକ ଭାବରେ କହିଛନ୍ତି ଯେ ଆସନ୍ତା ଗୁରୁବାର ଠାରୁ ଶାରୀରିକ ଶୁଣାଣି ଆରମ୍ଭ ହୋଇପାରେ ।

କରୋନା କାରଣରୁ ଗତ ବର୍ଷ ମାର୍ଚ୍ଚରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁପ୍ରିମ କୋର୍ଟରେ ଶୁଣାଣି ଚାଲିଛି। ଚଳିତ ବର୍ଷ ଜୁଲାଇରେ ଅନେକ ଓକିଲ ପୁନର୍ବାର ଶାରୀରିକ ଶୁଣାଣି ପାଇଁ ଦାବି କରିଥିଲେ। ଅଗଷ୍ଟ ୧୮ ରେ ସୁପ୍ରିମକୋର୍ଟ ସୂଚାଇ ଦେଇଛନ୍ତି ଯେ ପୁନର୍ବାର ଶାରୀରିକ ଶୁଣାଣି ହୋଇପାରିବ।

ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଦୁଇଥର ଶାରୀରିକ ଶୁଣାଣି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହେଲେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ପୁଣି ଥରେ ଦିଲ୍ଲୀରେ କରୋନା ମାମଲା ବହୁତ କମ୍ ଆସୁଛି । ତେଣୁ ପୁନର୍ବାର ଶାରୀରିକ ଶୁଣାଣି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
Published by:Lipina Das
First published: