୧୭ ବର୍ଷର ପୁଅ ପିତାଙ୍କୁ ଦାନ କରିବାକୁ ଚାହୁଁଛି ଲିଭର; ୟୁପି ସରକାରଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍
- News18 Odia
- Last Updated :
News 18 Odia Digital
ନୂଆଦିଲ୍ଲୀ : ୧୭ ବର୍ଷ ବୟସରେ ଜଣେ ନାବାଳକ ନିଜ ପିତାଙ୍କୁ ଲିଭର ଦାନ କରିବାକୁ ଚାହୁଁଛି, ତେଣୁ ସେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି । ଜଣେ ୧୭ ବର୍ଷର ବାଳକ ନିଜ ପିତାଙ୍କୁ ଯକୃତ ଦାନ କରିବାକୁ ଅନୁମତି ମାଗିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସେପ୍ଟେମ୍ବର ୧୨ରେ ଏହି ମାମଲାର ଶୁଣାଣି ହେବ ।
ପ୍ରକୃତରେ, ଆବେଦନକାରୀ ନାବାଳକ ତାଙ୍କ ପିଟିସନରେ କହିଛନ୍ତି ଯେ ତାଙ୍କ ପିତାଙ୍କୁ ଲିଭର୍ ପ୍ରତିରୋପଣ ଆବଶ୍ୟକ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି । ଏହି ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ୟୁପି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସେପ୍ଟେମ୍ବର ୧୨ ରେ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲିଭର ଦାନ କରାଯାଇପାରିବ କି ନାହିଁ ତାହା ଜାଣିବା ପାଇଁ ନାବାଳିକର ପ୍ରାଥମିକ ପରୀକ୍ଷା କରିବାକୁ ପଡିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୁହାଯାଉଛି ଯେ ଆବେଦନକାରୀ ଜଣେ ନାବାଳକ, ଏଭଳି ପରିସ୍ଥିତିରେ ଦେଶର ଅଙ୍ଗ ଦାନ ଆଇନ ଏଥିରେ ବାଧା ସାଜିପାରେ । ତେବେ, ପରବର୍ତ୍ତୀ ଶୁଣାଣିରେ ଏହା ସ୍ପଷ୍ଟ ହେବ ଯେ ଏହି ନାବାଳକଙ୍କୁ ଯକୃତ ଦାନ କରିବାକୁ ଅନୁମତି ଦିଆଯାଇଛି କି ନାହିଁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।