Prashant Bhushan Case: ମାତ୍ର ୧ ଟଙ୍କା ଫାଇନ୍ ଲଗାଇଲେ ସୁପ୍ରିମ୍ କୋର୍ଟ; ନ ଦେଲେ ୩ ମାସ ଜେଲ୍

ଅଦାଲତର ଅବମାନନାର ଏହି ମାମଲା ପ୍ରଶାନ୍ତ ଭୁଷଣ ସୁପ୍ରିମ କୋର୍ଟର ବର୍ତ୍ତମାନ ଓ ପୂର୍ବ ପ୍ରଧାନ ବିଚାରପତିଙ୍କ ବିଷୟରେ କରିଥିବା ଏକ ବିବାଦୀୟ ଟ୍ୱିଟରୁ ଆସିଛି । ଅଗଷ୍ଟ ୧୪ରେ କୋର୍ଟ ପ୍ରଶାନ୍ତ ଭୂଷଣ ଦେଇଥିବା ସ୍ପଷ୍ଟିକରଣକୁ ଖାରଜ୍ କରିଥିଲେ ।

Prashant Bhushan Case: ମାତ୍ର ୧ ଟଙ୍କା ଫାଇନ୍ ଲଗାଇଲେ ସୁପ୍ରିମ୍ କୋର୍ଟ; ନ ଦେଲେ ୩ ମାସ ଜେଲ୍
ପ୍ରଶାନ୍ତ ଭୂଷଣ
  • News18 Odia
  • Last Updated: August 31, 2020, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ (senior advocate Prashant Bhushan) ବିରୋଧରେ ଅଦାଲତର ଅବମାନନା (Contempt of Court) ଅଭିଯୋଗରେ ସୁପ୍ରିମ କୋର୍ଟ ଦଣ୍ଡ ଘୋଷଣା କରିଛନ୍ତି । ପ୍ରଶାନ୍ତ ଭୂଷଣଙ୍କ ଉପରେ କୋର୍ଟ ୧ ଟଙ୍କା (ମାତ୍ର ଏକ ଟଙ୍କା) ଜରିମାନା କରିଛନ୍ତି । କୋର୍ଟ କହିଛନ୍ତି ଯେ ଯଦି ଭୂଷଣ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଜରିମାନା ଦାଖଲ ନ କରନ୍ତି ତେବେ ତାଙ୍କୁ ତିନି ମାସ କାରାଗାରରେ ରଖାଯିବ ।

ଦଣ୍ଡ ଶୁଣାଇ ସୁପ୍ରିମ୍‌ କୋର୍ଟ (Supreme Court) ଏହା ବି କହିଛନ୍ତି ଯେ ଯଦି ଭୂଷଣ ସେହି ୧ ଟଙ୍କାର ଜରିମାନା ଜମା ନ କରନ୍ତି ତାହେଲେ ତିନି ବର୍ଷ ପାଇଁ ତାଙ୍କ ଓକିଲ କାର୍ଯ୍ୟ ପ୍ରାକ୍ଟିସ୍‌ ଉପରେ ରୋକ ଲଗାଯିବ । ସୁପ୍ରିମ କୋର୍ଟଙ୍କ ଦଣ୍ଡ ବିଷୟରେ ଜାଣିବା ପରେ ପ୍ରଶାନ୍ତ ଭୂଷଣ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଖବର ଆସିଛି ।

ଅଦାଲତର ଅବମାନନାର ଏହି ମାମଲା ଭୁଷଣ (Prashant Bhushan) ସୁପ୍ରିମ କୋର୍ଟର ବର୍ତ୍ତମାନର ଏବଂ ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିଷୟରେ କରିଥିବା ଏକ ବିବାଦୀୟ ଟ୍ୱିଟରୁ ଆସିଛି । ଅଗଷ୍ଟ ୧୪ ତାରିଖରେ କୋର୍ଟ ଏହି ଟ୍ୱିଟ୍ ଉପରେ ପ୍ରଶାନ୍ତ ଭୂଷଣ ଦେଇଥିବା ସ୍ପଷ୍ଟିକରଣକୁ ଖାରିଜ୍‌ କରିଥିଲେ ଓ ତାଙ୍କୁ ଅଦାଲତର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ବିନା ସର୍ତ୍ତରେ କ୍ଷମା ମାଗିବାକୁ କୋର୍ଟ ଭୂଷଣଙ୍କୁ ସମୟ ଦେଇଥିଲେ, କିନ୍ତୁ ସେ କ୍ଷମା ମାଗିବାକୁ ମନା କରିଦେଇଥିଲେ ।

ସୁପ୍ରିମ୍‌ କୋର୍ଟ (ଫାଇଲ୍‌ ଫଟୋ)


ଜଷ୍ଟିସ ଅରୁଣ ମିଶ୍ରଙ୍କ (Justice Arun Mishra) ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦଣ୍ଡ ଶୁଣାଇଥିଲେ । ଭୂଷଣଙ୍କ ଦଣ୍ଡ ଘୋଷଣା କରି ଜଷ୍ଟିସ ଅରୁଣ ମିଶ୍ର କହିଥିଲେ: ‘‘ବିଚାରପତିମାନେ ମିଡ଼ିଆରେ ବକ୍ତବ୍ୟ ଦେବା ଉଚିତ ନୁହେଁ। ବିଚାରପତିମାନେ କୋର୍ଟ ବାହାରେ ଯାହା କହନ୍ତି ତାହା ଉପରେ ବିଶ୍ୱାସ କରିବା ଗ୍ରହଣୀୟ ନୁହେଁ ।’’

ଅଦାଲତର ଅବମାନନା ଅଧିନିୟମ ଅନୁଯାୟୀ ସର୍ବାଧିକ ଛଅ ମାସ କାରାଦଣ୍ଡ କିମ୍ବା ୨,୦୦୦ ଟଙ୍କା ଜୋରିମାନା କିମ୍ବା ଉଭୟ କାରାଦଣ୍ଡ ଓ ଜୋରିମାନା ହେବାର ବ୍ୟବସ୍ଥା ରହିଛି ।

ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ କହିଥିଲେ ଯେ ଭୂଷଣ ନିଜ ବିବୃତ୍ତିକୁ ପ୍ରଚାର କରିଥିଲେ, ଯାହା ପରେ କୋର୍ଟ ଏହି ମାମଲାକୁ ଗ୍ରହଣ କରିଥିଲେ।

ଜଷ୍ଟିସ ଅରୁଣ ମିଶ୍ର କହିଛନ୍ତି, ‘‘ଜଣା ନାହିଁ ଆଉ କେତେ ଦିନ ଏହି ବ୍ୟବସ୍ଥାକୁ ଭୋଗିବାକୁ ପଡ଼ିବ। ବିଚାରପତିମାନଙ୍କୁ ନିନ୍ଦା କରାଯାଉଛି ଓ ସେମାନଙ୍କ ପରିବାରକୁ ଅପମାନିତ କରାଯାଉଛି ।’’ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାନ୍ତ ଭୂଷଣଙ୍କ ଓକିଲଙ୍କୁ କହିଛନ୍ତି ଯେ ସେ ନିରପେକ୍ଷ ହେବେ ବୋଲି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ ସେପ୍ଟେମ୍ବର ୧ରୁ ବଦଳିଯିବ ଏହି ସବୁ ନିୟମ; ଆପଣଙ୍କ ପର୍ସ ଉପରେ ପଡ଼ିପାରେ ପ୍ରଭାବ

ଏହା ବି ପଢ଼ନ୍ତୁ ଭାରତ-ପାକିସ୍ତାନ ସୀମାରେ BSF ଖୋଜି ପାଇଲା ସୁଡ଼ଙ୍ଗ; ବାଲି ବସ୍ତାରେ ଲେଖାଅଛି ‘କରାଚୀ’

ଏହା ପୂର୍ବରୁ ଅଗଷ୍ଟ ୨୫ରେ ସୁପ୍ରିମ୍‌ କୋର୍ଟ ଏହି ଦଣ୍ଡ ଉପରେ ନିଜ ରାୟ ସଂରକ୍ଷିତ ରଖିଥିଲେ । ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡ ଶୁଣାଇବା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଆଟର୍ଣ୍ଣି ଜେନେରାଲ କେ.କେ. ଭେଣୁଗୋପାଳଙ୍କ ଠାରୁ ମତାମତ ଲୋଡ଼ିଥିଲେ । ଏଥିରେ ଭେଣୁଗୋପାଳ କହିଥିଲେ ଯେ ପ୍ରଶାନ୍ତ ଭୂଷଣଙ୍କୁ ଏକ ଚେତାବନୀ ଦେଇ ଛାଡ଼ିଦେବା ଉଚିତ, ଯାହା ଏକ ଷ୍ଟେଟ୍ସମ୍ୟାନର କାର୍ଯ୍ୟ ହେବ ।



ନଭେମ୍ବର ୨୦୦୯ ରେ ବି ସୁପ୍ରିମ କୋର୍ଟଙ୍କ ପ୍ରଶାନ୍ତ ଭୂଷଣଙ୍କୁ ଏକ ଅବମାନନା ନୋଟିସ ଦେଇଥିଲା । ତା’ପରେ ସେ ଏକ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ସୁପ୍ରିମ କୋର୍ଟର ବିଚାରପତିଙ୍କ ଉପରେ ମନ୍ତବ୍ୟ ଦେଇଥିଲେ ।
Published by: Anand Shankar Thankur Das
First published: August 31, 2020, 3:43 PM IST
corona virus btn
corona virus btn
Loading